ETV Bharat / briefs

ଟ୍ରାକ କିମ୍ବଦନ୍ତୀ ମିଲଖା ସିଂହ କୋରୋନା ପଜିଟିଭ - milkha singh tests positive

ବର୍ତ୍ତମାନ ମିଲଖା ତାଙ୍କର ଚଣ୍ଡିଗଡସ୍ଥିତ ବାସଭବନରେ ହୋମ ଆଇସୋଲେସନରେ ରହିଛନ୍ତି । ଅଧିକ ପଢନ୍ତୁ...

milkha singh
milkha singh
author img

By

Published : May 20, 2021, 4:01 PM IST

ଚଣ୍ଡିଗଡ: ଟ୍ରାକ କିମ୍ବଦନ୍ତୀ ମିଲଖା ସିଂହ କୋରୋନା ପଜିଟିଭ । ଏନେଇ ତାଙ୍କର ପୁଅ ସ୍ପଷ୍ଟ କରିବା ସହ ବର୍ତ୍ତମାନ ମିଲଖା ତାଙ୍କର ଚଣ୍ଡିଗଡସ୍ଥିତ ବାସଭବନରେ ହୋମ ଆଇସୋଲେସନରେ ରହିଥିବା କହିଛନ୍ତି ।

ଫ୍ଲାଇଂ ଶିଖ ଭାବେ ପରିଚିତ ମିଲଖା ସିଂହ, ବର୍ତ୍ତମାନ ସୁଦ୍ଧା ମଧ୍ୟ ଏକମାତ୍ର ଭାରତୀୟ ଆଥଲେଟ ଭାବେ ଏସିଆନ ଗେମ୍ସ ଓ କମନୱେଲ୍ଥ ଗେମ୍ସରେ 400 ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

1958 ଓ 1962 ଏସିଆନ ଗେମ୍ସରେ ମଧ୍ୟ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ । 1956 ଗ୍ରୀଷ୍ମକାଳୀନ ଅଲମ୍ପିକ ମେଲବର୍ଣ୍ଣ, 1960 ଗ୍ରୀଷ୍ମକାଳୀନ ଅଲମ୍ପିକ ରୋମ ଓ 1964 ଟୋକିଓ ଗ୍ରୀଷ୍ମକାଳୀନ ଅଲମ୍ପିକ୍ସରେ ସେ ଭାରତର ପ୍ରତିନିଧିତ୍ବ କରିଛନ୍ତି ।

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ସମ୍ମାନଜନକ ପ୍ରଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ଗତ 24 ଘଣ୍ଟାରେ 2,76,070 ନୂଆ କୋଭିଡ-19 କେସ ରିପୋର୍ଟ ହୋଇଥିବାବେଳେ, 3,874ଜଣଙ୍କର ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.