ETV Bharat / briefs

ମିଲଖା ସିଂହ ଅସୁସ୍ଥ, ଅକ୍ସିଜେନ ମାତ୍ରା କମିବା ପରେ ହସ୍ପିଟାଲରେ ଭର୍ତ୍ତି - ମିଲଖା ସିଂହ ହସ୍ପିଟାଲରେ ଭର୍ତ୍ତି

ଫ୍ଲାଇଂ ଶିଖ ନାମରେ ପରିଚିତ 91 ବର୍ଷୀୟ ମିଲଖା ସିଂହ ଗତ ଗୁରୁବାର କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଅଧିକ ପଢନ୍ତୁ...

milkha singh admitted to hospital
milkha singh admitted to hospital
author img

By

Published : May 24, 2021, 8:23 PM IST

ଚଣ୍ଡିଗଡ: ପୂର୍ବତନ ଭାରତୀୟ ଧାବକ ମିଲଖା ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତ୍ବର ହୋଇପଡିଛି । ତାଙ୍କୁ ମୋହାଲିର ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଦିନ ତଳେ ମିଲଖା କୋରୋନାରେ ସଂକ୍ରମିତ ହୋଇଥିଲେ । ତେବେ ସୋମବାର ତାଙ୍କର ଶରୀରର ଅକ୍ସିଜେନ ସ୍ତର କମ ହେବାପରେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଫ୍ଲାଇଂ ଶିଖ ନାମରେ ପରିଚିତ 91 ବର୍ଷୀୟ ମିଲଖା ସିଂହ ଗତ ଗୁରୁବାର କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ସେ ହୋମ ଆଇସୋଲେସନରେ ରହିଥିଲେ । କୋରୋନା ସଂକ୍ରମିତ ହେବା ସୂଚନା ନିଜେ ମିଲଖା ସେୟାର କରିଥିଲେ । ସେ କହିଥିଲେ, ତାଙ୍କ ଘରେ କାମ କରୁଥିବା କିଛି ଲୋକଙ୍କର ରିପୋର୍ଟ ପଜିଟିଭ ଆସିଛି । ସେଥିପାଇଁ ସମସ୍ତ ପରିବାର ସଦସ୍ୟଙ୍କର ଟେଷ୍ଟ କରାଯାଇଥିଲା । ଟେଷ୍ଟରେ ସମସ୍ତ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଓ କେବଳ ତାଙ୍କର ପଜିଟିଭ ଆସିଥିଲା । ତେବେ କୌଣସି ଲକ୍ଷଣ ନଥିବାରୁ ଆଶ୍ଚର୍ଯ୍ୟ ବୋଲି ମଧ୍ୟ କହିଥିଲେ ।

ତେବେ ସୋମବାର ଅଧିକ ଅସୁସ୍ଥ ହେବାପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶରୀରରେ ଅକ୍ସିଜେନର ମାତ୍ର ବହୁତ କମ ହୋଇଯାଇଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.