ETV Bharat / briefs

ତହସିଲ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା ଘଟଣା: 16 ଗିରଫ - khurdha

ନିର୍ଦ୍ଧାରିତ ସମୟରେ ଉଚ୍ଛେଦ ନ ହେବାରୁ 20-30 ଜଣ ଗ୍ରାମବାସୀ ଆସି ତହସିଲଦାରଙ୍କ କାର୍ଯ୍ୟାଳୟରେ ଚେୟାର ଟେବୁଲ ଭାଙ୍ଗିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜ ମଧ୍ୟ ଫୋପାଡି ଦେଇଥିଲେ । ଅଫିସରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରି କାଚ କବାଟକୁ ଭାଙ୍ଗି ଦେଇଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଥି, ଖୋର୍ଦ୍ଧା
author img

By

Published : Mar 12, 2019, 10:52 PM IST

ଖୋର୍ଦ୍ଧା: ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ ନ ହେବାରୁ ତହସିଲ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଅନେକ ଜରୁରୀ କାଗଜପତ୍ର ନଷ୍ଟ କରିବା ସହ ତହସିଲ ଅଫିସ ଗେଟକୁ ଭାଙ୍ଗିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଥି, ଖୋର୍ଦ୍ଧା

ବାଘମାରି ଥାନା ଅନ୍ତର୍ଗତ ପଙ୍ଗାରସିଂହ ଗ୍ରାମପଞ୍ଚାୟତର ଗୋଡି ପୋଖରୀ ଗ୍ରାମର ଏକ ସରକାରୀ ଜାଗା ଜବରଦଖଲ କରି ଦଣ୍ଡପାଣି ସିଂ ନାମକ ଜଣେ ବ୍ୟକ୍ତି ରହୁଥିଲେ । ଜବରଦଖଲ ଉଚ୍ଛେଦ ପାଇଁ ବ୍ୟକ୍ତିଙ୍କୁ ତହସିଲଦାର ଏକ ନୋଟିସ ଦେଇଥିଲେ । ମଙ୍ଗଳବାର ଜବରଦଖଲ ଉଚ୍ଛେଦ ହେବାର ଥିଲା । କିନ୍ତୁ ଆବଶ୍ୟକ ସଂଖ୍ୟକ ପୋଲିସ ଆସିନଥିବାରୁ ତହସିଲଦାର ନୋଟିସ କରିଥିବା ଜାଗାକୁ ଯାଇପାରିନଥିଲେ । ନିର୍ଦ୍ଧାରିତ ସମୟରେ ଉଚ୍ଛେଦ ନ ହେବାରୁ 20-30 ଜଣ ଗ୍ରାମବାସୀ ଆସି ତହସିଲଦାରଙ୍କ କାର୍ଯ୍ୟାଳୟରେ ଚେୟାର ଟେବୁଲ ଭାଙ୍ଗିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜ ମଧ୍ୟ ଫୋପାଡି ଦେଇଥିଲେ । ଅଫିସରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରି କାଚ କବାଟକୁ ଭାଙ୍ଗି ଦେଇଥିଲେ ।

ଘଟଣା ଘଟିବା ସମୟରେ ତହସିଲଦାର ଅନୁପସ୍ଥିତ ଥିବାରୁ ତହସିଲ କର୍ମଚାରୀମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ଖୋର୍ଦ୍ଧା ଏସଡିପିଓ ଏବଂ ବିଭିନ୍ନ ଥାନାର ଥାନା ଅଧିକାରୀଙ୍କ ସହ ବେଗୁନିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି କେସ ନଂ 41/19ରେ ମାମଲା ରୁଜୁ କରି ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

ହାଇଦ୍ରାବାଦ: ପ୍ରଖ୍ୟାତ ଫିଲ୍ମନିର୍ମାତା ଏସଏସ ରାଜାମୌଲୀଙ୍କ ଅପକମିଂ ଫିଲ୍ମ 'RRR', ଯାହାକ ଗତବର୍ଷ ନଭେମ୍ବର ମାସରୁ ମହୁରତ ହୋଇ ସୁଟିଂ ଆରମ୍ଭ ହୋଇଯାଇଥିଲେ ମଧ୍ୟ ନିର୍ମାତା ଏପର୍ଯ୍ୟନ୍ତ ଫିଲ୍ମ ପାଇଁ ପାଉନାହାଁନ୍ତି ଉପଯୁକ୍ତ ଅଭିନେତ୍ରୀ । କିଛିଦିନ ପୂର୍ବରୁ ଫିଲ୍ମରେ ଆଲିୟା ଏଣ୍ଟ୍ରି ମାରିବେ ବୋଲି ନିର୍ମାତା ଆଶା କରିଥିବାବେଳେ ଏବେ କିନ୍ତୁ ଆଲିୟା ବି ଓହରିଛନ୍ତି ଏହି ବିଗ ବଜେଟ ଫିଲ୍ମରୁ...

ତେଲୁଗୁ ସୁପରଷ୍ଟାର ରାମ ଚରଣ ଓ ଜୁନିୟର ଏନଟିଆର ପ୍ରଥମଥର ପାଇଁ ପରଦାରେ ଏକାଠି ଆସିବାକୁ ଯାଉଥିବାବେଳେ ଏହି 300କୋଟି ବଜେଟର ଫିଲ୍ମରେ ମୁଖ୍ୟ ଅଭିନେତ୍ରୀଙ୍କୁ ଦେଖିବାକୁ ସମସ୍ତେ ଉତ୍ସାହିତ । 

ତେବେ ଏହି ଫିଲ୍ମ ପାଇଁ ରାଜାମୌଲୀ, ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ଆପ୍ରୋଚ କରିଥିବା କଥା ଶୁଣିବାକୁ ମିଳିଥିଲା । କିନ୍ତୁ ଆଲିୟା ଏବେ ବଲିଉଡର ଅନେକ ଫିଲ୍ମର ଚୁକ୍ତି କରିଥିବାରୁ ଏହି ବିଗ ବଜେଟକୁ କରିଛନ୍ତି ନାଁ । ଆଲିୟା ଏବେ କଲଙ୍କ, ବ୍ରହ୍ମାସ୍ତ୍ର, ତଖ୍ତ, ସଡକ-2ଆଦି ଫିଲ୍ମରେ ବ୍ୟସ୍ତ । ଏହାଛଡା ଆଲିୟା ଖୁବଶିଘ୍ର ପ୍ରଯୋଜନା ଦୁନିଆରେ ମଧ୍ୟ ପାଦ ରଖିବେ ।

ପ୍ରକାଶ ଥାଉକି, ଫିଲ୍ମ 'RRR'ରେ ଜୁନିୟର ଏନଟିଆର ଓ ରାମଚରଣ ଦୁଇ ଭାଇ ଭୂମିକାରେ ଆସୁଛନ୍ତି । ଉଭୟ ଫିଲ୍ମର କାହାଣୀ ନଶୁଣି ଏହି ଚୁକ୍ତି ସାଇନ କରିନେଇଥିଲେ କେବଳ ଉଭୟ ଏକାଠି ଫିଲ୍ମ କରିବାକୁ । 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.