ETV Bharat / briefs

ଗ୍ରୀଲ କାଟି ଦୋକାନରୁ ଚୋରି ଉଦ୍ୟମ ମାମଲା, ବନ୍ଧା ହେଲା ଅଭିଯୁକ୍ତ

ମୋବାଇଲ ଦୋକାନ ଗ୍ରୀଲ୍ ଚାବି କାଟି ମୋବାଇଲ ଚୋରି ଉଦ୍ୟମ ମାମଲାରେ ଅଭିଯୁକ୍ତକୁ କୋର୍ଟଚାଲାଣ କଲା ପୋଲିସ l ଅଧିକ ପଢନ୍ତୁ...

Ganjam
Ganjam
author img

By

Published : May 14, 2021, 7:57 AM IST

ବ୍ରହ୍ମପୁର:ମୋବାଇଲ ଦୋକାନ ଗ୍ରୀଲ୍ ଚାବି କାଟି ମୋବାଇଲ ଚୋରି ଉଦ୍ୟମ କରୁଥିବାବେଳେ ବନ୍ଧା ହେଲା ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା-ଭୀଷ୍ମଗିରି ରାସ୍ତା ନିକଟରେ ଘଟିଛି ଏହି ଘଟଣା । ଦିଗପହଣ୍ଡି ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଧିନସ୍ଥ ସିଙ୍ଗିପୁର ଗ୍ରାମର ପ୍ରତାପ କୁମାର ଦାସ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ରବିବାର ରାତି ପ୍ରାୟ ସାଢେ଼ ୧୦ଟା ସମୟରେ ଡେଙ୍ଗାଓସ୍ତା ଗ୍ରାମର ଭୀଷ୍ମଗିରି ଯିବା ରାସ୍ତାରେ ରହିଥିବା ଗୋପାଳକୃଷ୍ଣ ମଲ୍ଲିକଙ୍କ ଭାଗ୍ଯଶ୍ରୀ ମୋବାଇଲ ଦୋକାନ ଗୃହର ଗ୍ରୀଲ୍ ଚାବିକୁ କଟର ମେସିନ ସାହାଯ୍ୟରେ କାଟି ଚୋରି ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତଟି ସ୍ଥାନୀୟ କିଛି ଲୋକଙ୍କ ହାତରେ ଧରାପଡିଥିଲା । ପରେ ଛେଚା ମଧ୍ୟ ଖାଇଥିଲା । ଏହାପରେ ସ୍ଥାନୀୟ ଲୋକେ ଦିଗପହଣ୍ଡି ପୋଲିସକୁ ଖବର ଦେବା ସହ ପ୍ରତାପକୁ ଦିଗପହଣ୍ଡି ପୋଲିସକୁ ହସ୍ତାନ୍ତର କରିଥିଲେ । ଘଟଣା ପର ଦିନ ଦୋକାନ ମାଲିକ ଥାନାରେ ଅଭିଯୁକ୍ତ ବିରୋଧରେ ଏତଲା ଦେଇଥିଲେ ।

ଏତଲାକୁ ଭିତ୍ତିକରି ଦିଗପହଣ୍ଡି ଥାନା ମାମଲା ନଂ.୧୦୮/୨୧ ଦଫା - ୩୭୯/୫୧୧ ଆଇପିସି ଧାରା ଅନୁଯାୟୀ ମକଦ୍ଦମା ରୁଜୁ କରି ଗୁରୁବାର ଅପରାହ୍ନରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.