ETV Bharat / briefs

ଅବସରପ୍ରାପ୍ତ ଯବାନକୁ ମାଡ ମାରିଥିଲେ ବିଜେପି ନେତା, 4 ବର୍ଷ ପରେ ଫାଇଲ୍ ଖୋଲିଲା ଶିବସେନା - ଅବସରପ୍ରାପ୍ତ ଯବାନକୁ ମାଡ

ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ବିବାଦ ବଢିବାରେ ଲାଗିଛି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ 2016 ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

 ଗୃହମନ୍ତ୍ରୀ ଅନିଲ ଦେଶମୁଖ
ଗୃହମନ୍ତ୍ରୀ ଅନିଲ ଦେଶମୁଖ
author img

By

Published : Sep 15, 2020, 4:12 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ବିବାଦ ବଢିବାରେ ଲାଗିଛି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ 2016 ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । 2016ରେ ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକ ଜଣେ ଅବସରପ୍ରାପ୍ତ ଯବାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା, ଯାହାର ବର୍ତ୍ତମାନ ଯାଞ୍ଚ କରାଯିବ।

2016ରେ ବିଜେପି ବିଧାୟକ ଉନ୍ମେଶ ପାଟିଲ ଓ ତାଙ୍କ ସହଯୋଗୀମାନେ ଅବସରପ୍ରାପ୍ତ ସେନା ଅଧିକାରୀ ସୋନୁ ମହାଜନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ପ୍ରସଙ୍ଗରେ ମହାରାଷ୍ଟ୍ର ସରକାରଙ୍କ ଗୃହମନ୍ତ୍ରୀ କହିଛନ୍ତି ଯେ ତତ୍କାଳୀନ ବିଜେପି ସରକାରରେ ସେହି ଯବାନଙ୍କୁ ନ୍ୟାୟ ଦେଇପାରିନଥିଲା ।

ଗୃହମନ୍ତ୍ରୀ ଦାବି କରିଛନ୍ତି ଯେ 2019ରେ ହାଇକୋର୍ଟ ଏହି ମାମଲା ରେଜିଷ୍ଟର କରିବାକୁ କହିଥିଲେ । କିନ୍ତୁ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ। ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ବିଜେପି କ୍ରୋଧ ପ୍ରକାଶ କରିଛି । ବିଜେପି ବିଧାୟକ ଅତୁଲ ଭଟଖଲକର କହିଛନ୍ତି ଯେ ଯଦି ଏହା ହୋଇଛି ତେବେ ପୂର୍ବରୁ ଏନେଇ ଅଭିଯୋଗ କରିବାର ଥିଲା । ଏହାସହ ନିକଟରେ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ଶିବସେନା କର୍ମୀ ମାଡ ମାରିବା ଘଟଣା ଉଠାଇଥିଲେ ଓ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗିବା ଜରୁରୀ ବୋଲି କହିଥିଲେ ।

ପ୍ରକାଶଥାଉକି, କିଛି ଦିନ ତଳେ ଶିବସେନାର କର୍ମକର୍ତ୍ତା ପୂର୍ବ ସେନା ଅଧିକାରୀ ମଦନ ଶର୍ମାଙ୍କୁ ଆକ୍ରମଣ କରିଥିଲେ । ଶିବସେନାକୁ ନିନ୍ଦା କରୁଥିବା ଏକ କାର୍ଟୁନ ସେୟାର କରିବା ଅଭିଯୋଗରେ ତାଙ୍କୁ କର୍ମକର୍ତ୍ତାମାନେ ମାଡ ମାରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.