ETV Bharat / briefs

ଗଡରକ୍ଷା ପାଇଁ ସାରଥୀ ସାଜିଛନ୍ତି ଶରଦ ପାୱାର

ଶରଦ ପାୱାର ବାରାମତି ଲୋକସଭା ଆସନର ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଫୋନ କରି ସମର୍ଥନ ମାଗୁଛନ୍ତି ।

author img

By

Published : Apr 13, 2019, 2:18 PM IST

ଡିଜାଇନ ଫଟୋ

ମୁମ୍ବାଇ: ଭାରତୀୟ ରାଜନୀତିରେ ଏମିତି କିଛି ଲୋକସଭା ଆସନ ଅଛି ଯେଉଁ ଆସନଟି ଏକ ନିର୍ଦ୍ଦିଷ୍ଟ ପରିବାରର ଅକ୍ତିଆରେ ରହି ଆସିଛି । ସାଧାରଣତଃ ଏହା ସେମାନଙ୍କ ଗଡ ବୋଲି ବିବେଚନା କରାଯାଇଥାଏ ।

ଏମିତି ଏକ ଲୋକସଭା ଆସନ ହେଉଛି ମହାରାଷ୍ଟ୍ରର ବାରାମତି ଲୋକସଭା ଆସନ । ଏହି ଆସନଟି ମହାରାଷ୍ଟ୍ରର ଏକ ଗୁରୁତ୍ବପୂର୍ଣ ଆସନ ଭାବେ ଖ୍ୟାତି ରହିଛି, ଗତ 1991 ମସିହାରୁ ଉକ୍ତ ଆସନଟି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ଅଧିନରେ ରହି ଆସିଛି । 1991 ମସିହାରୁ 2009 ମସିହା ପର୍ଯ୍ୟନ୍ତ ଏନସିପି ମୁଖ୍ୟ ଶରଦ ପାୱାର ଏହି ଆସନରୁ ସାଂସଦ ଥିବାବେଳେ 2009 ରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଝିଅ ସୁପ୍ରିୟା ସୁଲେ ସାଂସଦ ଅଛନ୍ତି ।

ବର୍ତ୍ତମାନ ନିର୍ବାଚନ ଚାଲିଥିବାରୁ ପୁଣିଥରେ ଗଡ ଅକ୍ଷୟ ରଖିବା ପାଇଁ ଏନସିପି ବର୍ତ୍ତମାନର ସାଂସଦଙ୍କୁ ପୁଣିଥରେ ଭରଷା କରିଛି । ଆଉ ଗଡ ଅକ୍ଷୟ ଅପରାଜୟ ରଖିବା ପାଇଁ ଏନସିପି ମୁଖ୍ୟ ଶରଦ ପାୱାର ନିଜେ ଏବେ ଝିଅଙ୍କ ପ୍ରଚାର ରଥର ସେନାପତି ସାଜିଛନ୍ତି । ନିର୍ବାଚନରେ ଯେମିତି କୌଣସି ସମସ୍ୟା ନହୁଏ ସେଥିପାଇଁ ଶରଦ ପାୱାର ନିଜେ ଏବେ ଉକ୍ତ ଅଞ୍ଚଳରେ ରହି ସମସ୍ତ ଲୋକଙ୍କୁ ଭେଟି ଭୋଟ ମାଗୁଛନ୍ତି । ଶରଦ ପାୱାର ବାରାମତି ଲୋକସଭା ଆସନର ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଫୋନ କରି ସମର୍ଥନ ମାଗୁଛନ୍ତି । ଯେଉଁ ଇଲାକାରେ କୌଣସି ଲୋକଙ୍କର ପ୍ରଭାବ ଅଛି ସିଧା ତାଙ୍କ ଘରେ ପହଞ୍ଚି ଯାଉଛନ୍ତି ଶରଦ, ଉଦ୍ଦେଶ୍ୟ ଯେମିତିବି ହେଉ ଗଡ ବଞ୍ଚାଇବା ।

ସେପଟେ ଚଳିତ ନିର୍ବାଚନରେ କୌଣସି ମତେ ଏହି ଆସନରେ ପଦ୍ମ ଫୁଟାଇବାକୁ ଜୋରଦାର ପ୍ରସ୍ତୁତ ଚଳାଇଛି ଗେରୁଆ ଦଳ । ବିଜେପି ଏଠି ନିଜ ପ୍ରାର୍ଥୀ ଭାବେ କାଞ୍ଚନ କୁଲଙ୍କୁ ପ୍ରାର୍ଥୀ କରିଛି । ବିଜେପି ଏହି ଆସନକୁ ଦଖଲ କରିବାକୁ ଦମ୍ଭ ଦେଖାଇ ଅନେକ ରାଜନୈତିକ କାର୍ଯ୍ୟକ୍ରମ ସହ ପ୍ରଚାରକୁ ବ୍ୟାପକ ଭାବେ ପ୍ରଭାବଶାଳି କରିଛି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମଧ୍ୟ ଆସି ଏଠି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେହି ଦୃଷ୍ଟିରୁ ଶରଦ ପାୱାର ଚାପରେ ରହିବା ସ୍ବାଭାବିକ, କାରଣ ପରାଜୟ ହେଲେ ନିଜ ପ୍ରତିଷ୍ଠା ପ୍ରତି ଆଞ୍ଚ ଆସିବ ।

ସୂଚନା ମୁତାବକ ବାରାମତି ଲୋକସଭା ଆସନରେ ବର୍ତ୍ତମାନ ସମୁଦାୟ 21,12,408 ଜଣ ଭୋଟର ଥିବାବେଳେ ସେଥିମଧ୍ୟରୁ ପୁରୁଷ ଭୋଟର ପ୍ରାୟ 11,10,168 ଥିବାବେଳେ ମହିଳା ଭୋଟର ଅଛନ୍ତି 10, 02,207 । ଏହି ସଂସଦୀୟ କ୍ଷେତ୍ରରେ ଆଖୁ ଚାଷ ଏକ ବଡ ଶିଳ୍ପ ଭାବେ ଗଢି ଉଠିଥିବା ବେଳେ ଅନେକ ଚିନିକଳ ସ୍ଥାପିତ ହୋଇଛି ।

ସ୍ଲଗ-ଅମିତ ସାହାଙ୍କ ଗ୍ରସ୍ତକୁ  ନେଇ ସାମ୍ବାଦିକ ସମ୍ମିଳନୀ
ଆଙ୍କର- ଆସନ୍ତା କାଲି ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହା କେନ୍ଦୁଝର ଗ୍ରସ୍ତରେ ଆସୁଛନ୍ତି । ଦିନିକିଆ ଏହି ଗ୍ରସ୍ତରେ ଅମିତ ଶାହା ସ୍ଥାନୀୟ ସରକାରୀ ମେଡିକାଲ କଲେଜ ଠାରେ ଆୟୋଜିତ ବିଜୟ ସଂକଳ୍ପ ଯାତ୍ରାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନିର୍ଵାଚନ କୁ ଆଉ ମାତ୍ର କେତେ ଦିନ ବାକି ଥିବା ବେଳେ ଅମିତ ଶାହା ଙ୍କ ଏହି ଗ୍ରସ୍ତ କୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇଛି । ଶାହା ଙ୍କ ଗ୍ରସ୍ତ କୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ହୋଟେଲ ଶ୍ରୀକୃଷ୍ଣ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହା ସହ ସରକାରୀ ଦଳ ପ୍ରଶାସନକୁ ଲଗେଇ ବିଜେପି କାର୍ଯ୍ୟକର୍ତା ଙ୍କୁ ଗିରଫ କରୁଥିବା କୁ ନେଇ ବିଜେପି ଆପତ୍ତି କରିଛି । ବିଜେଡି ସାଂସଦଙ୍କ ଭାଇରାଲ ଭିଡ଼ିଓ କୋଉଠୁ ଉତ୍ପତ୍ତି କୁ ପୋଲିସ ନଖୋଜି ବିଜେପି ର କାର୍ଯ୍ୟକର୍ତା ଙ୍କୁ ଗିରଫ କରିଛି । ଏହାକୁ ନେଇ ବିଜେପି ନିର୍ଵାଚନ ଆୟୋଗ ସମ୍ମୁଖରେ ଅଭିଯୋଗ କରିବ ବୋଲି ଜିଲା ବିଜେପି କହିଛି । 
ବାଇଟ- ୧- ବିରଞ୍ଚି ତ୍ରିପାଠୀ( ଜିଲ୍ଲା ପ୍ରଭାରୀ)

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.