ETV Bharat / briefs

ଢେଙ୍କାନାଳରୁ ବିପୁଳ ପରିମାଣର ମଦ ଜବତ, 4 ଗିରଫ - liquor seazed

ଢେଙ୍କାନାଳ ଜିଲ୍ଲା ନୂଆ ଭୁବନ ଗାଁରୁ ନକଲି ବିଦେଶୀ ମଦ କାରଖାନା ଠାବ, 4 ଗିରଫ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : May 29, 2019, 6:31 PM IST

ଅନୁଗୋଳ: ଢେଙ୍କାନାଳ ଜିଲ୍ଲା ନୂଆ ଭୁବନ ଗାଁରେ ନକଲି ବିଦେଶୀ ମଦ କାରଖାନା ଠାବ । ଘଟଣାସ୍ଥଳରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିବା ସହ 4 ଜଣଙ୍କୁ ଗିରଫ କରିଛି ପୋଲିସ ।

ଖବରମୁତାବକ, ଜିଲ୍ଲାର ନୂଆ ଭୁବନ ଗାଁରେ ନକଲି ମଦ କାରବାର ଚାଲିଥିବାର କୌଣସି ସୂତ୍ରରୁ ଖବରପାଇ ଜିଲ୍ଲା ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ଚଢାଉ କରିଥିଲେ । ଉକ୍ତ ଗାଁର ଲକ୍ଷ୍ମୀଧର ସାହୁଙ୍କ ଘରୁ ମଦ ତିଆରି କାରଖାନା ଠାବ କରାଯାଇଥିଲା । ଘଟଣାରେ ମାଲିକ ଲକ୍ଷ୍ମୀଧର ସାହୁଙ୍କ ସହ ତାଙ୍କ ସହଯୋଗୀ ରଞ୍ଜନ ସାହୁ, କପିଳ ସାହୁ ଓ ତାଙ୍କ ଭାଇଙ୍କୁ ଗିରଫ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ମଦରେ ବ୍ୟବହୃତ ୬୫୦ ଲିଟର ସ୍ପିରିଟ, ୮୫୦ଟି ନକଲି ମଦ ବୋତଲ ଓ ଏକ ଗାଡି ଜବତ କରାଯାଇଛି । ଏହା ବ୍ୟତୀତ ବୋଟଲିଙ୍ଗରେ ବ୍ୟବହାର ହେଉଥିବା ବିଭିନ୍ନ ଯନ୍ତ୍ରପାତି ମଧ୍ୟ ଜବତ କରିଛି ବିଭାଗ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.