ETV Bharat / briefs

ଇନ୍ଦ୍ରାବତୀ ଡାହାଣ କେନାଲରେ ଘାଇ, ଭାସିଗଲା ପଣ୍ଡି ଗାଁ

ସମ୍ପୂର୍ଣ୍ଣ ଗାଁ ଜଳମଗ୍ନ ହେବାସହ ଶହଶହ ଚାଷ ଜମିରେ ପାଣି ମାଡିଯାଇଛି । କେନାଲରେ ଘାଇ ହେବାର ଖବର ପାଇ କେନାଲ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Apr 25, 2019, 10:26 AM IST

Updated : Apr 25, 2019, 12:37 PM IST

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦେଇ ଯାଇଥିବା ଇନ୍ଦ୍ରାବତି ଜଳ ପ୍ରକଳ୍ପର ଡାହାଣ କେନାଲରେ ଘାଇ ହୋଇଯିବାରୁ ନିକଟସ୍ଥ ପଣ୍ଡିଗାଁ ଗତରାତିରୁ ଜଳମଗ୍ନ ହୋଇପଡିଛି । ସୂଚନା ମୁତାବକ ଗତରାତି ପ୍ରାୟ 2ଟାରେ କେନାଲର ଡାହାଣ ପାର୍ଶ୍ବର ଦକ୍ଷିଣ କେନାଲରେ ଏକ ଘାଇ ହେବା ଦ୍ବାରା ଗାଁକୁ ପ୍ରାୟ ଚାରି ଫୁଟର ପାଣି ମାଡି ଆସିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଫଳରେ ସମ୍ପର୍ଣ ଗାଁ ଜଳମଗ୍ନ ହେବାସହ ଶହଶହ ଚାଷ ଜମିରେ ପାଣି ମାଡିଯାଇଛି । କେନାଲରେ ଘାଇ ହେବାର ଖବର ପାଇ ଇନ୍ଦ୍ରବତୀ କେନାଲ କର୍ତ୍ତୃପକ୍ଷ ଓ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ଏହାସହ ସ୍ଥାନୀୟ ଲୋକଙ୍କୁ ନେଇ କେନାଲକୁ ମରାମତି କରିବା ସହ ପାଣି ଅଟକାଇବାକୁ ଚେଷ୍ଟା କରୁଛନ୍ତି ।

ବର୍ତ୍ତମାନ ସୁଦ୍ଧା ଗାଁରେ ପାଣି ଲହଡି ଭାଙ୍ଗୁଥିବା ବେଳେ ଏହାକୁ ନେଇ ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ପଣ୍ଡି ଗାଁରେ କମଲପୁର ବ୍ଲକ ପ୍ରଶାସନ ସହ ଇନ୍ଦ୍ରାବତୀ ଏସଡିଓ ପହଞ୍ଚି ଗାଁ ଲୋକଙ୍କ ସହ ଆଲୋଚନା କରୁଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:Body:Conclusion:
Last Updated : Apr 25, 2019, 12:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.