ETV Bharat / briefs

ଟମକା ହତ୍ୟାକାଣ୍ଡ ପର୍ଦ୍ଦାଫାଶ; 2 ଅଭିଯୁକ୍ତ ଗିରଫ - JANINDAPALI

ଯାଜପୁର ଜନିନ୍ଦାପାଳ ମର୍ଡର ଘଟଣାର ପର୍ଦ୍ଦାଫାଶ । ବ୍ୟବସାୟିକ କାରଣ ପାଇଁ ହୋଇଥିଲା ଯୋଜନାବଦ୍ଧ ହତ୍ୟାକାଣ୍ଡ । ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଜଣେ ଫେରାର ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Jun 9, 2019, 9:48 PM IST

ଯାଜପୁର: ଗତ ତିନିଦିନ ତଳେ ଯାଜପୁର ଟମକା ଥାନା ଜନିନ୍ଦାପାଳ ଅଞ୍ଚଳରେ ଘଟିଥିବା ଏକ ଯୋଜନବଦ୍ଧ ହତ୍ୟାକାଣ୍ଡର ପର୍ଦାଫାଶ କରିଛି ଯାଜପୁର କଳିଙ୍ଗ ନଗର ପୋଲିସ । ସୂଚନା ମୁତାବକ ନିରଞ୍ଜନ ସାହୁ ନାମକ ଜଣେ ବ୍ୟବସାୟୀଙ୍କୁ ଗଳାକାଟି ହତ୍ୟା କରିଥିଲେ । ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତ ଜନିନ୍ଦାପାଳର ସଂଗ୍ରାମ ମଲ୍ଲିକ ଓ ତାର ଜଣେ ସହଯୋଗୀକୁ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଦୁଇଟି ଛୁରୀ, ଗୋଟିଏ ବୁଲେଟ ଗାଡି 9 ଗୋଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ଯାଜପୁର

ଆଜି କଳିଙ୍ଗ ନଗର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସି ରାଜ କିଶୋର ଦୋରା ଘଟଣା ସଂପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି ଏହି ହତ୍ୟା ଘଟଣାରେ ପୂର୍ବ ବ୍ୟବସାୟିକ ଶତୃତାକୁ କେନ୍ଦ୍ରକରି ଦୁଇଜଣ ସହଯୋଗୀଙ୍କ ସହାୟତାରେ ନିରଞ୍ଜନଙ୍କୁ ହତ୍ୟା କରିଥିଲେ ସଂଗ୍ରାମ । ଏହାସହ ପୋଲିସ ଆହୁରି କହିଛି ଯେ ନିରଞ୍ଜନ ଓ ସଂଗ୍ରାମ ପୂର୍ବରୁ ମିଶି ମିଳିତ ଭାବେ ବ୍ୟବସାୟ କରୁଥିଲେ । ଏହି ବ୍ୟାବସାୟରୁ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ତେବେ ଗତ 6 ତାରିଖ ଦିନ ସଂଗ୍ରାମ ନିରଞ୍ଜନଙ୍କୁ କୌଣସି ମତେ ଘରୁକୁ ଡାକିନେଇ ପ୍ରଚୁର ମଦ ପିଆଇଥିଲେ । ଏହାପରେ ତାଙ୍କ ସହଯୋଗୀଙ୍କ ସହ ମିଶି ନିରଞ୍ଜନଙ୍କୁ ହତ୍ୟା କରିଥିଲେ । ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକ କରି ଧରିବାରେ ସକ୍ଷମ ହୋଇଛି ।

ତେବେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି । ତାକୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

କୋଲାବ ଜଳଭଣ୍ଡାର ମଧ୍ୟକୁ କୋରାପୁଟ , ସୁନାବେଡା , ସେମିଳିଗୁଡା , ଲମତାପୁଟ ଭଳି ସହରାଞ୍ଚଳରୁ ବର୍ଯ୍ୟ ବସ୍ତୁ ଓ ନାଳ ନର୍ଦମାରୁ ନିର୍ଗତ ହେଉଥିବା ମଇଳା ପାଣି ସିଧା ସଳଖ ମିଶୁଥିବା ଯୋଗୁଁ ଏଥିର ପାଣି ସମୟ କ୍ରମେ ଦୂଷିତ ହେଉଥିବା ନେଇ ଆଶଙ୍କା ବୃଦ୍ଧି ପାଇଛି । କୋରାପୁଟ ଭଳି ସହରାଞ୍ଚଳରେ  ଜନସାଧାରଣ ବ୍ୟବହାର କରୁଥିବା ଜିନିଷର ପ୍ରକାରଭେଦ ବଢିବା ସହ ଘରୁ ନିର୍ଗତ ହେଉଥିବା ଅଳିଆରେ ମଧ୍ୟ ବର୍ଯ୍ୟବସ୍ତୁରେ ପ୍ରଦୂଷଣ ବୃଦ୍ଧି କରିବା ରାସାୟନିକ କଣିକା ବୃଦ୍ଧି ପାଇ ନାଳ ଦେଇ ଯାଉଥିବା ଜଳକୁ ଦୂଷିତ କରିଥିବା ଅଭିଯୋଗ ହୋଇଛି। କୋଲାବ ଜଳଭଣ୍ଡାର ପାଖତଡ଼ ରେ ଥିବା ଛୋଟବଡ଼ ଗାଁରେ ଲୋକେ ସିଧାସଳଖ ଏହି ପାଣି କୁ ବ୍ୟବହାର କରୁଥିବା ବେଳେ କୋରାପୁଟ ରେ ଜଳକୁ ବିଶୋଧନ କରାଯିବା ପରେ ମଧ୍ୟ ଜଳ କେତେଦୂର ପାନୀୟ ଯୋଗ୍ୟ ହୋଇପାରିଛି ତାହା ସନ୍ଦେହର ଘେରରେ ରହିଛି ।  ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ରାମକୃଷ୍ଣ ବେହେରା ଙ୍କ କହିବାନୁଯୟୀ  ସହରରେ ଜଳ ଯୋଗାଇବା ପୂର୍ବରୁ ଜଳବିଶୋଧନାଗାରରେ ଚୂନ , ଆଲମ ଓ ବ୍ଲିଚିଙ୍ଗ୍ ପକାଯାଇ ବିଶୋଧନ କରାଯାଉଛି । କିନ୍ତୁ ବାସ୍ତବରେ ଏହା କୋଲାବ ଜଳଭଣ୍ଡାରରେ ମିଶୁଥିବା ସମସ୍ତ ପ୍ରଦୂଷଣ କୁ ମୁକାବିଲା କରି ଲୋକଙ୍କୁ କେତେଦୂର ସ୍ୱଚ୍ଛ ଜଳ ଯୋଗାଇ ପାରୁଛି ତାହା ଏକ ବିରାଟ ପ୍ରଶ୍ନ । ତେବେ ଅତି ଶୀଘ୍ର ବର୍ଯ୍ୟ ବସ୍ତୁ ପରିଚାଳନା କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ନାଳନର୍ଦମା ର ଜଳ କୋଲାବ ଜଳଭଣ୍ଡାରରେ ମିଶିବା ପୂର୍ବରୁ ତାକୁ ଏକ ଟ୍ରିଟମେଂଟ ପ୍ଲାଣ୍ଟ ମଧ୍ୟଦେଇ ଛାଡିବାର ଯୋଜନା  କରାଯାଇଛି ବୋଲି  କୋରାପୁଟ ପୋୖରାଞ୍ଚଳ ଅଧିକାରୀ ଗୌର ଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି ।
Byte :Madan Kirshani , Villager , Machra
Byte :Goura Chandra Patnaik , Executive Officer Koraput Municipality 
Byte : Ramakrushna Behera , Asst.Engineer ,PHD , Koraput
P2C : Ch.Santakar
..........
ଶାନ୍ତାକାର
କୋରାପୁଟ
.....…......
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.