ETV Bharat / briefs

ସମ୍ବଲପୁରରେ ସକ୍ରିୟ ଆଇପିଏଲ ବେଟିଂ କାରବାର, 2 ଗିରଫ

ଜିଲ୍ଲାରେ ସକ୍ରିୟ ଆଇପିଏଲ ବେଟିଂ କାରବାର। ଆଜି(ଶୁକ୍ରବାର) ସମ୍ବଲପୁର ପୋଲିସ ଆଇପିଏଲରେ ବେଟିଂ କାରବାରରେ ଲିପ୍ତ ଥିବା 2 ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଧିକ ପଢନ୍ତୁ...

ସମ୍ବଲପୁରରେ ସକ୍ରିୟ ଆଇପିଏଲ ବେଟିଂ କାରବାର
ସମ୍ବଲପୁରରେ ସକ୍ରିୟ ଆଇପିଏଲ ବେଟିଂ କାରବାର
author img

By

Published : Apr 30, 2021, 8:19 PM IST

ସମ୍ବଲପୁର: ଜିଲ୍ଲାରେ ସକ୍ରିୟ ଆଇପିଏଲ ବେଟିଂ କାରବାର। ଆଜି(ଶୁକ୍ରବାର) ସମ୍ବଲପୁର ପୋଲିସ ଆଇପିଏଲରେ ବେଟିଂ କାରବାରରେ ଲିପ୍ତ ଥିବା 2 ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ସମ୍ବଲପୁର ଓ ଝାରସୁଗୁଡାର ହୋଇଥିବା ବେଳେ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜବତ ହୋଇଛି।

ସମ୍ବଲପୁରରେ ସକ୍ରିୟ ଆଇପିଏଲ ବେଟିଂ କାରବାର
ସମ୍ବଲପୁରରେ ସକ୍ରିୟ ଆଇପିଏଲ ବେଟିଂ କାରବାର
ସମ୍ବଲପୁରରେ ସକ୍ରିୟ ଆଇପିଏଲ ବେଟିଂ କାରବାର
ସମ୍ବଲପୁରରେ ସକ୍ରିୟ ଆଇପିଏଲ ବେଟିଂ କାରବାର

ଗିରଫ ଅଭିଯୁକ୍ତ ମାନେହେଲେ ସମ୍ବଲପୁର ଅଇଁଠା ପାଲି ଅଞ୍ଚଳର ଶୁଭମ କୁମାର ସାହୁ ଓ ଝାରସୁଗୁଡା ଫାଟକ ଗୋଶାଳା ଗଳିର ହରିଷ ସାହୁ। ଅଭିଯୁକ୍ତଙ୍କଠାରୁ 2ଟି ମୋବାଇଲ, ସିମ କାର୍ଡ, ଗୋଟିଏ ସ୍କୁଟି, ନଗଦ 1 ଲକ୍ଷ 92 ହଜାର ଟଙ୍କା ଜବତ ହୋଇଛି।

ଏହାସହ ଅଭିଯୁକ୍ତଙ୍କ 7 ଟି ଆକାଉଣ୍ଟର 40ଲକ୍ଷ 10 ହଜାର ଟଙ୍କାକୁ ପୋଲିସ ଫ୍ରିଜ୍ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବତୁଲା ଗଙ୍ଗାଧର। ସମ୍ବଲପୁର ଟାଉନ ଥାନା ପୋଲିସ ଓ ସ୍ବତନ୍ତ୍ର ସ୍କ୍ବାର୍ଡ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବଲପୁରରୁ ବାଦଶାହା ଯୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.