ETV Bharat / briefs

ଶ୍ରୀମନ୍ଦିର ମରାମତି ପାଇଁ 5କୋଟି ଦେଲା ଆଇଓସିଏଲ - FANI

ଫନି ମାଡରେ କ୍ଷତିଗ୍ରସ୍ତ ଶ୍ରୀମନ୍ଦିର ମରାମତି ପାଇଁ 5କୋଟି ଟଙ୍କା ଦେଲେ ଆଇଓସିଏଲ କତ୍ତୃପକ୍ଷ ।

ଫାଇଲ ଫଟୋ
author img

By

Published : May 8, 2019, 9:55 PM IST

ଭୁବନେଶ୍ବର: ସାମୁଦ୍ରିକ ଝଡ ଫନି ତାର ପ୍ରଚଣ୍ଡ ଆକ୍ରମଣରେ ଅଧା ଓଡିଶାକୁ ଛିନଛତ୍ର କରି ପକାଇଥିବା ବେଳେ ବିଶ୍ବନୟନ୍ତାଙ୍କ ଶ୍ରୀମନ୍ଦିରକୁ ମଧ୍ୟ ବାଦ ଦେଲାନି ନିଜ ଆକ୍ରମଣରୁ । ଫନିର ଭୟଙ୍କର ମାଡରେ ଶ୍ରୀମନ୍ଦିର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରତ୍ନସିଂହାସନରେ ମଧ୍ୟ ବର୍ଷା ପାଣି ପଡିଥିବା କୁହାଯାଉଛି ।

ଫଟୋ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତେବେ ମହାବାହୁଙ୍କ କୃପାରୁ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ଅଛି । ହେଲେ ମନ୍ଦିରର ଅନେକ ଅଶଂ କ୍ଷତିଗ୍ରସ୍ତ ହୋଇଯାଇଛି । ରାଜ୍ୟର ଏହି ଘଡିସନ୍ଧି ମୁହୁର୍ତ୍ତରେ କ୍ଷତିଗ୍ରସ୍ତ ହୋଇଥିବା ଶ୍ରୀମନ୍ଦିର ମରାମତି ପାଇଁ ଆଜି ଭାରତୀୟ ତୈଳ ନିଗମ(ଆଇଓସିଏଲ) ମନ୍ଦିରକୁ ପାଞ୍ଚ କୋଟି ଟଙ୍କା ଦାନ କରିଛନ୍ତି । ଆଜି ଏନେଇ ଆଇଓସିଏଲ କତ୍ତୃପକ୍ଷ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

BREAKING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.