ETV Bharat / briefs

ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ପୁଅ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଗାର୍ଡ ଅଫ ଅନର ଓ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବଡସୁଆଁଳ ହାଇସ୍କୁଲ ପଡିଆରେ ଶହୀଦ ଓଡିଆ ବୀର ଯବାନ ଅଜିତ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ଅନୁଗୋଳ
author img

By

Published : Jun 20, 2019, 2:07 PM IST

Updated : Jun 20, 2019, 2:52 PM IST

ଅନୁଗୋଳ: ପ୍ରତୀକ୍ଷାର ଘଟିଛି ଅନ୍ତ । 4 ଦିନ ପରେ ନିଜ ଜନ୍ମମାଟିରେ ପହଞ୍ଚିଲା ଶହୀଦ ଓଡିଆ ଯବାନ ଅଜିତ୍ ସାହୁଙ୍କ ପାର୍ଥିବ ଶରୀର । କାମାକ୍ଷାନଗରରୁ ଶୋଭାଯାତ୍ରା କରି ଶହୀଦଙ୍କ ପାର୍ଥିବ ଶରୀରକୁ ପୈତୃକ ଗ୍ରାମକୁ ନିଆଯାଇଥିଲା । ଗାଁରେ ପାର୍ଥିବ ଶରୀର ପହଞ୍ଚିବାପରେ ଶେଷ ଦର୍ଶନ କରିଥିଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମତେ ସହରର ଅନେକ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ । ଗାର୍ଡ ଅଫ ଅନର ଓ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବଡସୁଆଁଳ ହାଇସ୍କୁଲ ପଡିଆରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଅନୁଗୋଳ

ଅଜିତଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା । ଜଣେ ବୀର ଯବାନ ଓ ଜଣେ ବୀର ପୁଅକୁ ହରାଇ କାନ୍ଦ ବୋବାଳିରେ ଫାଟି ପଡୁଥିଲା ସାରା ଗାଁ । 'ଅମର ରହିବେ ଅଜିତ୍', 'ଶହୀଦ ଅଜିତ୍ ଅମର ରହେ' ଧ୍ବନିରେ ପ୍ରକମ୍ପିତ ହୋଇଉଠିଥିଲା କାମାକ୍ଷାନଗର ।

ଅଜିତ୍ 2015ରେ ପ୍ରଥମେ କୋଲକାତା ସେନାରେ ଯୋଗ ଦେଇଥିଲେ । ଜୁନ 17ତାରିଖରେ ସେ ଜମ୍ମୁ-କାଶ୍ମୀରରେ ସେନାରେ ଯୋଗ ଦେବାକୁ ଯାଉଥିଲେ । ମାତ୍ର ଏହି ସମୟରେ ପୁଲୱାମାରେ ଆତଙ୍କୀଙ୍କ ଆଇଡି ବିସ୍ଫୋରଣରେ ଶହୀଦ ହୋଇଥିଲେ ଅଜିତ୍ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

blank

Conclusion:
Last Updated : Jun 20, 2019, 2:52 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.