ETV Bharat / briefs

'ଫନି' କ୍ଷୟକ୍ଷତିର ଆକଳନ କଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ

ଫନି ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ଆକଳନ କରି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ସଞ୍ଜୟ ସିଂହ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 10, 2019, 2:51 AM IST

Updated : May 10, 2019, 3:03 AM IST

ଭୁବନେଶ୍ବର: 'ଫନି' ତାଣ୍ଡବରେ ଧରାଶାୟୀ ହୋଇଛି ଓଡିଶା । ରାଜ୍ୟରେ ଫନିର ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ସରକାରୀ ସ୍ତରରେ ଆକଳନ କରିବା ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ସଞ୍ଜୟ ସିଂହ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଚାଷ ଜନିତ କ୍ଷୟକ୍ଷତି: 14 ଜିଲ୍ଲାର 88 ବ୍ଲକ ବାତ୍ୟା ଫନି ଦ୍ବାରା ପ୍ରଭାବିତ ହୋଇଥିବା କ୍ଷୟକ୍ଷତି ରିପୋର୍ଟରେ ଆସିଛି । ଏହି କ୍ରମରେ 1 ଲକ୍ଷ 52ହଜାର 985 ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଛି । ଯେଉଁଥିରୁ 33 ପ୍ରତିଶତରୁ କମ ଫସଲ ରହିଛି । ସେହିପରି 36,898 ହେକ୍ଟର ଚାଷ ଜମି ଜଳସେଚିତ ଏବଂ 72,786 ହେକ୍ଟର ଜମି ବର୍ଷା ପ୍ଲାବିତ ରହିଛି । ତନ୍ମଧ୍ୟରୁ 12,277 ହେକ୍ଟର ଜମିର ନଡ଼ିଆ ଓ ଆମ୍ବ ଚାଷ ନଷ୍ଟ ହୋଇଛି । ଯେଉଁଥିରେ ପାନ, କଦଳୀ, କାଜୁ ଭଳି ଫସଲ ସାମିଲ ରହିଛି । ମୋଟ କ୍ଷତିପୂରଣ ପାଇଁ 145.45 କୋଟି ଟଙ୍କାର ଆବଶ୍ୟକତା ରହିଛି । ଏନେଇ ରାଜସ୍ବ, କୃଷି ବିଭାଗ ଅଧିକାରୀ ଯୁଗ୍ମ ବିଭାଗ ପକ୍ଷରୁ ଯାଞ୍ଚ ଚାଲିଥିବା ନେଇ ପ୍ରାଥମିକ ରିପୋର୍ଟ ଆସିଛି ।

ସ୍ବାସ୍ଥ୍ୟ: ରାଜ୍ୟର 5 ଜିଲ୍ଲା ଯଥା ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା ଆଦି ଜିଲ୍ଲାକୁ ବିଶେଷ ଗୁରୁତ୍ବ ଦିଆଯାଇଛି । 703 ମେଡିକାଲ ରିଲିଫ ସେଣ୍ଟର ଏନେଇ କାର୍ଯ୍ୟ କରୁଛି । 371ଟି ଆନୁଷ୍ଠାନିକ ଡେଲିଭରି ହୋଇଛି । 10, 544 ଆହତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି । ଆଶ୍ରୟସ୍ଥଳୀରେ ସବୁ ପ୍ରକାର ଔଷଧ ମହଜୁଦ ରହିଛି । 4ଟି ଟିମ ଜଳବାହିତ ଓ ଭୂତାଣୁ ଜନିତ ରୋଗ ଉପରେ ନଜର ରଖିଛନ୍ତି ।

ରିଲିଫ୍: ଫନି ବିପର୍ଯ୍ୟସ୍ତ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ 3458 କ୍ବିଣ୍ଟାଲ ଚୁଡା ଓ 587 କେଜି ଗୁଡ ପଠାଯାଇଛି । ରିଲିଫ୍ ବିତରଣ ପାଇଁ ପୁରୀକୁ 1,27,078 କ୍ବିଣ୍ଟାଲ ଚାଉଳ, 1,27,078 କ୍ବିଣ୍ଟାଲ ଖୋର୍ଦ୍ଧାକୁ ପଠାଯାଇଛି । ସେହିପରି କଟକକୁ 1,52,309 କ୍ବିଣ୍ଟାଲ, କେନ୍ଦ୍ରାପଡ଼ାକୁ 97,130, ଜଗତସିଂହପୁର 70, 681 କ୍ବିଣ୍ଟାଲ ଚାଉଳ ପଠାଯାଇଛି ।

ଟେଲିକମ: ରାଜ୍ୟସ୍ତରୀୟ ମାଷ୍ଟର ସ୍ବିଚିଂ ସିଷ୍ଟମ ଗୁଡିକୁ ରିଷ୍ଟୋର କରାଯାଇଛି । ବିଏସଏନଏଲ, ଜିଓର 2ଟିର ପାୱାରକୁ ରିଷ୍ଟୋର କରାଯାଇଛି । ଏୟାରଟେଲ ଓ ଭୋଡଫୋନର ଗୋଟିଏ ଲେଖାଏଁ ହୋଇଛି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରେ 75 ପ୍ରତିଶତ ଟେଲିକମ ଲିଙ୍କ୍ ବ୍ୟାଙ୍କକୁ ସଂଯୋଗ କରାଯାଇଛି । ଏଥିସହିତ 32ପ୍ରତିଶତ ବିଟିଏସକୁ କାର୍ଯ୍ୟକ୍ଷମ କରାଯାଇଛି । ଏହାଦ୍ବାରା ଉପଭୋକ୍ତା ନିଜ ମୋବାଇଲରେ ନେଟୱାର୍କ ସେଟିଂ କରି ଯେକୌଣସି ମୋବାଇଲ ଅପରେଟର ବ୍ୟବହାର କରିପାରିବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : May 10, 2019, 3:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.