ଭୁବନେଶ୍ବର: ଖୁବ ଶୀଘ୍ର ସିନେମା ପରଦାକୁ ଆସିବ ବହୁ ଚର୍ଚ୍ଚିତ ପାଟଣାଗଡ ବୋମା ବିସ୍ଫୋରଣ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର। ଫିଲ୍ମରେ ସୁଟିଂ ସରିଥିବା ବେଳ ଏହାର ରିଲିଜକୁ ନେଇ ଲାଗି ରହିଥିଲା ବିବାଦ। ତେବେ ମୁଭି ରିଲିଜରେ କୌଣସି ଅସୁବିଧା ନାହିଁ ବୋଲି ମାନ୍ୟବର ହାଇକୋର୍ଟ କହିଛନ୍ତି ।
ଏହା ପରେ ଅଭିଯୋଗକାରିଣୀ ତଥା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସ୍ତ୍ରୀ ମାମଲା ପ୍ରତ୍ୟାହାର କରିନେଇଥିବା ଫିଲ୍ମ ପ୍ରଯୋଜକଙ୍କ ପାଇଁ ଲଢୁଥିବା ଓକିଲ ସୂଚନା ଦେଇଛନ୍ତି । ଏହି ଫିଲ୍ମ ରିଲିଜ ହେଲେ ମାମଲାର ଶୁଣାଣୀରେ କୌଣସି ପ୍ରଭାବ ପକାଇବ ନାହିଁ, ତେଣୁ ଏହାର ରିଲିଜରେ କୌଣସି ଅସୁବିଧା ନାହିଁ ବୋଲି ମାନ୍ୟବର କୋର୍ଟ କହିଛନ୍ତି ।
ସୂଚନା ଅନୁସାରେ ଏହି ଫିଲ୍ମ ଅଗଷ୍ଟ ମାସରେ ରିଲିଜ ହେବ । ଉଭୟ ତାମିଲ ଓ ଓଡିଆ ଭାଷାରେ ରିଲିଜ ହେବ ବୋଲି ପ୍ରଯୋଜକ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ