ଭୁବନେଶ୍ବର: ସିଲ ହେଲା ସରକାରୀ କାର୍ଯ୍ୟାଳୟ । ଭୁବନେଶ୍ବର ତହସିଲକୁ ସିଲ୍ ସମେତ ଅନେକ କାର୍ଯ୍ୟାଳୟକୁ ସିଲ୍ କରିଛି ବିଏମସି। କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାରୁ ଗୁରୁବାର ଭୁବନେଶ୍ବରରେ ସରକାରୀ କାର୍ଯ୍ୟାଳୟକୁ ସିଲ କରିଛି ବିଏମସି ।
![ସରକାରୀ କାର୍ଯ୍ୟାଳୟ](https://etvbharatimages.akamaized.net/etvbharat/prod-images/05:49:41:1619698781_od-bbs-03-bmc-seal-govt-offices-7204861_29042021174847_2904f_1619698727_523.png)
ଭୁବନେଶ୍ବର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ, ଭୁବନେଶ୍ବର ତହସିଲ କାର୍ଯ୍ୟାଳୟ, ଖଣ୍ଡଗିରି ସବ ରେଜିଷ୍ଟ୍ରରଙ୍କ କାର୍ଯ୍ୟାଳୟ ଏବଂ ଭୁବନେଶ୍ବର ଜିଲ୍ଲା ଉପ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ 7 ଦିନ ପାଇଁ ସିଲ କରିଛି ବିଏମସି । ଉକ୍ତ କାର୍ଯ୍ୟାଳୟକୁ ବିଶୋଧନ କରିବା ସହ ସମସ୍ତ କର୍ମଚାରୀଙ୍କୁ ଗୃହ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ବିଏମସିକୁ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ