ETV Bharat / briefs

ନିମ୍ନମାନର କାମ ପାଇଁ ବନ୍ଦ ହେଲା ରାସ୍ତା କାମ

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାର୍ଯ୍ୟରେ ନିମ୍ନମାନର କାମ ହେଉଥିବା ଅଭିଯୋଗ ଆଣି ରାସ୍ତା କାମକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ନବରଙ୍ଗପୁର ପାତ୍ରି ପଞ୍ଚାୟତବାସୀ ।

author img

By

Published : May 19, 2019, 11:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାର୍ଯ୍ୟରେ ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରି ପଞ୍ଚାୟତବାସୀ । ଏହି ପଞ୍ଚାୟତର ଏନ୍ଏଚ-39ର ଜାମ୍ବଗୁଡ଼ା ଛକରୁ ଖଲିଗୁଡା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ହେଲେ ଏଥିରେ ଅତି ନିମ୍ନମାନର କାମ ହେଉଥିବାରୁ ରବିବାର ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ପଞ୍ଚାୟତବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନାନୁଯାୟୀ, ଏନ୍ଏଚ-୩୯ ଜାମ୍ବଗୁଡ଼ା ଛକର ଖଲିଗୁଡା ପର୍ଯ୍ୟନ୍ତ ରାସ୍ତା ସାଧାରଣ ଲୋକଙ୍କ ପାଇଁ ବର୍ଷ ବର୍ଷ ଧରି ମରଣଯନ୍ତା ପାଲିଟିଥିଲା । ପଞ୍ଚାୟତବାସୀ ଏନେଇ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ ପ୍ରାୟ ୯୪୦୦ କିମି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ବିଲ୍ ପାସ ହୋଇଥିଲା । ଉକ୍ତ କାର୍ଯ୍ୟରେ ନିୟୋଜିତ ଠିକାଦାର ରାସ୍ତା କାମ ପାଇଁ ଆଉ ଏକ ଅସ୍ଥାୟୀ ଠିକାଦାରଙ୍କୁ କାର୍ଯ୍ୟରେ ନିୟୋଜିତ କରିଛନ୍ତି । 14 ମେ 2018ରୁ ଆରମ୍ଭ ହୋଇଥିଲେ ସୁଦ୍ଧା ଏଯାବତ୍ ରାସ୍ତା କାମ ଶେଷ ହୋଇନାହିଁ । ଆଉ ଏବେ ଶୀଘ୍ର କାମ ସାରିବା ଉଦ୍ଦେଶ୍ୟରେ ଠିକାଦାରମାନେ ନିଜେ କାର୍ଯ୍ୟକୁ ହାତକୁ ନେଇଛନ୍ତି ।

ତେବେ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ପରିମାଣର ବସ୍ତୁକୁ ଠିକ୍ ଭାବେ ମିଶାଯାଉନାହିଁ । ତେବେ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଏଭଳି ନିମ୍ନମାନର କାମ କରି ସରକାରଙ୍କ ଯୋଜନାରୁ ଆସୁଥିବା କୋଟି କୋଟି ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ । ଏବେ ରାସ୍ତା ନିର୍ମାଣ କାର୍ଯ୍ୟକୁ ଠିକରେ କରିବାକୁ ପାତ୍ରି ପଞ୍ଚାୟତବାସୀ ଜିଲ୍ଲା ପ୍ରଶାସନକୁ ଦାବି କରିଛନ୍ତି । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.