ETV Bharat / briefs

କିସିଣ୍ଡା ଥାନାରେ ଦୁଇ ଅଧିକାରୀ ହାତାହାତି ଅଭିଯୋଗ ! - PUBLIC SAMBALPUR

ଥାନା ଭିତରେ ଥାନା ଅଧିକାରୀଙ୍କ ମଧ୍ୟରେ ହାତାହାତି ଅଭିଯୋଗ ହୋଇଥିବା ବେଳେ ଏହାକୁ ନେଇ ଜିଲ୍ଲାରେ ଏବେ ଲାଗି ରହିଛି ଚର୍ଚା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : May 27, 2019, 10:00 PM IST

ସମ୍ବଲପୁର: ଥାନା ଭିତରେ ପୋଲିସ ବାବୁଙ୍କ ଯୁକ୍ତିତର୍କ । ଛୁଟି ଆବେଦନକୁ ନେଇ କିସିଣ୍ଡା ଥାନା ମଧ୍ୟରେ ଦୁଇ ପୋଲିସ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଅଭିଯୋଗ ହୋଇଛି । ଆଉ ଏହି ଘଟଣା ଏବେ ଥାନାର ଚାରି କାନ୍ଥ ମଧ୍ୟରୁ ବାହାରି ଜିଲ୍ଲା ପୋଲିସ ମୂଖ୍ୟାଳୟରେ ନିକଟରେ ପହଞ୍ଚିଛି । ଏହି ଘଟଣାରେ ହସ୍ତକ୍ଷେପ କରି ଏସପି ସଞ୍ଜୀବ ଆରୋରା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାସହ ଥାନା ଏଏସଆଇ ବିଶ୍ବଜିତ ପାଣିଗ୍ରାହୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସୂଚନା ମୁତାବକ କିସିଣ୍ଡା ଥାନା ଏଏସଆଇ ବିଶ୍ବଜିତ ପାଣିଗ୍ରାହୀ ଥାନା ଅଧିକାରୀଙ୍କ ନିକଟରେ ଲିଖିତ ଭାବେ ଛୁଟି ଆବେଦନ କରିଥିଲେ । କିନ୍ତୁ ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ଛୁଟି ମଞ୍ଜୁର କରିନଥିବା ସୂଚନା ମିଳିଛି । ଛୁଟି ମଞ୍ଜୁର କରିବା ପରିବର୍ତ୍ତେ ବିଶ୍ବଜିତଙ୍କ ଆବେଦନକୁ ଚିରିବାକୁ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଥିଲା । ମାତ୍ର ଏଏସଆଇ ପାଣିଗ୍ରାହୀ ଏହାକୁ ବିରୋଧ କରିଥିବା ଜଣାଯାଏ । ତେବେ ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିବା କୁହାଯାଉଛି ।ସେପଟେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆରକ୍ଷୀ ଅଧୀକ୍ଷକ ସଞ୍ଜୀବ ଆରୋରା ।

ସେପଟେ ସ୍ଥାନୀୟ ଅଞ୍ଚଳରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ଭିଡିଓରେ କିସିଣ୍ଡା ଥାନାର ଜଣେ ପୋଲିସ ଅଧିକାରୀ ଜଣେ ଯୁବକଙ୍କ ଠାରୁ ଲାଞ୍ଚ ନେଉଥିବାର ଦେଖାଯାଉଛି । ଏହି ଲାଞ୍ଚ କାରବାରକୁ ନେଇ ଯୁକ୍ତିତର୍କ ଲାଗିଥାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଭିଡ଼ିଓର ସତ୍ୟାସତ୍ୟ ଜଣାପଡ଼ିନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

ସ୍ଲଗ- ବିଦ୍ୟୁତ ଅଫିସ ଆଗରେ ନାଏବ ସରପଞ୍ଚଙ୍କ ଧାରଣା
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 27/05/2019
ଆଙ୍କର-  ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ଜଣେ ନାଏବ ସରପଞ୍ଚ ନିଜ ପଞ୍ଚାୟତରେ ବିଦ୍ୟୁତ ଉପଭୋକ୍ତାଙ୍କୁ ନ୍ୟାୟ ଦେବାପାଇଁ ବିଦ୍ୟୁତ ଅଫିସ ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର  ବ୍ଲକ  ଅଧିନ ଲକ୍ଷ୍ମଣନାଥ ଗ୍ରାମ ପଞ୍ଚାୟତରେ ବିଦ୍ୟୁତ ବିଭାଗ ଶୋଷଣ କରି ଚାଲିଥିବା ଅଭିଯୋଗ ହୋଇଛି। ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲଟେଜ ସମସ୍ୟାର  ସାମାଧାନ, ପ୍ରକୃତ ବିଲ ଠାରୁ ଅଧିକ ବିଲ ଲଗାଇ ଗ୍ରାହକ ଙ୍କୁ ଶୋଷଣ , ବିଦ୍ୟୁତ ତାର ଓ ଟ୍ରାନ୍ସଫର୍ମର ମରାମତି ଭଳି ଦାବି କରି  ଲକ୍ଷ୍ଣଣନାଥ ନାଏବ ସରପଞ୍ଚ ରାମଚନ୍ଦ୍ର କରଙ୍କ  ସମେତ ଗ୍ରାମ ବାସୀ  ଜଳେଶ୍ୱର ଇଲେକ୍ଟ୍ରିକ ସବଡିଭିଜନ ସମ୍ମୁଖରେ  ଧାରଣା ଦେଇଥିବା ଦେଖିବାକୁ ମିଳିଛି। ତେବେ ବିଭାଗିୟ ଅଧିକାରୀ ଉପସ୍ଥିତ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.