ବ୍ରହ୍ମପୁର: 'ଫନି'ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ପ୍ରସ୍ତୁତ ହୋଇଥିଲା । ରାଜ୍ୟର ତଳିଆ ଅଞ୍ଚଳବାସୀଙ୍କୁ ସୁରକ୍ଷା ସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଏଭଳି ଜଣେ ପରିବାର ଯାହା ଉପରେ ପ୍ରଶାସନର ପଡିନଥିଲା ଦୃଷ୍ଟି । ଅସୁରକ୍ଷିତ ଅବସ୍ଥାରେ ନିଜ କଚ୍ଚା ଘରେ ରହି କରିଥିଲେ ଫନିର ସାମନା । ଯାହାର ଜ୍ବଳନ୍ତ ଚିତ୍ର ଦେଖାଇଥିଲେ ଆମ ପ୍ରତିନିଧି ।
ଫନିକୁ ନେଇ ରାଜ୍ୟ ସରକାର ଅନେକ ପ୍ରସ୍ତୁତି କରିଥିଲେ ସୁଦ୍ଧା ସରକାରଙ୍କ ଦୃଷ୍ଚିରୁ ବଞ୍ଚିଯାଇଥିଲେ ଜହ୍ନିକୁଦା ଅଞ୍ଚଳର ଏହି ପରିବାର । ତେବେ ସାଧାରଣରେ ଏହି ଖବର ପ୍ରସାରିତ ହେବା ପରେ ବ୍ରହ୍ମପୁରର ରୋଟାରିଆନ ସଭାପତି ଘଟଣାସ୍ଥଳରେ ପହଞ୍ଚି ଫନି ପୀଡିତ ପରିବାରକୁ ସହାୟତାର ହାତ ବଢାଇଛନ୍ତି । ଏଥିସହିତ ସରକାର ଏବଂ ପ୍ରଶାସନକୁ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ