ETV Bharat / briefs

ଓୟୁଏଟି ପ୍ରବେଶିକା ପରୀକ୍ଷା ମାମଲା: ନକଲି ପରୀକ୍ଷାର୍ଥୀ ରାକେଟର ଫର୍ଦ୍ଦାଫାଶ

ଓୟୁଏଟି ପ୍ରବେଶିକା ପରୀକ୍ଷା ମାମଲାରେ ନକଲି ପରୀକ୍ଷାର୍ଥୀ ରାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ । ସେମାନଙ୍କୁ ଗିରଫ କରାଯାଇ ଅସଲି ଆଡମିଟ୍ କାର୍ଡ, ଆଧାରକାର୍ଡ ଓ ୫ଟି ମୋବାଇଲ ଫୋନ ଜବତ ହୋଇଛି । ଏଥିସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

author img

By

Published : May 20, 2019, 8:29 PM IST

Updated : May 20, 2019, 9:19 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଓୟୁଏଟି ପ୍ରବେଶିକା ପରୀକ୍ଷା ମାମଲାରେ ନକଲି ପରୀକ୍ଷାର୍ଥୀ ରାକେଟର ପର୍ଦ୍ଦାଫାଶ । ପ୍ରବେଶିକା ପରୀକ୍ଷା ଦେବାକୁ 5 ଲକ୍ଷ ଟଙ୍କାର ହୋଇଥିଲା ଡିଲ । ପରୀକ୍ଷା ଦେବାକୁ ଥିବା ନକଲି ପରୀକ୍ଷାର୍ଥୀଙ୍କୁ ଫ୍ଲାଇଟ, ଟ୍ରାଭେଲ ସହ ସୋଫିଷ୍ଟିକେଟେଡ୍ ହୋଟେଲରେ ରହିବା ପାଇଁ ସୁବିଧା ଯୋଗାଇ ଦିଆଯାଉଛି ।

ସୂଚନାନୁସାରେ, ରବିବାର ଓୟୁଏଟି ପ୍ରବେଶିକା ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ରାଜସ୍ଥାନର ଆଦର୍ଶ ଚୌଧୁରୀ ଧରାପଡିବା ପରେ ଏହି ରାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ । ବର୍ତ୍ତମାନ ସୁଦ୍ଧା ରାକେଟର ମାଷ୍ଟରମାଇଣ୍ଡ ସମେତ ମୋଟ 4 ଜଣ ଅଭିଯୁକ୍ତ ଧରାପଡିଛନ୍ତି । ଏଯାବତ୍ ଅସଲି ପରୀକ୍ଷାର୍ଥୀଙ୍କ ସମ୍ପର୍କରେ କୌଣସି ଖୁଲାସା ହୋଇପାରିନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ କୋଚିଂ ସେଣ୍ଟରରୁ ଏଭଳି ଡିଲ୍ ଆରମ୍ଭ ହୋଇଛି । ଏହି ରାକେଟରେ ଧରାପଡିଥିବା ଆଦର୍ଶ ଚୌଧୁରୀ ପୁରୀ ଜିଲ୍ଲା ଗୋପର ଯୁଧିଷ୍ଠିର ମଲ୍ଲିକଙ୍କ ପାଇଁ ପରୀକ୍ଷା ଦେଉଥିଲେ । ଏନେଇ ଗଞ୍ଜାମର ଏନଏମଆଇଇଟିର ମାର୍କେଟିଂ ଏକ୍ସୁକ୍ୟୁଟିଭ୍ ରଞ୍ଜିତ୍ ବେଉରିଆ ପ୍ଲାନ ପ୍ରସ୍ତୁତି କରିଥିଲେ । ଏଥିପାଇଁ ବିହାରର ସରନ ଜିଲ୍ଲାର ଅମୀୟ ଭୂଷଣଙ୍କ ଜରିଆରେ ବ୍ରୋକର ଅମିତ କୁମାର ସିଂ ରାଜସ୍ଥାନର ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ ଆଦର୍ଶ ଚୌଧୁରୀଙ୍କ ସହ ଡିଲ୍ କରିଥିଲେ । ତାଙ୍କୁ ଏଥିପାଇଁ 5 ଲକ୍ଷ ଟଙ୍କାର ଡିଲ ସହ ଓଡିଶା ଆସିବାକୁ ଫ୍ଲାଇଟ ଟିକେଟ ସହ ଡ୍ରିମସ ପ୍ଯାଲେସ ଭଳି ସୋଫିଷ୍ଟିକେଟେଡ୍ ହୋଟେଲରେ ରହିବା ସୁବିଧା ଯୋଗାଇ ଦିଆଯାଇଥିଲା ।

ତେବେ ଧର୍ମବିହାର ଶିଶୁ ବିଦ୍ଯା ମନ୍ଦିରରେ ଅନୁଷ୍ଠିତ ଓୟୁଏଟି ପ୍ରବେଶିକା ପରୀକ୍ଷା ଦେବାକୁ ଅସଲି ଆଡମିଟ କାର୍ଡ ଓ ଆଧାରକାର୍ଡ ଧରି ପରୀକ୍ଷା ହଲରେ ପହଞ୍ଚିଥିଲେ । ମାତ୍ର ପରୀକ୍ଷା ଦେଉଥିବାବେଳେ ଏକଜାମିନରଙ୍କ ହାତରେ ଧରାପଡିଥିଲେ । ସ୍କୁଲ ପକ୍ଷରୁ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ନକଲି ପରୀକ୍ଷାର୍ଥୀକୁ ଗିରଫ କରିବା ସହ ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ । ସେମାନଙ୍କ ନିକଟରୁ ଅସଲି ଆଡମିଟ୍ କାର୍ଡ, ଆଧାରକାର୍ଡ ଓ ୫ଟି ମୋବାଇଲ ଫୋନ ଜବତ ହୋଇଛି । ଆଇପିସି ଧାରା ୪୧୯, ୪୨୦, ୧୨୦ବି ଏବଂ ଓଡିଶା କଣ୍ଡକ୍ଟ ଅଫ ଏଜୁକେସନ ଆକ୍ଟର ଧାରା ୯ରେ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ଓୟୁଏଟି ପ୍ରବେଶିକା ପରିକ୍ଷା ମାମଲା ,
ନକଲି ପରିକ୍ଷାର୍ଥି ରାକେଟର ଫର୍ଧାଫାସ

ପ୍ରବେଶିକା ପରିକ୍ଷା ପାସ କରିବାକୁ ୫ଲକ୍ଷର ଡିଲ। ପରିକ୍ଷା ଦେବାକୁ ଥିବା ନକଲି ପରିକ୍ଷାର୍ଥିପାଇଁ ଫ୍ଲାଇଟ ଟ୍ରାଭେଲ ଓ ଗେଷ୍ଚହାଉସର ସୁବିଧା।ରାଜ୍ଯ ବାହାରୁ ନକଲି ପରିକ୍ଷାର୍ଥି  ଆସି ପରିକ୍ଷା ଦେଉଥିଲେ ଅସଲି ପରିକ୍ଷାର୍ଥିଙ୍କ ପାଇଁ। ତାହା ପୁଣି  ଅସଲି ଆଡମିଟ କାର୍ଡ ଓ ଆଧାରକାର୍ଡ ଜରିଆରେ। ଗତକାଲି ଓୟୁଏଟି ପ୍ରବେଶିକା ପରିକ୍ଷାରେ ଏମିତି ଢଙ୍ଗରେ ପରିକ୍ଷାଦେଉଥିବା ନକଲି ପରିକ୍ଷାର୍ଥି ରାଜସ୍ଥାନର ଆଦର୍ଷ ଚୌଧୁରି ଧରାପଡିବା ପରେ ଏହା ପଛର ରାକେଟର ଫର୍ଧାଫାସ କରିଛି କମିସନରେଟ ପୋଲିସ। ଧରାପଡିଛନ୍ତି ରାକେଟର ମାଷ୍ଟରମାଇଣ୍ଡ ସମେତ ମୋଟ ୪ ଅଭିଯୁକ୍ତ। ତେବେ ଅସଲ ପରିକ୍ଷାର୍ଥିଙ୍କୁ ଏଯାଏ ଗିରଫ କରାଯାଇନଥିବା ବେଳେ ଏହି ରାକେଟର ମାଷ୍ଟରମାଇଣ୍ଡ ପ୍ଲାନର ଖୁଲାସ ହୋଇଛି। ବିଶେଷ କରି କୋଚିଂ ଦେଉଥିବା ଅନୁଷ୍ଠାନରୁ ଆରମ୍ଭ ହୋଇଛି ଏଭଳି ଡିଲ। ତେବେ ଅସଲ ପରିକ୍ଷାର୍ଥି ପୁରି ଜିଲ୍ଲା  ଗୋପର ଯୁଧିଷ୍ଟିରମଲିକଙ୍କ ପାଇଁ ପରିକ୍ଷା ଦେବାକୁ ଏନଏମଆଇଇଟିର ମାର୍କେଟିଂ ଏକ୍ଜୁକୁଟିଭ ଗଂଜାମର ରଂଜିତ ବେଉରିଆ ରଚିଥିଲେ ପ୍ଲାନ। ଏଥିପାଇଁ ବିହାରର ସରନ ଜିଲ୍ଲାର ଅମୀୟ ଭୁଷଣଙ୍କ ଜରିଆରେ ବ୍ରୋକର ଅମିତ କୁମାର ସିଂ ମାଧ୍ଯମରେ ରାଜସ୍ଥାନର ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ ଆଦର୍ଷ ଚୌଧୁରି ସହ କରିଥିଲେ ଡିଲ। ଏଥିପାଇଁ ପାଂଚ ଲକ୍ଷ ଟଙ୍କାର ଡିଲ ସହ ଫ୍ଲାଇଟର ଓଡିଶା ଆସିବା ପାଇଁ ସୁବିଧା ଓ ଡ୍ରିମସ ପ୍ଯାଲେସ ଭଳି ସୋଫିଷ୍ଟିକେଟେଡ ହୋଟେଲରେ ରହିବା ପାଇଁ ସୁବିଧା ହୋଇଥିଲା। ତେବେ ଧର୍ମବିହାର ଶିଶୁବିଦ୍ଯାମନ୍ଦିରରେ  ଏକ୍ଜାମ ହଲରେ ନକଲି ପରିକ୍ଷାର୍ଥି ଜଣକ ଓୟୁଏଟି ପ୍ରବେଶିକା ପରିକ୍ଷା ଦେବାକୁ  ଅସଲି ଆଡମିଟ କାର୍ଡ ଓ ଆଧାରକାର୍ଡ ଜରିଆରେ ପରିକ୍ଷା ଦେଉଥିବା ବେଳେ  ଧରାପଡିଥିଲେ ଏକଜାମିନରଙ୍କ ହାତରେ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ରାକେଟର ଫର୍ଧାଫାସ କରିଛି କମିସନରେଟ ପୋଲିସ । ସେମାନଙ୍କ ଠାରୁ ଅସଲି ଆଡମିଟକାର୍ଡ,ଆଧାରକାର୍ଡ ଓ ୫ଟି ମୋବାଇଲଫୋନ ଜବତ କରିଛି। ଆପିସିର ଧାରା ୪୧୯,୪୨୦,୧୨୦ବି,ଏବଂ ଓଡିଶା କଣ୍ଟ୍ରାଲ ଅଫ ଏଜୁକେସନ ଆକ୍ଟର ଧାରା ୯ରେ କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଏନେଇ ଏହି ରାକେଟର ଚେର ଖୋଜୁଛି ପୋଲିସ। କାରଣ ଏଇଭଳି ଅନେକ ଏକ୍ଜାମରେ ଏଭଳି ବଲିଉଡ ଫିଲ୍ମ (ହ୍ବାଏ ଚିଟ ଇଣ୍ଡିଆ )ଷ୍ଟାଇଲ ରେ ହେଉଛି କାରବାର। 
ବାଇଟ-ଅନୁପ ସାହୁ,ଡିସିପି ଭୁବନେଶ୍ବର (ବିକାଶ ମୋଜୋରୁ ଯାଇଛି)

Last Updated : May 20, 2019, 9:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.