ETV Bharat / briefs

ପରୀକ୍ଷାଫଳକୁ ନେଇ ଆସୁଛି ଫେକ୍ କଲ୍‌, ‘ଟଙ୍କା ଦିଅ ମାର୍କ ବଢାଅ’

ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ଆସୁଛି ଫେକ୍ କଲ୍ । 3ହଜାର ଟଙ୍କାରୁ 30 ହଜାର ଟଙ୍କା ପର୍ଯ୍ୟନ୍ତ ହେଉଛି ଡିଲ୍‌ । ଏନେଇ ସମସ୍ତ ଅଭିଭାବକମାନଙ୍କୁ ସଜାଗ ରହିବାକୁ ଅନୁରୋଧ କରିଛନ୍ତି ଉଚ୍ଚ ମାଧ୍ୟମିକ ପରିଷଦ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 3, 2019, 11:00 AM IST

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ସରିବା ପରେ ରାଜ୍ୟରେ ପରୀକ୍ଷା ଦେଇଥିବା ଅନେକ ଛାତ୍ରଛାତ୍ରୀଙ୍କ ପାଖକୁ ଆସୁଛି ଫୋନ କଲ୍ । ଆପଣଙ୍କ ନିର୍ଦ୍ଦିଷ୍ଟ ବିଷୟରେ କମ୍ ମାର୍କ ରହିଛି । ତେଣୁ 3ହଜାର ଟଙ୍କାରୁ 30 ହଜାର ଟଙ୍କା ପର୍ଯ୍ୟନ୍ତ ହେଉଛି ଡିଲ୍‌ । ଏମିତି କି ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ଦେଉଛନ୍ତି ଫେକ୍ କଲର୍ । ଏହାକୁ ନେଇ ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ସମସ୍ତ ଅଭିଭାବକମାନଙ୍କୁ ସଜାଗ ରହିବା ପାଇଁ ଅନୁରୋଧ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଛାତ୍ରଛାତ୍ରୀଙ୍କ ପରୀକ୍ଷା ସରିବା ପରେ ବିଭିନ୍ନ ନମ୍ବରରୁ ଆସୁଛି ଏହି ଫେକ କଲ୍ । କଲର୍ ହିନ୍ଦୀ ଭାଷାରେ କଥା ହେଉଥିବା ବେଳେ ଆପଣଙ୍କ ପିଲାର ଏହି ବିଷୟରେ କମ୍ ନମ୍ବର ଅଛି କହି ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଉଛନ୍ତି । ଏଥିରେ 3ହଜାରରୁ 30 ହଜାର ପର୍ଯ୍ୟନ୍ତ ଟଙ୍କା ଭରିବା ପାଇଁ ଅଭିଭାବକମାନଙ୍କୁ କହିଥାନ୍ତି । ଏହାକୁ ନେଇ କିଛି ଅଭିଭାବକ ମାଧ୍ୟମିକ ପରିଷଦର ଅଧିକାରୀଙ୍କୁ ଅବଗତ କରିଥିଲେ ।

ଖବର ପାଇବା ପରେ ଏହି ଫୋନ୍ କଲ୍‌ଟି ବିହାରରୁ ଆସୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । କିଛି ସାଇବର ଦଲାଲ ଏଭଳି କରୁଥିବାର ଅନୁମାନ କରାଯାଉଛି । ସାଧାରଣ ଭାବରେ ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ସମସ୍ତ ଅଭିଭାବକମାନଙ୍କୁ ଏହା ଉପରେ ଅବଗତ କରିଛନ୍ତି । ଯଦି ଏହି ଫୋନ୍ କଲଟି ଆସେ ତେବେ ତାହା ରେକର୍ଡ କରି ନିକଟସ୍ଥ ପୋଲିସ ଥାନାରେ ଜଣାଇବା ସହ ସାଇବର ଥାନାରେ ଜଣାଇବାକୁ ଅନୁରୋଧ କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ।

ଏତଦ୍‌ ବ୍ୟତୀତ ମାଧ୍ୟମିକ ଶିକ୍ଷା ପରିଷଦ ପାଖରେ କୌଣସି ଛାତ୍ରଛାତ୍ରୀଙ୍କର ନମ୍ବର ରଖିନଥିବା କହିଛି ପରିଷଦ । କେବଳ ଛାତ୍ରଛାତ୍ରୀଙ୍କର ନାମ, ଅଭିଭାବକଙ୍କ ନାମ ଇତ୍ୟାଦି ପରିଷଦ ପାଖରେ ରହିଥିବା ଜଣାଇଛନ୍ତି ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ଦାଶ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

sdsd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.