ETV Bharat / briefs

ଇଟିଭି ଭାରତ ପ୍ରଭାବ: 3 ଅସହାୟ ଶିଶୁଙ୍କ ପାଖରେ ପହଞ୍ଚିଲା ଦେବଗଡ଼ ପ୍ରଶାସନ

author img

By

Published : Jun 18, 2020, 3:29 PM IST

ଇଟିଭି ଭାରତର ପ୍ରଭାବ । 3 ଅସହାୟ ଶିଶୁଙ୍କ ପାଖରେ ପହଞ୍ଚିଲା ଦେବଗଡ଼ ପ୍ରଶାସନ । ଅଧିକ ପଢନ୍ତୁ:

ଇଟିଭି ଭାରତର ପ୍ରଭାବ : 3 ଅନ୍ନାଥ ଶିଶୁଙ୍କ ପାଖରେ ପହଞ୍ଚିଲା ଦେବଗଡ଼ ପ୍ରଶାସନ

ଦେବଗଡ଼: ଇଟିଭି ଭାରତର ପ୍ରଭାବ । 3 ଅନ୍ନାଥ ଶିଶୁଙ୍କ ପାଖରେ ପହଞ୍ଚିଲା ଦେବଗଡ଼ ପ୍ରଶାସନ । ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ବଡଛାପଲ ଗାଁ ରେ ଆଜକୁ ପାଞ୍ଚବର୍ଷ ପୂର୍ବରୁ ମା-ବାପା ଙ୍କୁ ହରାଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ବଞ୍ଚିବାର ରାହା ଖୋଜୁଥିଲେ 3 ଜଣ ଅନାଥ ଶିଶୁ ସରସ୍ୱତୀ(13) , ସୀମା(12) ଓ ଲଭଲି (10) । ସେଥିମଧ୍ୟରୁ ଜଣେ ଥିଲେ ଦିବ୍ୟାଙ୍ଗ । ମା-ବାପା ଚାଲିଯିବା ପରେ ଆଶ୍ରା ବୋଲି କିଛିନଥିଲା ଏହି ଶିଶୁଙ୍କ ପାଖରେ । ବହୁତ ଦୁଃଖ କଷ୍ଟରେ କଟୁଥୁଲା ଦିନ ।

ଏ ସମ୍ପର୍କରେ ଅବଗତ ହେବା ପରେ ଇଟିଭି ଭାରତ ଖବର ପ୍ରସାରଣ କରିଥିଲା । ପ୍ରସାରଣ ପରେ ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଚାଇଲଡ଼ ଲାଇନ ସଂଯୋଜକ ରମାକାନ୍ତ ସାହୁ ଏବଂ ଉପେନ୍ଦ୍ର ଭଞ୍ଜ ପ୍ରମୁଖ ବଡଛାପଲ ଗାଁକୁ ଯାଇ ଅନୁସନ୍ଧାନ କରିବା ସହିତ ଶିଶୁଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏଥିସହିତ ଏହି ତିନି ଶିଶୁଙ୍କୁ ସିଡବ୍ଲ୍ୟୁସିରେ ଉପସ୍ଥାପିତ କରାଯାଇଥିଲା ।

ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ଶିଶୁମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.