ETV Bharat / briefs

ଅଦମ୍ୟ ସାହସକୁ ସଲାମ, ନାବାଳକଙ୍କ ଜୀବନ ବଞ୍ଚାଇଲେ ଯୁବକ

ରଖେ ହରି ତ ମାରେ କିଏ ? ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କି ବ୍ଲକର ଦୁଲଣପୁର ଗାଁରେ ।

author img

By

Published : Jun 5, 2019, 10:57 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: କଥାରେ ଅଛି ରଖେ ହରି ମାରେ କିଏ । ଆଉ ଏହି କଥା ପ୍ରମାଣିତ ହୋଇଛି କଟକ ଜିଲ୍ଲା ବାଙ୍କି ବ୍ଲକ ଦୁଲଣପୁର ପଞ୍ଚାୟତର ଶବର ସାହିରେ । ମଙ୍ଗଳବାର ଏକ ବିବାହ ପ୍ରସେସନ ଚାଲିଥିବା ବେଳେ ଗାଁରେ ଥିବା ଏକ ୩୦ ଫୁଟ ଗଭୀର କୁଅରେ ଖସି ପଡିଥିଲେ ଜଣେ ନାବାଳକ । ଯାହାଙ୍କର ବୟସ ଥିଲା ମାତ୍ର 8ବର୍ଷ ।

ଏହି ଖବର ପାଇ ଜଣେ ଯୁବକ କୂଅକୁ ଡେଇଁପଡି ନାବାଳକଙ୍କୁ ଟେକି ଧରିଥିଲେ । ତେବେ ବାହାଘର ପ୍ରସେସନ ଚାଲିଥିବାରୁ ଏହି ଯୁବକଙ୍କ ଡାକ ବାହାରକୁ ଶୁଭିନଥିଲା । କିନ୍ତୁ 2ଘଣ୍ଟାପରେ ଖବର ପାଇ ଗ୍ରାମବାସୀ ଆସି ଦମକଳ ବାହୀନିକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚି ଉଭୟ ଯୁବକ ଓ ନାବାଳକଙ୍କୁ ଉଦ୍ଧାର କରିଥିଲେ ।

ହେଲେ ନାବାଳକ ଜଣଙ୍କ ଗୁରୁତ୍ବର ଥିବାରୁ ତାଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଜଣେ 8ବର୍ଷର ନାବାଳକଙ୍କୁ ଦୀର୍ଘ ସମୟ କୂଅପାଣିରେ ଟେକି ଧରି ଜୀବନ ବଞ୍ଚାଇଥିବାରୁ ଉଦ୍ଧାରକାରୀ ଯୁବକଙ୍କୁ ନିକଟକୁ ପ୍ରଂଶାସର ସୁଅ ଛୁଟୁଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

cccd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.