ETV Bharat / briefs

ବଞ୍ଚି ରହିଛି ପରମ୍ପରା, ହିନ୍ଦୁ ରୀତିନୀତିରେ ପଡିଲା ଜଉ କଣ୍ଡେଇର ହାତଗଣ୍ଠି - ହିନ୍ଦୁ ରୀତିନୀତି

ପାରମ୍ପରିକ ବାଦ୍ୟର ତାଳେ ତାଳେ ଜମୁଛି ବରଯାତ୍ରୀଙ୍କ ନାଚ । ପାଲିଙ୍କିରେ ବସି କନ୍ୟାର ଘର ଅଭିମୁଖେ ବର । ବାଲେଶ୍ବର ଜିଲ୍ଲାର ଏକ ପ୍ରାଚୀନ ପରମ୍ପରା ହେଉଛି ଜଉ କଣ୍ଡେଇ ବାହାଘର । ବହିରେ ପଢିଥିବା ଜଉ କଣ୍ଡେଇର ବାହାଘର ବାସ୍ତବରେ ଦେଖିବା ପାଇଁ ଲୋକଙ୍କ ବେଶ ଭିଡ ପରିଲକ୍ଷିତ ହୁଏ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jun 1, 2019, 3:58 AM IST

ବାଲେଶ୍ବର: ରାଜରାସ୍ତାରେ ବରଯାତ୍ରୀ । ବାଣ ବାଜାରେ କମ୍ପି ଉଠୁଛି ରାଜରାସ୍ତା । ପାରମ୍ପରିକ ବାଦ୍ୟର ତାଳେ ତାଳେ ଜମୁଛି ବରଯାତ୍ରୀଙ୍କ ନାଚ । ପାଲିଙ୍କିରେ ବସି କନ୍ୟାର ଘର ଅଭିମୁଖେ ବର । କିନ୍ତୁ ଏଠି ବର ବେଶରେ ଅଛନ୍ତି ଜଉ କଣ୍ଡେଇ । ବାଲେଶ୍ବର ଜିଲ୍ଲାର ଏକ ପ୍ରାଚୀନ ପରମ୍ପରା ହେଉଛି ଜଉ କଣ୍ଡେଇ ବାହାଘର । ଏମିତି ଏକ ଅନନ୍ୟ ପରମ୍ପରାକୁ ବଜାୟ ରଖିଛି ବାଲେଶ୍ୱର ଜଉ କଣ୍ଢେଇ ବାହାଘର ଉତ୍ସବ କମିଟି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ବର

ଚଳିତ ବର୍ଷ ନବମ ଜଉ କଣ୍ଡେଇ ବାହାଘର ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ବରଘର ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ହୋଇଛି । ବାଲେଶ୍ବର ଗାନ୍ଧୀ ସ୍ମୃତି ଭବନରୁ ବରଯାତ୍ରୀ ଶୋଭାଯାତ୍ରା ବାହାରି ପହଞ୍ଚିଥିଲା ଦାମୋଦର ଶ୍ୟାମସୁନ୍ଦର ଜୀଉଙ୍କ ମନ୍ଦିରରେ । ବହିରେ ପଢିଥିବା ଜଉ କଣ୍ଡେଇର ବାହାଘର ବାସ୍ତବରେ ଦେଖିବା ପାଇଁ ଲୋକଙ୍କ ବେଶ ଭିଡ ପରିଲକ୍ଷିତ ହୋଇଥିଲା ।

ଜଉ କଣ୍ଡେଇ ବାହାଘର ପାଇଁ ମାସେ ଆଗରୁ ଚାଲେ ପ୍ରସ୍ତୁତି । ବର ଓ କନ୍ୟା କଣ୍ଡେଇ ତିଆରି ହେବାର ତାରିଖ ଧାର୍ଯ୍ୟ ପରେ ବର ପିତା ଓ କନ୍ୟା ପିତା ମଧ୍ୟ ଧାର୍ଯ୍ୟ କରାଯାଇଥାଏ । ଏହା ପରେ ବର ଓ କନ୍ୟା କଣ୍ଡେଇଙ୍କ ନାମକରଣ କରାଯାଇଥାଏ । ଚଳିତ ବର୍ଷ ବର କଣ୍ଡେଇର ନାମ ଶଙ୍କର ଥିବାବେଳେ କନ୍ୟା କଣ୍ଡେଇର ନାମ ଟୁସୁ ରହିଥିଲା । ସମାଜରେ ଚାଲିଥିବା ବିବାହର ସମସ୍ତ ରୀତିନୀତି କଣ୍ଡେଇ ବାହାଘରରେ ମଧ୍ୟ ପାଳନ କରାଯାଇଥାଏ । ଲଗ୍ନଧରା ଠାରୁ ଆରମ୍ଭ କରି ବରଧରା ଓ ମଙ୍ଗଳନ ପରି କାର୍ଯ୍ୟ ମଧ୍ୟ ସମ୍ପାଦିତ ହୋଇଥାଏ । ବର ଓ କନ୍ୟା ପିତା ତଥା ଭଦ୍ରବ୍ୟକ୍ତିଙ୍କ ଭିତରେ ବୈଠକ ବସି ବିବାହ ତାରିଖ ଧାର୍ଯ୍ୟ କରାଯାଇଥାଏ । ଆଉ ତା ପରେ କନ୍ୟା କଣ୍ଡେଇ ପିତାଙ୍କ ସହ ଚାଲିଯାଏ ତାର ବାପ ଘରକୁ । ସେଠାରେ ଝିଅ ଭଳି କନ୍ୟା କଣ୍ଡେଇର ସମସ୍ତ କଥା ବୁଝୁଥାନ୍ତି କନ୍ୟାପିତା । ନିର୍ଦ୍ଧାରିତ ତାରିଖ ଆସିଲେ ବର ଓ କନ୍ୟା ଘରେ ଆରମ୍ଭ ହୁଏ ବିବାହର ମାହୋଲ ।

ବାଲେଶ୍ବର ଗାନ୍ଧୀ ସ୍ମୃତି ଭବନରୁ ବରଯାତ୍ରୀ ଶୋଭାଯାତ୍ରା ବାହାରି ପହଞ୍ଚିଥିଲା ଦାମୋଦର ଶ୍ୟାମସୁନ୍ଦର ଜୀଉଙ୍କ ମନ୍ଦିରରେ । ଯେଉଁଠାରେ ପୂର୍ବରୁ କନ୍ୟା ଘରର ସମସ୍ତ ପ୍ରସ୍ତୁତି ହୋଇଥିଲା ଶେଷ । ବରର ପାଲିଙ୍କି ପହଞ୍ଚିବା ପରେ ବରକୁ ବରଣି କରି ନେଇଥିଲେ କନ୍ୟାପିତା । ଆଉ ତା ପରେ ଖଇପୋଡ଼ା ପାଖରୁ ଆରମ୍ଭ କରି ହାତଗଣ୍ଠି ଏବଂ କନ୍ୟା ବିଦା ହେବାର କାନ୍ଦଣା ମଧ୍ୟ ଶୁଭିଥିଲା ।

ଅନ୍ୟପଟେ ବରଯାତ୍ରୀଙ୍କ ପାଇଁ କନ୍ୟାପିତା ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିଥିଲେ । ହଜାର ହଜାର ଲୋକ ଶୁଦ୍ଧ ନିରାମିଶ ଭୋଜନ କରି ବରକନ୍ୟାଙ୍କୁ ଆର୍ଶିବାଦ କରିଥିଲେ । ଏହି ଅବସରରେ ଯୌତୁକ ବାବଦକୁ ବର ଘର ପକ୍ଷରୁ କନ୍ୟାଘରକୁ ବିଜ୍ଞାନକୁ ଆଦରନ୍ତୁ, ଅନ୍ଧବିଶ୍ୱାସ ଠାରୁ ଦୂରରେ ରୁହନ୍ତୁ ବୋଲି ଆହ୍ୱାନ ଦିଆଯାଇଥିବା ବେଳେ କନ୍ୟାଘର ଲୋକେ ରକ୍ତଦାନ ଶିବିର ଆୟୋଜନ କରିବାକୁ ଡିମାଣ୍ଡ କରିଥିଲେ ।

ସମସ୍ତ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ପରେ କନ୍ୟା ବିଦା କରାଯାଇଥିଲା । ଗାନ୍ଧୀସ୍ମୃତି ଭବନରେ ବର ଓ କନ୍ୟାଙ୍କ ଚତୁର୍ଥୀ ଭୋଜନର ମଧ୍ୟ ଆୟୋଜନ କରାଯାଇଥାଏ । ଏମିତି ଏକ ଅନନ୍ୟ ପରମ୍ପରାକୁ ଦେଖିବା ପାଇଁ ପ୍ରତିବର୍ଷ ଲୋକଙ୍କ ଉତ୍କଣ୍ଠା ଦ୍ୱିଗୁଣିତ ହୋଇଥାଏ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

୪.୩୦ ଯାଏଁ 
ଲୋକସଭା  ୨୧
ରୁ 
ବିଜେଡ ୧୩
କେନ୍ଦୁଝର -୨୨୩୧୯
ମୟୂରଭଞ୍ଜ ୨୫୫୮
ଭଦ୍ରକ-୬୦୪୪
ଢେ଼ଙ୍କାନାଳ-୧୪,୩୭୯
ନବରଙ୍ଗପୁର-୩୯,୨୮୪
କନ୍ଧମାଳ-୫୦,୩୧୩
କଟକ-୩୦,୩୮୯
କେନ୍ଦ୍ରାପଡା-୪୯,୯୧୫
ଜଗତସିଂହପୁର-୮୫,ହଜାର
ଆସିକା -୧ଲକ୍ଷ୬୮୫
ବ୍ରହ୍ମପୁର-୬୪ହଜାର
କୋରାପୁଟ -୨୧ ହଜାର 

ବିଜେପି ୮ ଟି ଆଗୁଆ 
ବରଗଡ -୨୮୩୭୦
ସୁନ୍ଦରଗଡ-୫୯୦୦୦
ସମ୍ବଲପୁର -୧୭୭୭୦
ବାଲେଶ୍ବର-୩୩୩୪
ବଲାଙ୍ଗୀର-୧୯,୯୧୭
କଳାହାଣ୍ଡି-୨୪,୧୯୨
ପୁରୀ -୩୯୭୬
ଭୁବନେଶ୍ୱର -୧୪,୧୧୩ ରେ ବିଜେପି ଆଗୁଆ

ବିଧାନସଭା ରେ ୧୪୬
 ବିଜେଡି ୧୦୭ ଆଗୁଆ

ବିଜେପି -୨୪ ଆଗୁଆ
କଂଗ୍ରେସ -୧୩
ସିପିଆଇ -୧ ଆଗୁଆ

ରହିଛନ୍ତି 

ନବରଙ୍ଗପୁର ରେ ୨ଟି ଫଳାଫଳ ଆସିସାରିଛି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.