ETV Bharat / briefs

ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିଛି ଦଣ୍ଡ ପର୍ବ - devotees

ପଣା ସଂକ୍ରାନ୍ତି ପୂର୍ବରୁ ପାଳନ ହୁଏ ଦଣ୍ଡ ପର୍ବ। ଆଉ ଏଥିପାଇଁ ଉତ୍ସବ ମୁଖର ସାରା ଓଡିଶା। କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ଏହାର ମଜା ଟିକେ ନାଆରା। ଭକ୍ତମାନେ ଏହି ପର୍ବକୁ ଅନେକ ନିଷ୍ଠାର ସହ ପାଳନ କରନ୍ତି । ଛୋଟ ଛୋଟ ପିଲାଙ୍କୁ ନେଇ ଦଣ୍ଡ ନୃତ୍ୟ କରାଯାଇ ପୂର୍ବ ଜନ୍ମର କଷ୍ଟକୁ ଲାଘବ କରାଯାଉଥିବା ବିଶ୍ୱାସ ରହିଛି। ସେଥିପାଇଁ ଚାଲିଛି ନୃତ୍ୟ ଶିକ୍ଷା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Apr 8, 2019, 11:58 AM IST

ଖୋର୍ଦ୍ଧା : ଆସୁଛି ପଣା ସଂକ୍ରାନ୍ତି। ସଂକ୍ରାନ୍ତି ପୂର୍ବରୁ ପାଳନ ହୁଏ ଦଣ୍ଡ ପର୍ବ। ଆଉ ଏଥିପାଇଁ ଉତ୍ସବ ମୁଖର ଖୋର୍ଦ୍ଧା ଜିଲ୍ଲା। ଭକ୍ତମାନେ ଦିନକୁ ଗୋଟିଏ ଥର ଭୋଜନ କରି ପାଳନ କରିଥାନ୍ତି ଏହି ପର୍ବ। ସେହିପରି ରାତିରେ ଈଶ୍ୱରୀୟ ସତ୍ତାକୁ ଅନୁଭବ କରିବାପାଇଁ ଆୟୋଜନ ହୋଇଥାଏ ନୃତ୍ୟ। ଯାହାକୁ କୁହାଯାଏ ଦଣ୍ଡ ନୃତ୍ୟ। ସେଥିପାଇଁ ତ ପଣା ସଂକ୍ରାନ୍ତିର ଅନ୍ୟନାମ ଦଣ୍ଡ ସଂକ୍ରାନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ପଣା ସଂକ୍ରାନ୍ତି ବା ଦଣ୍ଡ ନାଚ ସହ ଯୋଡିହୋଇ ରହିଥିବା କିମ୍ବଦନ୍ତୀକୁ ଜଣାଇବା ପାଇଁ ଦଣ୍ଡନାଚର ସୃଷ୍ଟି । ଭକ୍ତମାନେ ଏହି ପର୍ବକୁ ଅନେକ ନିଷ୍ଠାର ସହ ପାଳନ କରନ୍ତି। ଦଣ୍ଡ ନୃତ୍ୟ ସମ୍ପୂର୍ଣ୍ଣ ପୌରାଣିକ କଥାବସ୍ତୁ ଉପରେ ଆଧାରିତ। ଛୋଟ ଛୋଟ ପିଲାଙ୍କୁ ନେଇ ଦଣ୍ଡ ନୃତ୍ୟ କରାଯାଇ ପୂର୍ବ ଜନ୍ମର କଷ୍ଟକୁ ଲାଘବ କରାଯାଉଥିବା ବିଶ୍ୱାସ ରହିଛି। ସେଥିପାଇଁ ଚାଲିଛି ନୃତ୍ୟ ଶିକ୍ଷା , କିଭଳି ଏହି ନୃତ୍ୟ ଉପାସକଙ୍କ ସମେତ ଅନ୍ୟମାନଙ୍କ ମନକୁ ମୋହିବ ସେଥିପାଇଁ ନୃତ୍ୟ ଶିକ୍ଷକ ଦେଉଛନ୍ତି ପ୍ରଶିକ୍ଷଣ ।

'ଦଣ୍ଡ' ନାମ ଯେମିତି ସେହିଭଳି ଦଣ୍ଡ ପାଆନ୍ତି ଉପାସକମାନେ । କିମ୍ବଦନ୍ତୀ ଅନୁଯାୟୀ ସତ୍ୟ ଯୁଗରୁ ଋଷିପୁତ୍ରମାନେ ଅଭିଶପ୍ତ ଥାନ୍ତି । ଆଉ ନିଜ ପାପରୁ ଉଦ୍ଧାର ପାଇବା ପାଇଁ ଏହି କଳି କାଳରେ ଦଣ୍ଡ ନୃତ୍ୟ କରି ମହାଦେବ ଶିବ ଏବଂ କାଳୀଙ୍କର ଆଶିଷ ଭିକ୍ଷା କରିଥାନ୍ତି । ଆମ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ଖୋର୍ଦ୍ଧାର କିଛି ଗ୍ରାମବାସୀ ବା ଶ୍ରଦ୍ଧାଳୁ । ଏହି ଦଣ୍ଡ ନୃତ୍ୟ ତାହାର ଏକ ଅନନ୍ୟ ଉଦାହରଣ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.