ମେରଠ: ଭାରତୀୟ କ୍ରିକେଟର ତଥା ଟିମ ଇଣ୍ଡିଆର ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କ ପିତାଙ୍କ ଦେହାନ୍ତ । ମେରଠସ୍ଥିତ ତାଙ୍କ ବାସଭବନରେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ବର କୁମାରଙ୍କ ପିତା କିରଣ ପାଲ ସିଂହ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ ।
ସେ ଯକୃତ ଜନିତ ରୋଗର ସହ ସଂଘର୍ଷ କରୁଥିଲେ । ଭୁବନେଶ୍ବରଙ୍କ ପରିବାର ଲୋକେ ତାଙ୍କୁ ଘରେ ହିଁ ସ୍ବାସ୍ଥ୍ୟବସ୍ଥା ବୁଝୁଥିଲେ । ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମଙ୍କ ତତ୍ବାବଧାନରେ ଚିକିତ୍ସା ଚାଲିଥିଲା । ମାତ୍ର 63 ବର୍ଷ ବୟସରେ ଗୁରୁବାର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏହି ଖବର ଜଣାପଡିବା ପରେ ଜନପଦ ମେରଠ ଠାରୁ ବୁଲନ୍ଦସହର ପର୍ଯ୍ୟନ୍ତ ଶୋକର ଛାୟା ଖେଳିଯାଇଛି । କୋଭିଡ ପ୍ରୋଟକୋଲକୁ ଧ୍ୟାନରେ ରଖି ତାଙ୍କ ବାସଭବନରେ ଭିଡ ଜମାହୋଇଥିଲା ।
ଭୁବନେଶ୍ବରଙ୍କ ପିତା ମୁଜାଫରନଗର ଓ ମେରଠ ଜିଲ୍ଲାରେ ପୋଲିସ ସେବାରେ କାର୍ଯ୍ୟ କରିଛନ୍ତି । ତେବେ ଅସୁସ୍ଥତା କାରଣରୁ ସେ ଚାକିରୀରୁ ଭିଆରଏସ ନେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ