ETV Bharat / briefs

ରାଉରକେଲାରେ କୋରୋନା ସଚେତନତା ବାର୍ତ୍ତା ବାଣ୍ଟିଲେ ଅତିରିକ୍ତ ଜିଲ୍ଲାପାଳ - କୋଭିଡ୍‌-୧୯

ଓଡ଼ିଶାର ରଜପର୍ବର ପ୍ରଥମ ଦିନରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ ସହରର ମୁଖ୍ୟରାସ୍ତା ଆଖପାଖ ଅଞ୍ଚଳ, ବିଶେଷ କରି ଡିଲକ୍ସ ଲେନରେ ଥିବା କୋଭିଡ୍‌-୧୯ ସ୍ବାବ୍‌ ସଂଗ୍ରହ କେନ୍ଦ୍ର ବୁଲି ଲୋକମାନଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ...

ରାଉରକେଲାରେ କୋରୋନା ସଚେତନତା ବାର୍ତ୍ତା ବାଣ୍ଟିଲେ ଅତିରିକ୍ତ ଜିଲ୍ଲାପାଳ ନରୱାଣେ

author img

By

Published : Jun 15, 2020, 1:33 PM IST

ରାଉରକେଲା: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତାରେ ସରକାର । ଏପଟେ କୋଭିଡ୍‌-୧୯ ଜନିତ ସଂକ୍ରମଣକୁ ନେଇ ରାଉରକେଲା ସହରବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ବିଶେଷ କରି ସହର ମୁଖ୍ୟରାସ୍ତାର କିଛି ଅଞ୍ଚଳରୁ କୋରୋନା ଚିହ୍ନଟ ପରେ ସେହି ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଦେଖିବାକୁ ମିଳିଛି । ଏଥିପାଇଁ ରବିବାର ଓଡ଼ିଶାର ରଜପର୍ବର ପ୍ରଥମ ଦିନରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ ସହରର ମୁଖ୍ୟରାସ୍ତା ଆଖପାଖ ଅଞ୍ଚଳ, ବିଶେଷ କରି ଡିଲକ୍ସ ଲେନରେ ଥିବା କୋଭିଡ୍‌-୧୯ ସ୍ବାବ୍‌ ସଂଗ୍ରହ କେନ୍ଦ୍ର ବୁଲି ଲୋକଙ୍କ ସହିତ ଆଲୋଚନା କରିଛନ୍ତି ।

ଏହି ଆଲୋଚନା ସମୟରେ କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷା, ମୁହଁରେ ମାସ୍କ ପିନ୍ଧିବା, ଯେତେଦୂର ସମ୍ଭବ ଘର ଭିତରେ ରହିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ସହିତ ସମସ୍ତ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ସୂଚନା ଦେବା, ସାମାଜିକ ଗଣମାଧ୍ୟମ ବା ଅନ୍ୟ କୌଣସି ସୂତ୍ରରୁ ଆସୁଥିବା ଖବର ପ୍ରତି ସଜାଗ ରହିବା ପାଇଁ ମଧ୍ୟ ସେ ଆହ୍ବାନ ଦେଇଥିଲେ । ତେବେ ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ପ୍ରଶାସନ ପକ୍ଷରୁ ଦିଆଯାଉଥିବା ନିର୍ଦ୍ଦେଶ ଓ ସଚେତନତା ବାର୍ତ୍ତାକୁ ପାଳନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.