ETV Bharat / briefs

ଜଳେଶ୍ବରର 4ଟି ବୁଥରେ ସାନି ମତଦାନ ପାଇଁ କଂଗ୍ରେସର ଦାବି

କାଦରାଇଁଆ ପଞ୍ଚାୟତରେ ବିଜେଡି ପକ୍ଷରୁ 187, 188, 189, 190 ବୁଥରେ ଥିବା କଂଗ୍ରେସର ପୋଲିଂ ଏଜେଣ୍ଟଙ୍କୁ ବିଜେପି କର୍ମୀଙ୍କ ରାଗିଙ୍ଗ । ଯାହାକୁ କଂଗ୍ରେସ ପ୍ରତିବାଦ କରିବାରୁ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ତେବେ ଉକ୍ତ ବୁଥ ଗୁଡିକରେ ସାନି ମତଦାନ ପାଇଁ କଂଗ୍ରେସ ପକ୍ଷରୁ ଦାବି ହୋଇଛି ।

author img

By

Published : Apr 30, 2019, 1:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର: ଜଳେଶ୍ବର ନିର୍ବାଚନ ମଣ୍ଡଳୀର 4ଟି ବୁଥରେ ବିଜେଡି କବଜା କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଉକ୍ତ ବୁଥ ଗୁଡିକରେ ସାନି ମତଦାନ ପାଇଁ କଂଗ୍ରେସ ଦାବି କରିଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ବରର କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ ଏହି ଦାବି ଏବଂ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୁଦର୍ଶନଙ୍କ ଅଭିଯୋଗ ଅନୁଯାୟୀ, କାଦରାଇଁଆ ପଞ୍ଚାୟତରେ ବିଜେଡି ପକ୍ଷରୁ 187, 188, 189, 190 ବୁଥରେ ଥିବା କଂଗ୍ରେସର ପୋଲିଂ ଏଜେଣ୍ଟଙ୍କୁ ବିଜେପି କର୍ମୀ ରାଗିଙ୍ଗ କରିଥିଲେ । ପରେ ବୁଥ ଗୁଡିକ ଉପରେ କବଜା କରି ନେଇଥିଲେ । ଏଥିସହିତ ଭୋଟ କେନ୍ଦ୍ରରେ ସ୍କୁଲ ପିଲାଙ୍କୁ ଭଲ୍ୟୁଣ୍ଟର ଭାବେ ରଖି ତାଙ୍କ ମାଧ୍ୟମରେ ବିଜେଡି ସପକ୍ଷରେ ଭୋଟ ଗ୍ରହଣ କରାଯାଇଥିଲା । ଯାହାକୁ କଂଗ୍ରେସ ପ୍ରତିବାଦ କରିବାରୁ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା ।

ସେହିପରି ଝାଡପିମ୍ପଲ ପଞ୍ଚାୟତରେ 2 ମହିଳା ଓ ଜଣେ ପୁରୁଷକର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିଥିବା ସୁଦର୍ଶନ କହିଛନ୍ତି । ଘଟଣାସମ୍ପକରେ ବୁଥରେ ଥିବା କାର୍ଯ୍ୟରତ ପୋଲିସ, ସ୍ଥାନୀୟ ଥାନା ଅଧିକାରୀ, ପ୍ରିଜାଇଡିଂ ଅଫିସର ପର୍ଯ୍ୟନ୍ତ ସମସ୍ତେ ବାଲେଶ୍ୱର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେ ଅଭିଯୋଗ ଆଣିଛନ୍ତି । ତେବେ ତୁରନ୍ତ ମାମଲାର ତଦନ୍ତ କରି ଉକ୍ତ ନିର୍ବାଚନମଣ୍ଡଳୀରେ ସାନି ମତଦାନ ପାଇଁ ଦାବି ସେ କରିଛନ୍ତି । ଘଟଣାକୁ ନେଇ କଂଗ୍ରେସର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କୁ ଭେଟି ଆଲୋଚନା କରିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

BANA

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.