ETV Bharat / briefs

ଭାଙ୍ଗିଗଲା ସହର, ଭାଙ୍ଗିନି ମନବୋଳ; ଭିନ୍ନ ଅନ୍ଦାଜରେ କଟକ ପୋଲିସ

ପୋଲିସ ବିଭାଗ ଉତ୍ସାହକୁ ଭୂରି ଭୂରି ପ୍ରଂଶସା କଲେ ପୋଲିସ ମହାନିର୍ଦେଶକ ଆର.ପି ଶର୍ମା । ଫନି ଆସିବା ପୂର୍ବରୁ ନିଜକୁ ପ୍ରସ୍ତୁତ କରିଥିଲା କମିଶନରେଟ ପୋଲିସ । କଟକ ସହରର କ୍ଷୟକ୍ଷତିର ଭରଣା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବିଭାଗ ।

author img

By

Published : May 9, 2019, 7:08 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: 'ଫନି'ର ପ୍ରଳୟଙ୍କାରୀ ତାଣ୍ଡବରେ ଛାରକାର ସିଲଭର ସିଟି । ଆଉ ଏହି କ୍ଷୟକ୍ଷତି ଆକଳନ କରିବା ମଧ୍ୟ ବେଶ୍ କଷ୍ଟକର । କିନ୍ତୁ ସହରବାସୀଙ୍କୁ ଶାନ୍ତି ଏବଂ କଟକର ଚମକ ପୁଣି ଥରେ ଫେରାଇ ଆଣିବାକୁ ରାତିଦିନ ଏକ କରିଛି କମିଶନରେଟ୍ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫନି ଆସିବା ପୂର୍ବରୁ ନିଜକୁ ପ୍ରସ୍ତୁତ କରି ନେଇଥିଲା କମିଶନରେଟ ପୋଲିସ । ଏହା ପ୍ରଭାବରେ ଲୋକଙ୍କ ପ୍ରାଣହାନି ଯେପରି ନଘଟେ ସେ ଦିଗରେ ମଧ୍ୟ ବେଶ ଯତ୍ନବାନ ଥିଲା ବିଭାଗ । ଯାହାକୁ ବେଶ୍ ପ୍ରଶଂସା କରିଛନ୍ତି ପୋଲିସ ମହାନିର୍ଦେଶକ ଆର.ପି ଶର୍ମା ।

ବିଶେଷକରି ତଳିଆ ବାସିନ୍ଦାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର, ସବୁ ଥାନାରେ ସାଧାରଣ ଜନତାଙ୍କ ପାଇଁ ରନ୍ଧାଖାଦ୍ୟ ବଣ୍ଟନ ଆଦି ସବୁ ଦିଗରେ ଧ୍ୟାନ ଦେଇଥିଲେ ୟୁପିଡ଼ି ପୋଲିସ । ବାତ୍ୟା ସମୟରେ ନିଜ ଜୀବନକୁ ବାଜି ଲଗାଇ ରାସ୍ତାରେ ପଡିଥିବା ବଡ଼ ବଡ଼ ଗଛକୁ ମଧ୍ୟ ସଫା କରିଥିଲେ । ଏଥିସହିତ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କୁ ମଧ୍ୟ ଖାଦ୍ୟ ବାଣ୍ଟିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବିଭାଗ ।

ଵର୍ତ୍ତମାନ ସୁଦ୍ଧା ସହରରେ ଅନେକ ସ୍ଥାନରେ ବିଜୁଳି ଓ ଜଳ ସମସ୍ୟା ଥିବା ବେଳେ ଏହାର ସମାଧାନ ପାଇଁ ନିୟମିତ ନିଜର ଦମ୍ଭ ପ୍ରଦର୍ଶନ କରି ଆସୁଛି କମିଶନରେଟ ପୋଲିସ । ଖୁବ ଶୀଘ୍ର ସିଲଭର ସିଟିର କ୍ଷୟକ୍ଷତିର ଭରଣା କରାଯିବା ନେଇ କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।

କଟକରୁ ପ୍ରଭଲୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.