ETV Bharat / briefs

ଚୀନ ବୈଜ୍ଞାନିକଙ୍କ ଦାବି; ଉହାନ ସରକାରୀ ଲ୍ୟାବରୁ ପ୍ରସ୍ତୁତ ହୋଇଛି କୋରୋନା - Corona virus man-made by China

ଡ. ଲି-ମେଙ୍ଗ ୟାନଙ୍କୁ ଉହାନରେ "ନୂତନ ନିମୋନିଆ" ଯାଞ୍ଚ ପାଇଁ ଦାୟିତ୍ବ ଦିଆୟାଇଥିଲା । ଏହି ସମୟରେ ସେ କୋରୋନା ଭାଇରସ୍ ସମ୍ବନ୍ଧରେ ଏକ କଭର୍ ଅପ୍ ଅପରେସନ୍ ଆବିଷ୍କାର କରିଥିଲେ ।

ଚୀନ ବୈଜ୍ଞାନିକଙ୍କ ଦାବି: କୋରୋନା ଭାଇରସ ମନୁଷ୍ୟକୃତ୍ୟ

author img

By

Published : Sep 12, 2020, 3:30 PM IST

Updated : Sep 15, 2020, 1:48 PM IST

ଓ୍ବାଶିଂଟନ୍: ସମଗ୍ର ବିଶ୍ବରେ କୋରୋନାକୁ ନେଇ ସାଙ୍ଘାତିକ ପରିସ୍ଥିତି ଉପୁଜିଛି । ଏହି ଭାଇରସ ଚୀନର ବୋଲି ଆମେରିକା ସମେତ ଅନେକ ଦେଶ ଚୀନକୁ ଦାୟୀ କରୁଛନ୍ତି । ବର୍ତ୍ତମାନ ଏହି ଭାଇରସ ଉହାନ ସହରର ଏକ ସରକାରୀ ଲ୍ୟାବରେ କୋରୋନା ଭାଇରସ ତିଆରି କରାଯାଇଥିବା ଚୀନର ଜଣେ ମହିଳା ଭାଇରୋଲୋଜିଷ୍ଟ ଦାବି କରିଛନ୍ତି । ଚୀନ ଭୂତାଣୁ ବିଷୟରେ ଅନେକ କିଛି ତଥ୍ୟ ଲୁଚାଇ ରଖିଛି ,କୋରୋନା ମନ୍ୟୁଷକୃତ ବୋଲି ତାଙ୍କ ପାଖରେ ଯଥେଷ୍ଟ ପ୍ରମାଣ ରହିଥିବା ଭାଇରୋଲୋଜିଷ୍ଟ ଜଣକ କହିଛନ୍ତି ।

ବ୍ରିଟିଶର ଏକ ଟକ୍ ସୋ'' ରେ ’’ଲୁସ୍ ମହିଳା’’ ଙ୍କ ସହ ବାର୍ତ୍ତାଳାପରେ ବୈଜ୍ଞାନିକ ଡ. ଲି-ମେଙ୍ଗ ୟାନ୍ କହିଛନ୍ତି ଯେ, ତାଙ୍କୁ ୱୁହାନରେ "ନୂତନ ନିମୋନିଆ" ଯାଞ୍ଚ ପାଇଁ ଦାୟିତ୍ବ ଦିଆଯାଇଥିଲା । ସେ ଅନୁସନ୍ଧାନ ସମୟରେ କୋରୋନା ଭାଇରସ ସମ୍ବନ୍ଧରେ ଏକ କଭର ଅପ ଅପରେସନ ଆବିଷ୍କାର ଆବିଷ୍କାର କରିଥିଲେ ।

ହଂକଂ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥ ରେ ଭାଇରୋଲୋଜି ଏବଂ ଇମ୍ୟୁନୋଲୋଜିରେ ବିଶେଷଜ୍ଞ ଥିବା ଡ .ଲି-ମେଙ୍ଗ କହିଛନ୍ତି ଯେ, ସେ ଚାଇନାରେ ନୂତନ ନିମୋନିଆ ଉପରେ ଦୁଇଟି ଅନୁସନ୍ଧାନ କରିଥିଲେ - ପ୍ରଥମେ ଡିସେମ୍ବରରୁ ଜାନୁୟାରୀ ଆରମ୍ଭ ମଧ୍ୟରେ ଏବଂ ଦ୍ୱିତୀୟଟି ଜାନୁଆରୀ ମଧ୍ୟଭାଗରେ । ଅନୁସନ୍ଧାନର ଏହି ରିପୋର୍ଟକୁ ସେ ତାଙ୍କ ସୁପରଭାଇଜରଙ୍କୁ ଦେବାକୁ ନିଷ୍ପତ୍ତି ନେଇଥିଲେ ଯିଏକି ଜଣେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଜଣେ ପରାମର୍ଶଦାତା । ହେଲେ ଏ ଦିଗରେ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ କିମ୍ବା ସୁପରଭାଇଜରଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିଲା । ଏଥିପାଇଁ ତାଙ୍କୁ ଓଲଟା ଚୁପ ରହିବାକୁ ଧମକ ଦିଆଯାଇଥିଲା ବୋଲି ଭାଇରୋଲୋଜିଷ୍ଟ ଜଣକ କହିଛନ୍ତି । ଭାଇରୋଲୋଜିଷ୍ଟ କହିଛନ୍ତି ଯେ, ସେ ତାଙ୍କ ସୁପରଭାଇଜର ଚୀନ ସରକାର ଏବଂ WHO ତରଫରୁ ସଠିକ କାର୍ଯ୍ୟ କରିବେ ବୋଲି ଆଶା କରିଥିଲେ।

ସେପଟେ ମେଙ୍ଗ ଙ୍କ ଏପରି ଦାବି ପରେ ଚୀନ ସରକାର ତାଙ୍କୁ ଧମକ ଦେବା ସହ ଭୁଲ ପ୍ରମାଣିତ କରିବାକୁ ବିଭିନ୍ନ କୌଶଳ ଗ୍ରହଣ କରୁଛନ୍ତି । ତାଙ୍କର ବ୍ୟକ୍ତିଗତ ତଥ୍ୟ ସରକାରୀ ଡାଟାବେସ୍‌ରୁ ନଷ୍ଟ କରି ଦିଆଯାଇଛି । ଫଳରେ ସେ ଭୟରେ ହଂକଂ ଛାଡ଼ି ଆମେରିକା ଚାଲି ଆସିଛନ୍ତି । ବର୍ତ୍ତମାନ ଅନ୍ୟ ବୈଜ୍ଞାନିକଙ୍କ ସହ ଲି କୋରୋନା ସମ୍ପର୍କରେ ଅଧ୍ୟୟନ କରୁଛନ୍ତି । ସେ ସବୁ ଚାଲେଞ୍ଜକୁ ସେ ସାମ୍ନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ।

Last Updated : Sep 15, 2020, 1:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.