ETV Bharat / briefs

ସରିଲା ବିବାହ, ଏବେ ଯୁଗଳ ଦର୍ଶନ - SHIVSANKAR

ଶେଷ ହୋଇଛି ଦେବାଧିଦେବ ପ୍ରଭୁ ଭୋଲା ଶଙ୍କର ଓ ଜଗତଜନନୀ କରୁଣାମୟୀ ମାତା ପାର୍ବତୀଙ୍କ ବିବାହ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jun 8, 2019, 7:54 PM IST

ସୁବର୍ଣ୍ଣପୁରରେ: ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା । ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବକୁ ନେଇ ଲୋକାରଣ୍ୟ ସାରା ପରିବେଶ । ବରଯାତ୍ରୀରେ ଯାଇ ବାବା ଭୋଳାନାଥ ମାତା ପାର୍ବତୀଙ୍କ ହାତ ଧରିଛନ୍ତି । ଶୁକ୍ରବାର ମଧ୍ୟରାତ୍ରରେ ସଂପନ୍ନ ହୋଇଛି ଦେବଦମ୍ପତ୍ତିଙ୍କ ବିବାହ । ନଗର ପରିକ୍ରମା ପରେ ସ୍ବମନ୍ଦିରରେ ପ୍ରବେଶ କରିବେ ଶିବ-ପାର୍ବତୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସଂପନ୍ନ ହୋଇଛି ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ । ବୈଦିକ ରୀତିନୀତିରେ ମାତା ପାର୍ବତୀଙ୍କୁ ବିବାହ କରିଛନ୍ତି ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତୀ ପ୍ରତୀମା ବାବା ଚନ୍ଦ୍ରଶେଖର । ଶନିବାର ବାବା ଚନ୍ଦ୍ରଶେଖର ମାତାଙ୍କୁ ଘେନି ନଗର ପରିକ୍ରମା କରିବା ସହ ମନ୍ଦିରରେ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଉତ୍ସବର 3ୟ ଦିନରେ ବାବା ଚନ୍ଦ୍ରଶେଖର ଅଷ୍ଟବିଷ୍ଣୁ ଓ ଅଷ୍ଟଶମ୍ଭୁଙ୍କ ସହିତ ବରଯାତ୍ରୀରେ ଯାଇଥିଲେ । ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ଉତ୍ସାହର ସହିତ ସହିତ ବାବାଙ୍କ ହାତରେ ମାତା ପାର୍ବତୀଙ୍କୁ ସମର୍ପିଛନ୍ତି କନ୍ୟା ପିତାମାତା ।

ସେପଟେ, ଶିବ-ପାର୍ବତୀଙ୍କ ବିବାହ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁ ଛୁଟି ଆସିଥିବା ବେଳେ ମାତା ପାର୍ବତୀଙ୍କୁ କନ୍ୟା ଦାନ କରି ଭାଗ୍ୟବାନ ମନେ କରିଛନ୍ତି କନ୍ୟା ପିତାମାତା ।

କାହିଁ କେତେ ଦିନରୁ ସହରରେ ପାଳିତ ହୋଇଆସୁଛି ଶୀତଳଷଷ୍ଠୀ ଯାତ୍ରା । ଚୌହାନ ରାଜାଙ୍କ ଶାସନ କାଳରୁ ଏହି ପର୍ବ ପାଳିତ ହୋଇଆସୁଛି । ମହଣମହଣ ରୂପା ନିର୍ମିତ ବିମାନରେ ବାବା ଚନ୍ଦ୍ରଶେଖର ପାରିମ୍ପରିକ ଆଭୂଷଣରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିବା ବେଳେ ସବୁଠୁ ଆକର୍ଷଣ ପାଲଟିଥିଲା 108 ଭରିର ବାବା ଚନ୍ଦ୍ର ଶେଖରଙ୍କ ସ୍ବର୍ଣ୍ଣ ନାଗ ପ୍ରତିମା ।

ଗଡଜାତ ଶାସନ ପରେ ପ୍ରତିବର୍ଷ ଦେବୋତ୍ତର ବିଭାଗ ଓ ଚନ୍ଦ୍ରଶେଖର ପାଠାଗାର ପକ୍ଷରୁ ପାଳିତ ହୋଇ ଆସୁଛି ଦେବଦମ୍ପତିଙ୍କ ବିବାହ ଉତ୍ସବ । ଶିବ-ପାର୍ବତୀଙ୍କ ବିବାହ ଉତ୍ସବ ପାଳନ ହୋଇଥିବା ବେଳେ ଆଜି କନ୍ୟାପିତାଙ୍କ ବାସଭବନରେ ଯୁଗଳମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଏହା ପରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

xcxc

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.