ETV Bharat / briefs

ଫନି ମୁକାବିଲା ପାଇଁ କେନ୍ଦ୍ର ଯୋଗାଇବ ସମସ୍ତ ସହାୟତା - BHUBANESWAR

ଫନି ପ୍ରଭାବରୁ ରକ୍ଷା ପାଇଁ 10 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ, ଆବଶ୍ୟକ ସ୍ଥଳେ ହେଲିକେପ୍ଟରରେ ଲୋକଙ୍କୁ ଉଦ୍ଧାର କରାଯିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 1, 2019, 8:13 PM IST

ଭୁବନେଶ୍ବର: ସାମୁଦ୍ରିକ ଝଡ ସମ୍ଭାବ୍ୟ ବାତ୍ୟା ଫନି ମୁକାବିଲା ପାଇଁ ରାଜ୍ୟ ପ୍ରଶାସନ ପୁରା ପ୍ରସ୍ତୁତ ହେଉଛି । ରାଜ୍ୟକୁ ମାଡି ଆସୁଥିବା ବାତ୍ୟା ପାଇଁ କେନ୍ଦ୍ର ସରକାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ଯେମିତି କୌଣସି କ୍ଷୟକ୍ଷତି ନହୁଏ ସେଥିପାଇଁ କେନ୍ଦ୍ର କ୍ୟାବିନେଟ ସେକ୍ରେଟେରୀ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ବରାବର ଯୋଗ ସୂତ୍ରରେ ଅଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ପୁଣି ଥରେ କ୍ୟାବିନେଟ ସେକ୍ରେଟେରୀ ଭିଡିଓ କନଫରେନ୍ସି ଯୋଗେ ସ୍ଥିତିର ସମୀକ୍ଷା କରିବା ସହ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ବୈଠକ ପରେ ସ୍ବତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି କାଲି ସଂଧ୍ୟା ସୁଦ୍ଧା ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ଏବଂ ଏକ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ପ୍ରସ୍ତୁତି କରାଯାଉଛି ।

ଏହାସହ ଆବଶ୍ୟକ ସ୍ଥଳେ ବ୍ୟବହାର ପାଇଁ ମଗାଯାଇଥିବା ହେଲିକେପ୍ଟର ମଧ୍ୟ କେନ୍ଦ୍ର ଯୋଗାଇ ଦେବ ବୋଲି ଏସାରସି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.