ETV Bharat / briefs

ମେଡ଼ିକାଲରେ ବ୍ରାଉନସୁଗାର କାରବାର, ମହିଳାଙ୍କ ସମେତ 2 ଗିରଫ - ମେଡ଼ିକାଲରେ ନିଶା କାରବାର

ମେଡ଼ିକାଲରେ ଚାଲିଛି ବେଧଡ଼କ ନିଶା କାରବାର । ଜଣେ ମହିଳାଙ୍କ ସହ ଅନ୍ୟ ଜଣେ ଯୁବକ ଓ ସେମାନେ ବ୍ୟବହାର କରୁଥିବା ଏକ କାରକୁ ମଧ୍ୟ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

ମେଡ଼ିକାଲରେ ବ୍ରାଉନସୁଗାର କାରବାର, ମହିଳାଙ୍କ ସମେତ 2 ଗିରଫ

author img

By

Published : Jun 14, 2020, 10:03 AM IST

ଖୋର୍ଦ୍ଧା: ମେଡ଼ିକାଲରେ ଚାଲିଛି ବେଧଡ଼କ ନିଶା କାରବାର । କୋରୋନା ମୁକାବିଲା ପାଇଁ ବର୍ତ୍ତମାନ ସାରାଦେଶ ଲକଡାଉନ ସ୍ଥିତିରେ । ଏହି ପ୍ରାଣଘାତୀ ଭୂତାଣୁ କବଳରୁ କିପରି ନିସ୍ତାର ମିଳିବ ସେଥିପାଇଁ ସମସ୍ତେ ଚିନ୍ତିତ ଥିବାବେଳେ କେତେଜଣ ମୁନାଫାଖୋର ବ୍ୟକ୍ତି ଏହି ସମୟରେ ବେଆଇନ ନିଶା କାରବାର ଜାରି ରଖିଛନ୍ତି। । ଆଉ ଏହି ନିଶା କାରବାର ପାଇଁ ମେଡିକାଲକୁ ନିଜ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛନ୍ତି ଏହି ନିଶା ବ୍ୟବସାୟୀମାନେ ।

ମେଡ଼ିକାଲରେ ବ୍ରାଉନସୁଗାର କାରବାର, ମହିଳାଙ୍କ ସମେତ 2 ଗିରଫ
ମେଡ଼ିକାଲରେ ବ୍ରାଉନସୁଗାର କାରବାର, ମହିଳାଙ୍କ ସମେତ 2 ଗିରଫ

ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ନିଶା କାରବାର ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରିଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ । 15ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏହି କାରବାରରେ ଲିପ୍ତ ଥିବା ଜଣେ ମହିଳାଙ୍କ ସହ ଅନ୍ୟ ଜଣେ ଯୁବକ ଓ ସେମାନେ ବ୍ୟବହାର କରୁଥିବା ଏକ କାରକୁ ମଧ୍ୟ ଜବତ କରିଛି ପୋଲିସ । ଗିରଫ ମହିଳା ଜଣକ ଜଟଣୀ ଥାନା ଅଞ୍ଚଳର ବେବି ହସିନା ଏବଂ ଯୁବକ ଜଣକ ବିକି ରାଓ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.