ETV Bharat / briefs

ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

author img

By

Published : Jun 22, 2019, 8:33 PM IST

କଟକ ବୋଷ କଲେଜ ନିକଟସ୍ଥ ଅଞ୍ଚଳରୁ ୨୬ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ। ଯାହାର ମୂଲ୍ୟ 2 ଲକ୍ଷ 60 ହଜାର ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଇନ୍ସପେକ୍ଟର ଜଗଦୀଶ ଚନ୍ଦ୍ର ସାମଲ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: କଟକ ସହରରେ ଧଳା ଜହର । ସ୍ମାର୍ଟସିଟି ପରେ ଏବେ ନିଶା ବେପାରୀଙ୍କ ଟାର୍ଗେଟରେ ସିଲଭରସିଟି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବ୍ୟବସାୟର ଗ୍ରାହକ ସାଜିଛନ୍ତି କଲେଜ ପଢୁଆ ଛାତ୍ରଛାତ୍ରୀ ।

ଏହି କ୍ରମରେ ଶନିବାର କଟକ ବୋଷ କଲେଜ ନିକଟସ୍ଥ ଅଞ୍ଚଳରେ ଜବତ ହୋଇଛି ୨୬ ଗ୍ରାମ ବ୍ରାଉନସୁଗାର । ଯାହାର ମୂଲ୍ୟ 2 ଲକ୍ଷ 60 ହଜାର ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ଇନ୍ସପେକ୍ଟର ଜଗଦୀଶ ଚନ୍ଦ୍ର ସାମଲ । ଏଥିସହିତ ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ଟିମ୍ । ଗିରଫ ଅଭିଯୁକ୍ତ ବୋଷ କଲେଜ ନିକଟସ୍ଥ ବସ୍ତି ଅଞ୍ଚଳର ଗଗନ ନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାନୁସାରେ, ଯୋବ୍ରା ଅଞ୍ଚଳରେ ଅବକାରୀ ଟିମ ପେଟ୍ରୋଲିଂ କରୁଥିବା ସମୟରେ ଅବକାରୀ ଟିମକୁ ଦେଖି ହଠାତ୍ ଦୌଡ଼ିବାକୁ ଲାଗିଲେ ଅଭିଯୁକ୍ତ ଗଗନ ନାୟକ । ଏହା ପରେ ଅବକାରୀ ଟିମର ଗଗନ ଉପରେ ସନ୍ଦେହ ହୋଇଥିଲା । ସେ ତାର ପଛ କରି ତାକୁ ଧରିବାରେ ସଫଳ ହୋଇଥିଲା । ଗଗନକୁ ଗିରଫ କରିବା ପରେ ତାକୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: କଟକ ସହରରେ ଧଳା ଜହର।ସ୍ମାର୍ଟ ସିଟି ପରେ ଏବେ ନିଶା ବେପାରୀ ଙ୍କର ନଜରରେ ସିଲଭର ସିଟି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବ୍ୟବସାୟ ର ଗ୍ରାହକ ହେଉଛନ୍ତି କଲେଜ ପଢୁଆ ଛାତ୍ରଛାତ୍ରୀ । ତେବେ ଏହି କ୍ରମ ରେ ଆଜି କଟକ ବୋଷ କଲେଜ ନିକଟସ୍ଥ ଅଞ୍ଚଳରେ ଧରା ହୋଇଛି ୨୬ ଗ୍ରାମ ଧଳା ଜହର ବା ବ୍ରାଉନ ସୁଗାର.। ଯାହାର ମୂଲ୍ଯ ୨ ଲକ୍ଷ 60 ହଜାର ଟଙ୍କା ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ଇନିସପେକ୍ଟର ଜଗଦୀଶ ଚନ୍ଦ୍ର ସାମଲ । ଅଭିଯୁକ୍ତ ଜଣକ କଟକ ଜିଲା ର ଗଗନ ନାୟକ ବୋଲି ଜଣାପଡିଛି । Body:ସୂଚନା ଅନୁଯାୟୀ , ଯୋବ୍ରା ଅଞ୍ଚଳରେ ଅବକାରୀ ଟିମ ପେଟ୍ରୋଲିଂ କରୁଥିବା ସମୟରେ ହଟାଥ ଅବକାରୀ ଟିମ କୁ ଦେଖି ଦୌଡ଼ିବା ପାଇଁ ଲାଗିଲେ ଅଭିଯୁକ୍ତ ଗଗନ ନାୟକ। ତାହା ପରେ ଅବକାରୀ ଟିମ ର ସଦଶ୍ୟ ଗଗନ ଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବାରେ ସଫଳ ହୋଇଥିଲେ । ଓ ପରେପରେ ଅଭିଯୁକ୍ତ ଗଗନ ର ତଲାସୀ ନେବାରୁ ତାଙ୍କର ନିକଟରୁ ବ୍ରାଉନ ସୁଗାର ବାହାରିଥିଲା। ଯାହାର ମୂଲ୍ୟ 2 ଲକ୍ଷ୍ୟ 60 ହଜାର ଟଙ୍କା । ଗଗନ ନାୟକ ଙ୍କ ଘର ବୋଷ କଲେଜ ନିକଟସ୍ଥ ବସ୍ତି ଅଞ୍ଚଳରେ । ଗଗନ କୁ ଗିରଫ କରିବାପରେ ତାଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।Conclusion:ବାଇଟ: ଜଗଦୀଶ ସାମଲ ( କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଅଧିକାରୀ କଟକ )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.