ETV Bharat / briefs

ବ୍ରହ୍ମପୁରର ମୌଳିକ ସମସ୍ୟା ସମାଧାନ କରିବି: କାହ୍ନୁ ପତି

ଦକ୍ଷିଣ ଓଡିଶାର ଏକ ଗୁରୁତ୍ବପୂର୍ଣ ନିର୍ବାଚନ ମଣ୍ଡଳୀ ହେଉଛି ବ୍ରହ୍ମପୁର, ଏହି ଆସନଟି ଦୀର୍ଘଦିନ ଧରି ବିଜେଡି ଦଖଲରେ ଥିବାବେଳେ ଚଳିତ ନିର୍ବାଚନରେ ଶାସକ ଦଳ ନିଜ ପ୍ରାର୍ଥୀ ପରିର୍ବତ୍ତନ କରି ଯୁବନେତା ବିକ୍ରମ କୁମାର ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସରୁ ଲିଙ୍ଗରାଜ ଚୌଧୁରୀ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଗେରୁଆ ଦଳ ଭାଜପା ଏଠି ପ୍ରାର୍ଥୀ କରିଛି ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କୁ ।

author img

By

Published : Apr 3, 2019, 12:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଏକ ସପ୍ତାହ ସମୟ ଥିବାବେଳେ ସବୁ ଦଳ ପ୍ରଚାର ମୈଦାନରେ ଘମାଘୋଟ ପ୍ରଚାର କରୁଛନ୍ତି । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରତିଶୃତି ଦେଉଛନ୍ତି ।

ଦକ୍ଷିଣ ଓଡିଶାର ଏକ ଗୁରୁତ୍ବପୂର୍ଣ ନିର୍ବାଚନ ମଣ୍ଡଳୀ ହେଉଛି ବ୍ରହ୍ମପୁର, ଏହି ଆସନଟି ଦୀର୍ଘଦିନ ଧରି ବିଜେଡି ଦଖଲରେ ଥିବାବେଳେ ଚଳିତ ନିର୍ବାଚନରେ ଶାସକ ଦଳ ନିଜ ପ୍ରାର୍ଥୀ ପରିର୍ବତ୍ତନ କରି ଯୁବନେତା ବିକ୍ରମ କୁମାର ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସରୁ ଲିଙ୍ଗରାଜ ଚୌଧୁରୀ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଗେରୁଆଦଳ ଏଠି ପ୍ରାର୍ଥୀ କରିଛି ଜିଲ୍ଲା ସଭାପତି କାହ୍ନୁଚରଣ ପତିଙ୍କୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କାହ୍ନୁ ଚରଣ ପତି ପ୍ରାର୍ଥୀ ହେବାପରେ ନିଜ ପ୍ରଚାରକୁ ଯୋରଦାର କରିଛନ୍ତି । କାହ୍ନୁ ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ପାଞ୍ଚଟି ପ୍ରଶ୍ନ ନେତାଙ୍କୁ’ କାର୍ଯ୍ୟକ୍ରମରେ ଭାଗନେଇ କହିଛନ୍ତି ଯଦିସେ ବିଜୟୀ ହୁଅନ୍ତି ପ୍ରଥମେ ବ୍ରହ୍ମପୁରର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ କାର୍ଯ୍ୟ କରିବେ ।

ଏହାସହ ସହ ଦିନକୁ 18 ଘଣ୍ଟା ପରିଶ୍ରମ କରି ବ୍ରହ୍ମପୁର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବେ । ଦୀର୍ଘଦିନ ଧରି ବ୍ରହ୍ମପୁରର ମୌଳିକ ସମସ୍ୟାର ସମାଧାନ ହୋଇପାରି ନାହିଁ ବ୍ରହ୍ମପୁରର ମେଡିକାଲ ବିପର୍ଯ୍ୟସ୍ତ ହୋଇପଡିଛି । ତେଣୁ ଏହି ସବୁ ସମସ୍ୟାର ସମାଧାନ ତ୍ବରାନିତ କରିବି । ଏହାସହ ବିଧାୟକ ପାଣ୍ଠିକୁ ସଠିକ୍ ବିନିଯୋଗ କରିବି ବୋଲି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ଭୁବନେଶ୍ୱର: ଦେଶରେ ସାଧାରଣ ନିର୍ବାଚନ ଓ ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ନେଇ ରାଜନୈତିକ ପାଣିପାଗ ଦିନକୁ ଦିନ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି।ପ୍ରତ୍ୟେକ ଦିନ ରାଜନୈତିକ ଦଳ ମାନଙ୍କ ମଧ୍ୟରେ କିଏ ଆଗାମୀ ଦିନରେ କ୍ଷମତା ଅଳଙ୍କୃତ କରିବ,କିଏ କେତେ ଆସନରେ ବିଜୟୀ ହେବାକୁ ନେଇ ଆରୋପ ପ୍ରତ୍ୟାରୋପ ମଧ୍ୟ ବଢ଼ିବାରେ ଚାଲିଥିବା ଦେଖିବାକୁ ମିଳୁଛି।ଏନେଇ ବିଭିନ୍ନ ଜନମତ ଓ ଏକଜିଟ ପୋଲ ଭିନ୍ନ ଭିନ୍ନ ଆକଳନ କରୁଥିବା ଚର୍ଚ୍ଚା ଲୋକଙ୍କୁ ଖୋରାକ ଯୋଗାଇଛି।
ବିଗତ ଦିନରେ  ଜ୍ୟୋତିଷକାରମାନେ ରାଜନୈତିକ ପାଣିପାଗ ନେଇ ଅନେକ ଆକଳନ ମଧ୍ୟ କରିଛନ୍ତି।ଯାହାକୁ ନେଇ ଲୋକଙ୍କ ନିକଟରେ  ଅନେକ ଚର୍ଚ୍ଚା ମଧ୍ୟ ସୃଷ୍ଟି ହୋଇଛି।ଯେଉଁଥି ପାଇଁ ଏଥର ମଧ୍ୟ ଜ୍ୟୋତିଷକାରଙ୍କ ନିକଟରୁ ଏ ସମ୍ବନ୍ଧରେ ଜାଣିବା ପାଇଁ ଲୋକଙ୍କ ଉତ୍କଣ୍ଠା ବୃଦ୍ଧି ହେଉଥିବା ଲକ୍ଷ୍ୟ କରାଯାଇଛି।ତେଣୁ ଏ ବିଷୟରେ ସେମାନଙ୍କ ସହିତ ଆଲୋଚନା କରିବାରୁ ଦେଶ କିମ୍ବା ରାଜ୍ୟରେ ସରକାର ବଦଳିବାର ସମ୍ଭାବନା କମ ଥିବା କହିଛନ୍ତି।ରାଜଧାନୀର ଜଣାଶୁଣା ଜ୍ୟୋତିର୍ବିଦ କ୍ୟାପଟେନ ମାନସ ରଞ୍ଜନ ସ୍ବାଇଁଙ୍କ  ବିଚାର ଅନୁସାରେ ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଥିବା ନବୀନ ପଟ୍ଟନାୟକ ଦୁଇଟିରେ ବିଜୟ ଲାଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି।ସେହିପରି ତାଙ୍କ ଦଳ ଓଡ଼ିଶାରେ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇ ପୁଣି ରାଜ୍ୟ ସାଶନ ଭାର ଗ୍ରହଣ କରିବାର ଅଧିକ ସମ୍ଭାବନା ଅଛି।ତେବେ ମୁଖ୍ୟ ବିରୋଧୀ ଦଳଭାବେ ଉଭା ହୋଇଥିବା ବିଜେପି  ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବ କିନ୍ତୁ ସାଶନ ଭାର ଗ୍ରହଣ ପାଇଁ ଆବଶ୍ୟକ ସଂଖ୍ୟା ପାଇଁ ପାରିବ ନାହିଁ ବୋଲି ସେ କହିଛନ୍ତି।

ସେହିପରି ଭୁବନେଶ୍ୱର ର ଅନ୍ୟତମ ଜ୍ୟୋତିର୍ବିଦ  ପବିତ୍ର ମୋହନ ମହାପାତ୍ର ଙ୍କ ଗଣନା ଅନୁସାରେ ଦେଶରେ ପୁଣି ମୋଦି ଲହର ପୁଣି ପ୍ରବାହିତ ହେବ ଓ ନରେନ୍ଦ୍ର ମୋଦି ପୁଣି ଥରେ ଦେଶର ସାଶନ ଡୋରି ଧରିବେ ବୋଲି ସେ ପୂର୍ବାନୁମାନ କରିଛନ୍ତି।ଯାହାକି 2024ନିର୍ବାଚନ ପର୍ଯ୍ୟନ୍ତ କ୍ଷମତାସିନ ରହିବାର ଯଥେଷ୍ଟ ସମ୍ଭାବନା ଥିବା ସେ କହିଛନ୍ତି। ଦେଶରେ ମେଣ୍ଟ ଦଳଗୁଡିକ ନିରାଶ ହେବା ସହିତ ମୁଖ୍ୟ ଦଳଭାବେ ବିଜେପି ର ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।ନରେନ୍ଦ୍ର ମୋଦିଙ୍କ ରାଶି ବିଛା ହୋଇଥିବାବେଳେ କିଛି ଦିନ ଭିତରେ 2ୟ ବୃହସ୍ପତି ପ୍ରବେଶ କରିବେ ଓ ନବୀନ ପଟ୍ଟନାୟକଙ୍କ ମିଥୁନ ରାଶିରେ 7ମ ବୃହସ୍ପତି ଚଳନ କରିବେ ଯାହାକି ଦୁଇ ଜଣଙ୍କ ମଧ୍ୟରେ ସାମ୍ୟତା ଥିବା ଦର୍ଶାଉଛି।ନବୀନ ପଟ୍ଟନାୟକ କେନ୍ଦ୍ରସରକାରଙ୍କ ସମର୍ଥନ ଦେଇ ପାରନ୍ତି।ତେବେ ମୋଦିଙ୍କ ରାଶି ଆନୁସାରେ ସରକାର କରିବା ପାଇଁ ତାଙ୍କୁ ମେଣ୍ଟ ଦଳର କୌଣସି ଆବଶ୍ୟକତା ରହିବ ନାହିଁ ବୋଲି ସେମାନଙ୍କ ଗଣନା କହୁଥିବା ପ୍ରକାଶ।
 ଆଗାମୀ ଦିନରେ ଦେଖିବାକୁ ଅପେକ୍ଷା ଯେ କିଏ ଦେଶ ଓ ରାଜ୍ୟର ସାଶନ ଭାର ସମ୍ଭାଳୁଛନ୍ତି।
ଲଷ୍ମୀକାନ୍ତ ଦାସ,ଭୁବନେଶ୍ୱର,

Visual will sent by WhatsApp
Byte1-Captain Manas Ranjan Swain
Byte-2-Pabitr Mohan Mohapatra

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.