ବୌଦ୍ଧ: ଜିଲ୍ଲାର ମ୍ୟାଙ୍ଗୋ ମ୍ୟାନ ପାଲଟିଛନ୍ତି ଜଣେ 80 ବର୍ଷୀୟ ବ୍ୟକ୍ତି । ନିଜ ଫାର୍ମରେ ଭଳିକି ଭଳି ଉନ୍ନତ ମାନର ଆମ୍ବ ଫଳାଇ କେବଳ ଜିଲ୍ଲାରେ ନୁହେଁ ରାଜ୍ୟ ବାହାରକୁ ମଧ୍ୟ ଆମ୍ବ ପଠାଇ ଢେର ସମ୍ମାନ ପାଇଛନ୍ତି ମ୍ୟାଙ୍ଗୋ ମ୍ୟାନ ମୃତ୍ୟୁଞ୍ଜୟ ।
ପରିଶ୍ରମ ଆଗରେ ହାର ମାନିଲା ବୟସ । 80 ବର୍ଷ ଛୁଇଁବାକୁ ବସିଥିବା ବେଳେ ଆମ୍ବକୁ ନେଇ ତାଙ୍କର ରହିଛି ସ୍ବତନ୍ତ୍ର ପରିଚୟ । ଆମ୍ରପଲ୍ଲୀ, ଦୋଷରୀ, ବମ୍ବେ ଗ୍ରୀନ, ଲେଙ୍ଗଡା, ବାଇଗଣ ପଲ୍ଲେଇ ଭଳି ଅନେକ କିସମର ଆମ୍ବ ନିଜର ପ୍ରାୟ ୨୬ ଏକର ଜମିରେ ଫଳାଇ ଜଣେ ସଫଳ ଆମ୍ବ ଉତ୍ପାଦକ ଭାବେ ବେଶ ନାଁ କରିବା ସହ ବୌଦ୍ଧ ଜିଲ୍ଲାର ମ୍ୟାଙ୍ଗୋ ମ୍ୟାନ ପାଲଟି ଯାଇଛନ୍ତି ।
ବର୍ଷକୁ ଦଶ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବ୍ୟବସାୟ ସହ ଆହୁରି ଅନେକଙ୍କୁ ରୋଜଗାରର ରାହା ଦେଖାଇଛନ୍ତି ମୃତୁଞ୍ଜୟ । ପୋଲାମ ଓ ଗିରାସିଂଘା ନିକଟରେ ରହିଛି ମୃତୁଞ୍ଜୟଙ୍କ ବିସ୍ତୃତ ଆମ୍ବ ବଗିଚା । ବୌଦ୍ଧ ଜିଲ୍ଲା କିମ୍ବା ଓଡିଶା ମଧ୍ୟରେ କେବଳ ନୁହେଁ, ରାଜ୍ୟ ବାହାରେ ମଧ୍ୟ ଭଞ୍ଜ ଫାର୍ମ ଆମ୍ବର ବେଶ ଚାହିଦା ରହିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ