ETV Bharat / briefs

ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡ଼ିକୁ ବୋମାମାଡ଼ - CP

ଭୁବନେଶ୍ବର ମଧ୍ୟ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡି ଉପରକୁ ବୋମା ମାଡ। ବୋମା ମାଡ଼ରେ ଅନନ୍ତଙ୍କ ମୁଣ୍ଡ ଓ ହାତରେ ଲାଗିଛି ଆଘାତ । ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 22, 2019, 2:21 AM IST

Updated : Apr 22, 2019, 8:14 AM IST

ଭୁବନେଶ୍ବର: ବଢୁଛି ନିର୍ବାଚନୀ ହିଂସା । ଗୋଟିଏ ଦିନରେ ରାଜ୍ୟ ରାଜଧାନୀରେ ଫୁଟିଚି 3ଟି ବୋମା । ରବିବାର ସନ୍ଧ୍ୟାରେ ଭୁବନେଶ୍ବର ମଧ୍ୟ ଆସନର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରକୁ ବୋମା ମାଡ ହୋଇଥିବା ବେଳେ ଭୁବେନଶ୍ବର ମଧ୍ୟ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡି ଉପରକୁ ମଧ୍ୟ ବୋମା ମାଡ ହୋଇଛି । ବୋମା ମାଡ଼ରେ ଅନନ୍ତଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁଯାୟୀ, ରବିବାର ସନ୍ଧ୍ୟାରେ ଅନନ୍ତ ନିର୍ବାଚନୀ ପ୍ରଚାର ସାରି ଫେରୁଥିବା ବେଳେ ଝାରପଡା କେନାଲ ରୋଡ ନିକଟରେ ତାଙ୍କ ଗାଡି ଉପରକୁ ଏହି ବୋମା ମାଡ ହୋଇଥିଲା । କେହି ଜଣେ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଗାଡି ଉପରକୁ ବୋମା ଫିଙ୍ଗିଥିଲେ । ଅନନ୍ତଙ୍କ ସହ ଗାଡିରେ ତାଙ୍କର କିଛି କର୍ମୀ ଥିଲେ । ଘଟଣାସ୍ଥଳରୁ ଗୁରୁତର ଅନନ୍ତ ଓ ତାଙ୍କର କିଛି କର୍ମୀଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା । ଘଟଣାକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

ଆସନ୍ତା କାଲି 3ୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କଡା ସୁରକ୍ଷା ବ୍ୟବସ୍ଥା ପରେ ମଧ୍ୟ ଗୋଟିଏ ଦିନରେ 3ଥର ବୋମା ମାଡ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:Conclusion:
Last Updated : Apr 22, 2019, 8:14 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.