ETV Bharat / briefs

ବିଜେପିକୁ ସାଇକେଲ ସାହା

ନିର୍ବାଚନ ଜିତିବା ପାଇଁ ନିଆରା ଫର୍ମୁଲା । ପଦଯାତ୍ରା, ରାଲି ପରେ ଏବେ ରାଜନୈତିକ ଦଳଙ୍କୁ ସାଇକେଲ ସାହା । ପ୍ରଚାର କରିବା ସହ ଲୋକଙ୍କ ଆସ୍ଥା ଭାଜନ ହେବା ଲାଗି ବିଭିନ୍ନ ଦଳ ଭିନ୍ନ ଭିନ୍ନ କୌଶଳ ଆପଣାଉଥିବାବେଳେ ବିଜେପି ପାଇଁ ସାଇକେଲ ପାଲଟିଛି ସାହାରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 14, 2019, 6:22 PM IST

Updated : Apr 14, 2019, 7:19 PM IST

ଭୁବନେଶ୍ବର: ନିର୍ବାଚନ ଜିତିବା ପାଇଁ ନିଆରା ଫର୍ମୁଲା । ପଦଯାତ୍ରା, ରାଲି ପରେ ଏବେ ରାଜନୈତିକ ଦଳଙ୍କୁ ସାଇକେଲ ସାହା । ପ୍ରଚାର କରିବା ସହ ଲୋକଙ୍କ ଆସ୍ଥା ଭାଜନ ହେବା ଲାଗି ବିଭିନ୍ନ ଦଳ ଭିନ୍ନ ଭିନ୍ନ କୌଶଳ ଆପଣଆଉଥିବାବେଳେ ବିଜେପି ପାଇଁ ସାଇକେଲ ପାଲଟିଛି ସାହାରା । ରାଜଧାନୀର ରାଜରାସ୍ତାରେ ବୁଲି ବୁଲି ସାଇକେଲରେ ଚାଲିଛି ଦଳ ପାଇଁ ପ୍ରଚାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସାଇକେଲର ଆଗରେ-ପଛରେ ପଦ୍ମଫୁଲ ଚିହ୍ନ ସହ ମୋଦିଙ୍କ ଫଟୋ ଦେଖିବାକୁ ମିଳୁଛି । ସାଇକେଲରେ ସ୍ପିକର ଖଞ୍ଜାଯାଇ ଦଳୀୟ ଇସ୍ତାହାର ସହ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ ଚାଲିଛି ।

ତେବେ କେବଳ ଭୁବନେଶ୍ବର ନୁହେଁ, ଦଳ ଦଳ ରାଜ୍ୟର ବିଭିନ୍ନ ସ୍ଥାନରେ ସାଇକେଲରେ ପ୍ରଚାର ଚଲାଇଥିବା ଜଣାପଡିଛି । ପାର୍ଟି ଅଫିସରୁ 150ଟି ସାଇକେଲ ବାହାରିବା ସହ ଦଳ ପାଇଁ ପ୍ରଚାର କରୁଥିବା ଦଳ ପକ୍ଷରୁ କୁହାଯାଇଛି । 5ଟି ସାଇକେଲକୁ ନେଇ ଗୋଟିଏ ଟିମ୍ ଗଠନ ହେବା ସହ ଦଳ ପାଇଁ ପ୍ରଚାର କରାଯାଉଥିବା ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

FDGFFRHBGJHHMKJHV

Conclusion:
Last Updated : Apr 14, 2019, 7:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.