ETV Bharat / briefs

ଆରଜିଏଚ ରକ୍ତ ଭଣ୍ଡାରକୁ ରକ୍ତଦାନ କଲା ବିଜୁ ଯୁବ ବାହିନୀ

author img

By

Published : Jun 9, 2019, 11:27 PM IST

Updated : Jun 10, 2019, 1:19 PM IST

ରାଉରକେଲା ଆରଜିଏଚ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କଲେ ବିଜୁ ଯୁବ ବାହିନୀ । ହସ୍ପିଟାଲରେ ରକ୍ତର ଅଭାବ ଲାଗିରହିଥିବା ବେଳେ ଏହାଦ୍ବାରା କିଛି ପୂରଣ ହୋଇପାରିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ରାଜ୍ୟର ଏକ ପ୍ରମୁଖ ସହର ହେଉଛି ରାଉରକେଲା । ଏହି ସହରରେ ଥିବା ଏକ ପ୍ରମୁଖ ଚିକିତ୍ସାଳୟ ହେଉଛି ଆରଜିଏଚ । ଏହି ଗୁରୁତ୍ବପୂର୍ଣ୍ଣ ହସ୍ପିଟାଲରେ ଗତ କିଛିଦିନ ଧରି ଗଛିତ ରକ୍ତର ଅଭାବ ଲାଗି ରହିଥିଲା । ଏକ ଗୁରୁତ୍ବପୂର୍ଣ୍ଣ ହସ୍ପିଟାଲରେ ରକ୍ତ ଅଭାବ ନେଇ ଇଟିଭି ଭାରତରେ ଗତ କିଛିଦିନ ଧରି ରିପୋର୍ଟ ପ୍ରକାଶ ପାଇଥିଲା ।

ବାରମ୍ବାର ଖବର ପ୍ରସାରଣ ହେବା ପରେ ଆଜି ସ୍ଥାନୀୟ ବିଜୁ ଯୁବ ବାହିନୀ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ବିଜୁ ଯୁବବାହିନୀର ଅନେକ ସଦସ୍ୟ ଏହି ରକ୍ତଦାନ ଶିବିରକୁ ଆସି ରକ୍ତଦାନ କରିଥିଲେ ଯାହାକି କିଛିଦିନ ପାଇଁ ରକ୍ତ ସମସ୍ୟା ଦୂର ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ତେବେ ଆରଜିଏଚ ଭଳି ଏକ ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ତ ଅଭାବ ଲାଗିରହିବା ଚିନ୍ତାଜନକ । କାହିଁକି ନା ଏହି ହସ୍ପିଟାଲ ଉପରେ ଜିଲ୍ଲାର 70 ପ୍ରତିଶତ ଲୋକ ନିର୍ଭର କରୁଥିବା ବେଳେ ପଡୋଶୀ ଝାଡଖଣ୍ଡ ଓ ଛତିଶଗଡରୁ ମଧ୍ୟ ରୋଗୀ ଆସିଥାନ୍ତି ।

ଯଦି ଆଗାମୀ ଦିନରେ ସହରରେ ଥିବା ବୁଦ୍ଧିଜୀବୀ, ସ୍ବେଛାସେବୀ ସଂଗଠନ, ବିଭିନ୍ନ ଅନୁଷ୍ଠାନ ସ୍ବଇଛାରେ ରକ୍ତଦାନ ପାଇଁ ଆଗେଇ ନଆସନ୍ତି ତେବେ ଆଗକୁ ପରିସ୍ଥିତି ଭୟାବହ ହେବ ଏଥିରେ ସନ୍ଦେହ ନାହିଁ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ରାଉରକେଲା ର ଆରଜିଏଚ ରେ ଥିବା ରକ୍ତ ଭଣ୍ଡାର ରେ ଗତ 15 ଦିନ ହେଲା ରକ୍ତ ର ଆଭାବ ର କଥା ଇ ଟିଭି ଭାରତ ରେ ଲୋକଲୋଚନ ରେ ବାରମ୍ବାର ଆଣିବା ପରେ ଆଜି ଏହି ବଡ଼ ସମସ୍ୟା ର ସମାଧାନ ଦିଗ ରେ ବିଜୁ ଯୁବ ବାହିନୀ ତରଫରୁ ରକ୍ତ ଭଣ୍ଡାର ପରିସର ରେ ରକ୍ତଦାନ ଶିବିର ର ଆୟୋଜନ କର ଯାଇ ଥିଲା।

Body:ବହୁତ ସଂଖ୍ୟା ରେ ଯୁବ ବାହିନୀ ର ସଭ୍ୟ ମନେ ଏହି ରକ୍ତଦାନ ଶିବିର ରେ ଭାଗ ନେଇ ଥିଲେ। ଆଜି ମଧ୍ୟ ଷ୍ଟକ ରେ ମାତ୍ର 4 ୟୁନିଟ ରହି ଥିଲା। ଏଠାରେ ଜିଲ୍ଲା ର 70 ପ୍ରତିଶତ ରୋଗୀ ସହିତ ସୀମାନ୍ତ ଝାରଖଣ୍ଡ ତଥା ଛତିଶଗଡ ରୁ ଚିକିତ୍ସା ପାଇଁ ରୋଗୀ ଆସନ୍ତି। ପ୍ରାଇଭେଟ ହସ୍ପିଟାଲ କୁ ରକ୍ତ ଦରକାର ହେଲେ ସେମାନେ ମଧ୍ୟ ଏଠାରୁ ରକ୍ତ ନିଅନ୍ତି। ଦୁର୍ଘଟଣା ହେଉ କି ଥିଲସେମିଆ ହେଉ କି ପ୍ରସବ ର କେଶ ରକ୍ତ ର ଆବଶ୍ୟକତା ରହୁଛି।

Conclusion:ରକ୍ତ ଭଣ୍ଡାର ରେ ରକ୍ତ ନ ରହିବାରୁ ବହୁତ ଦିନ ଧରି ଲୋକ ହଇରାଣ ହେଉଛନ୍ତି। ଯାହାକୁ ଯେଉଁ ଗ୍ରୁପ ର ରକ୍ତ ଦରକାର ସେହି ଗ୍ରୁପ ର ରକ୍ତଦାତା ଆଣିଲେ ରକ୍ତ ମିଳି ପାରୁଛି। ସହର ରେ ବହୁତ ସଂଗଠନ ରହିଛନ୍ତି ତଥା ସେମାନେ ରକ୍ତଦାନ ପାଇଁ ଆଗେଇ ନ ଆସିଲେ ରକ୍ତ ର ସମସ୍ୟା ର ସମାଧାନ ସମ୍ଭବ ନାହିଁ। ଅନ୍ୟ ପଟେ ରକ୍ତ ନେବା ପାଇଁ ଆସୁଥିନ ଲୋକ ଯଦି ରକ୍ତଦାନ ପାଇଁ ଲୋକ ନ ଆଣିଲେ ରକ୍ତ ର ଅଭାବ ଦୂର କରି ହେବ ନାହିଁ।
ବାଇଟ- ସାଗର ଜେନା,ବିଜୁ ଯୁବ ବାହିନୀ,
ବାଇଟ- ରୋହିତ,ରାଉରକେଲା ବାସିନ୍ଦା
Last Updated : Jun 10, 2019, 1:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.