ETV Bharat / briefs

ବୁଡିବାକୁ ବସିଛି ଦେଢକୋଟି; ବିପଦରେ ଭଦ୍ରକର ନୌକା ବିହାର

ଭଦ୍ରକବାସୀଙ୍କ ଅବସର ବିନୋଦନ ପାଇଁ ଗତବର୍ଷ  ଭଦ୍ରକ ପୌରାଞ୍ଚଳର ଦୁଇ ନମ୍ବର ୱାର୍ଡ ଅନ୍ତର୍ଗତ ରହଣିଆ ଠାରେ ନିର୍ମିତ ହୋଇଥିଲା ଦେଢ କୋଟି ଟଙ୍କା ବ୍ୟୟରେ ଏକ ନୌକା ବିହାର ହେଲେ ଏବେ ଏହାର ଭବିଷ୍ୟତ ବିପଦରେ ।

author img

By

Published : Jun 11, 2019, 3:11 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ସହରରେ ବସବାସ କରୁଥିବା ଲୋକଙ୍କ ବ୍ୟସ୍ତବହୁଳ ଜୀବନକୁ ଟିକେ ସରସ ସୁନ୍ଦର କରିବା ପାଇଁ ସରକାରଙ୍କ ଅମୃତ ଯୋଜନା ମାଧ୍ୟମରେ ଭଦ୍ରକ ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ନୌକା ବିହାର ବା ବୋଟିଂ ପ୍ଲେସ କରାଯାଇଥିଲା । ଏହାସହ ସବୁବର୍ଗର ଲୋକଙ୍କ ପାଇଁ ଏକ ପାର୍କ ମଧ୍ୟ ନିର୍ମାଣ କରାଯାଇଥିଲା । ହେଲେ ଜିଲ୍ଲାର ଏହି ଦୁଇ ପ୍ରକଳ୍ପ ଜନ୍ମ ହେବାର କିଛିଦିନ ପରେ ଯେମିତି ମୃତ୍ୟୁ ସହ ସଂଗ୍ରାମ କରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

କଥାରେ ଅଛି ‘ସରକାର କା ମାଲ ଦରିଆ ମେ ଡାଲ’ ଆଉ ଏହି ଉକ୍ତିକୁ ଅକ୍ଷୟରେ ଅକ୍ଷୟରେ ପାଳନ କରୁଛନ୍ତି ଭଦ୍ରକ ପୌର ପରିଷଦ । ଭଦ୍ରକବାସୀଙ୍କ ଅବସର ବିନୋଦନ ପାଇଁ ପାଇଁ ଗତବର୍ଷ ଭଦ୍ରକ ପୌରାଞ୍ଚଳର ଦୁଇ ନମ୍ବର ୱାର୍ଡ ଅନ୍ତର୍ଗତ ରହଣିଆ ଠାରେ ନିର୍ମିତ ହୋଇଥିଲା ପ୍ରାୟ ଦେଢ କୋଟି ଟଙ୍କାରେ ଏକ ନୌକା ବିହାର ଓ ପାର୍କ । ତେବେ ଏହାର ଭବିଷ୍ୟତ ଏବେ ଆପଣଙ୍କ ସାମନାରେ । ଆରମ୍ଭରୁ ମାତ୍ର କିଛିଦିନ ଚାଲିବା ପରେ ନୌକା ବିହାର ଏବେ "ଦଳ"ର ଗନ୍ତାଘର ପାଲଟିଛି । ନା ଚାଲୁଛି ନୌକା ନା ଆସୁଛନ୍ତି ପର୍ଯ୍ୟଟକ ।

ଖାଲି ସେତିକି ନୁହେଁ ନୌକା ବିହାର ପାଖରେ ନିର୍ମିତ ହୋଇଥିବା ପାର୍କ ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି । ପାର୍କର ଚତୁଃପାର୍ଶ୍ବ ବିପର୍ଯ୍ୟସ୍ଥ ହୋଇପଡିଥିବା ବେଳେ ପାର୍କ ଭିତରେ ଲାଗିଥିବା ସାମଗ୍ରୀ ସବୁ ଅକାମୀ ହୋଇ ପଡିଛି । ପାଣି, ବିଜୁଳି କିଛି ବି ନଥିବା ବେଳେ ପାର୍କଟି ତାର ମହତ ଉଦ୍ଦେଶ୍ୟରୁ ଦୂରେଇ ଯାଇଛି । ତେବେ ଦେଢକୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଦୁଇ ପ୍ରକଳ୍ପକୁ ତୁରନ୍ତ ପୁନଃରୁଦ୍ଧାର କରିବାକୁ ଦାବି କରିଛନ୍ତି ଭଦ୍ରକ ବାସୀ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

gggggggss

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.