ବେଙ୍ଗାଲୁରୁ: ସଂସ୍କୃତରେ ଦି ପଦ କଥା କହିବା ଆଜିର ଦୁନିଆରେ କାଠିଗର ପାଠ ସଦୃଶ । ଧିରେ ଧିରେ ଏହି ଭାଷା ଲୋପ ପାଇବାକୁ ବସିଥିବା ବେଳେ ବେଙ୍ଗାଲୁରୁ ଏକ କ୍ୟାବ ଡ୍ରାଇଭର ଅନର୍ଗଳ ଗାଉଛନ୍ତି ସଂସ୍କୃତ । ଅତି ନିର୍ଭୁଲ ଭାବେ ନିଜ ଗ୍ରାହକଙ୍କ ସହ କଥା ହେଉଥିବା ବେଳେ ଏବେ ସହରରେ ବେଶ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।
ଯେଉଁଠି ଲୋକେ ନିଜ ମାତୃଭାଷାକୁ ଭୁଲି ଯାଉଛନ୍ତି । ସେଠି ଆର୍ଯ୍ୟଭାଷା ସଂସ୍କୃତକୁ ବଜାୟୀ ରଖିବା ଓ ତାକୁ ପ୍ରତିପାଦନ କରୁଛନ୍ତି ବେଙ୍ଗାଲୁରୁ ଏକ କ୍ୟାବ ଡ୍ରାଇଭର । ନିଜ ଗ୍ରାହକଙ୍କ ସହ ସଂସ୍କୃତ ଭାଷାରେ କଥା ହେଉଥିବାର ଦେଖିବାକୁ ମିଳିଥିବା ବେଳେ ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ବ୍ୟକ୍ତି ଜଣକ ସ୍କୁଲ ପାଠପଢା ପରେ ହିନ୍ଦୀ, ଇଂରାଜୀ ନୁହେଁ ସଂସ୍କୃତ ଭାଷାକୁ ପ୍ରାଧନ୍ୟତା ଦେଇଥିଲେ ।