ETV Bharat / briefs

ନୂତନ ରିଲିଫ ଆଇନ ପ୍ରଣୟନ ନେଇ ସଚିବାଳୟ ଘେରିବ ବସ୍ତି ସୁରକ୍ଷା ମଞ୍ଚ - ବସ୍ତି ସୁରକ୍ଷା ମଞ୍ଚ

ସରକାରୀ ନିର୍ଦ୍ଦେଶନାମାରେ ଉଲ୍ଲେଖ ଅଛି ଯେ ' ରିଲିଫ କୋଡ଼ ଅନୁସାରେ' ବାତ୍ୟା କ୍ଷତିଗ୍ରସ୍ତ ଓ ପ୍ରଭାବିତ ପରିବାରଙ୍କୁ ସହାୟତା ଓ ପକ୍କା ଘର ଯୋଗାଇ ଦିଆଯିବ । ଏପଟେ ରିଲିଫ କୋଡ ଅନୁସାରେ ଜମି ପଟ୍ଟା ନଥିବା ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରାଯାଇ ପାରିବ ନାହିଁ । ତେଣୁ  ରାଜ୍ୟ ସରକାର ନୂତନ ରିଲିଫ ଆଇନ ପ୍ରଣୟନ ନେଇ ଜୁନ ୪ ତାରିଖରେ ସଚିବାଳୟ ଘେରିବ ବସ୍ତି ସୁରକ୍ଷା ମଞ୍ଚ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 21, 2019, 7:39 PM IST

ଭୁବନେଶ୍ବର: ଜୁନ ୪ ତାରିଖରେ ସଚିବାଳୟ ଘେରିବ ବସ୍ତି ସୁରକ୍ଷା ମଞ୍ଚ । ଏନେଇ ବସ୍ତି ସୁରକ୍ଷା ମଞ୍ଚର ସାଧାରଣ ସମ୍ପାଦିକା ପ୍ରମିଳା ବେହେରା ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ରିଲିଫ କୋଡରେ ସଂଶୋଧନ କରି ରାଜ୍ୟ ସରକାର ସବୁ ଫନି କ୍ଷତିଗ୍ରସ୍ତ ବସ୍ତିବାସିନ୍ଦା ଏବଂ ଜମି ପଟ୍ଟା ନଥିବା ସମସ୍ତ ଗରିବ ପରିବାରକୁ ଗୃହ ନିର୍ମାଣ ସହାୟତା ଓ ବାତ୍ୟା ବନ୍ୟା ନିରୋଧକ ପକ୍କା ଘର ଯୋଗାଇ ଦେବା ଆଇନ ପ୍ରଣୟନ କରିବା ଆଦି ଦାବି ନେଇ ସଚିବାଳୟ ଘେରିବ ବସ୍ତି ସୁରକ୍ଷା ମଞ୍ଚ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗ୍ରାମାଞ୍ଚଳରେ ଥିବା ୯୦ ଭାଗ କଚ୍ଚାଘର ଭାଙ୍ଗି ଯାଇଛି । ଯଦିଓ ରାଜ୍ୟ ସରକାର ମୌଖିକ ଘୋଷଣା କରିଛନ୍ତି ସବୁ ବାତ୍ୟା କ୍ଷତିଗ୍ରସ୍ତ ଓ ପ୍ରଭାବିତ ପରିବାରଙ୍କୁ ସହାୟତା ଓ ପକ୍କା ଘର ଯୋଗାଇ ଦେବେ । କିନ୍ତୁ ସରକାରୀ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ' ରିଲିଫ କୋଡ଼ ଅନୁସାରେ' ଏହି ସହାୟତା ମିଳିବ । ଏପଟେ ରିଲିଫ କୋଡ ଅନୁସାରେ ଜମି ପଟ୍ଟା ନଥିବା ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରାଯାଇ ପାରିବ ନାହିଁ । ତେଣୁ ରାଜ୍ୟ ସରକାର ନୂତନ ରିଲିଫ ଆଇନ ପ୍ରଣୟନ କରନ୍ତୁ । ଯାହାଦ୍ବାରା ସମସ୍ତ କ୍ଷତିଗ୍ରସ୍ତ ଉପକୃତ ହୋଇପାରିବେ ବୋଲି ପ୍ରମିଳା କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ଜୁନ ୪ ତାରିଖରେ ସଚିବାଳୟ ଘେରିବ ବସ୍ତି ସୁରକ୍ଷା ମଞ୍ଚ।ରିଲିଫ କୋଡ଼ରେ ସଂଶୋଧନ କରି ରାଜ୍ୟ ସରକାର ସବୁ ଫୋନି କ୍ଷତିଗ୍ରସ୍ତ ବସ୍ତିବାସିନ୍ଦା ଏବଂ ଜମି ପଟା ନଥିବା ଦଳିତ,ଆଦିବାସୀ, ଗରିବ ପରିବାରକୁ ଗୃହ ନିର୍ମାଣ ସହାୟତା ଓ ବାତ୍ୟା ବନ୍ୟା ନିରୋଧକ ପକ୍କା ଘର ଯୋଗାଇ ଦେବା ,ରାଜ୍ୟରେ ରିଲିଫ ଆଇନ ପ୍ରଣୟନ କରିବା ଦାବିରେ ଆସନ୍ତା ଜୁନ ୪ ତାରିଖରେ ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ପକ୍ଷରୁ ସଚିବାଳୟ ଘେରାଉ କରାଯିବ ବୋଲି ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ବସ୍ତି ସୁରକ୍ଷା ମଞ୍ଚର ସାଧାରଣ ସମ୍ପାଦିକା ପ୍ରମିଳା ବେହେରା କହିଛନ୍ତି।ମେ ୩ ତାରିଖରେ ବାତ୍ୟା ଫୋନି ରେ  ଭୁବନେଶ୍ୱର ଓ ପୁରୀରେ  ବସ୍ତି ବାସିନ୍ଦାଙ୍କ ବହୁ କ୍ଷତି ହୋଇଛି।ଗ୍ରାମାଞ୍ଚଳ ରେ ଥିବା ୯୦ ଭାଗ କଚ୍ଚାଘର ଭାଙ୍ଗି ଯାଇଛି।ଯଦିଓ ରାଜ୍ୟ ସରକାର ମୌଖିକ ଘୋଷଣା କରିଛନ୍ତି ସବୁ ବାତ୍ୟା କ୍ଷତିଗ୍ରସ୍ତ ଓ ପ୍ରଭାବିତ ପରିବାର ଙ୍କୁ  ସହାୟତା ଓ ପକ୍କା ଘର ଯୋଗାଇ ଦେବେ,କିନ୍ତୁ ସରକାରୀ  ନିର୍ଦ୍ଧେଶନାମାରେ ଉଲେଖ କରିଛନ୍ତି ' ରିଲିଫ କୋଡ଼ ଅନୁସାରେ'।ରିଲିଫ କୋଡ଼ ଅନୁସାରେ ଜମି ପଟା ନଥିବା ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରାଯାଇ ପାରିବ ନାହିଁ ତେଣୁ  ରାଜ୍ୟ ସରକାର ନୂତନ ରିଲିଫ ଆଇନ ପ୍ରଣୟନ କରନ୍ତୁ ଯଦ୍ୱାରା ସମସ୍ତ କ୍ଷତିଗ୍ରସ୍ତ ଉପକୃତ ହୋଇପାରିବେ ବୋଲି ପ୍ରମିଳା କହିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.