ETV Bharat / briefs

'ନିର୍ମଳ ପ୍ରାର୍ଥୀ, ନିର୍ମଳ ଶାସନ'

ରାଜ୍ୟ ତୁଳନାରେ ଓଡିଶାରେ କମିଛି ଭୋଟିଂ ସଂଖ୍ୟା । ଏହି କ୍ରମରେ ଭୋଟିଂ ହାର ବଢାଇବାକୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି ବାରିପଦା ସହରର ଜୀବନ ଧାରା ସଂଗଠନ । ଭୋଟ ଆମ ଅଧିକାର, ଅଧିକରୁ ଅଧିକ ଲୋକ ନିଜ ମତାଧିକାର ସାବ୍ୟସ୍ତ କରିବା ଆବଶ୍ୟକର ଦେଉଛନ୍ତି ବାର୍ତ୍ତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Apr 24, 2019, 8:51 AM IST

ମୟୂରଭଞ୍ଜ: ସରିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ମତଦାନ । ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଭୋଟିଂ ପ୍ରତିଶତ ଅପେକ୍ଷାକୃତ କମ୍ ରହିଛି । ଏହି କ୍ରମରେ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ହେବ ମତଦାନ । ଭୋଟ ଆମ ଅଧିକାର, ଅଧିକରୁ ଅଧିକ ଲୋକ ନିଜ ମତାଧିକାର ସାବ୍ୟସ୍ତ କରିବା ଆବଶ୍ୟକ । ଏଭଳି ସ୍ଲୋଗାନ ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ଜୀବନ ଧାରା ସଂଗଠନ ପକ୍ଷରୁ ଲୋକଙ୍କୁ ଦିଆଯାଉଛି । ସଙ୍ଗଠନର ପ୍ରତ୍ୟେକ ସଦସ୍ୟ ୱାର୍ଡ ୱାର୍ଡ ବୁଲି ଲୋକଙ୍କୁ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଜୀବନ ଧାରା ସଙ୍ଗଠନର ସଭାପତି ଚନ୍ଦନ ଶେଜପଡ଼ାଙ୍କ ନେତୃତ୍ବରେ ଏହି ପ୍ରଚାର କରାଯାଉଛି । ତେବେ ଏହି ପ୍ରଚାରର ଉଦ୍ଦେଶ୍ୟ ଅଧିକରୁ ଅଧିକ ଲୋକ ନିଜ ମତାଧିକାର ସାବ୍ୟସ୍ତ କରନ୍ତୁ । ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାରେ ଭୋଟିଂ ପ୍ରତିଶତ କମ୍ ଥିବାରୁ ଏହି ସଚେତନ କାର୍ଯ୍ୟକ୍ରମ କରାଯାଉଛି । ଏଭଳି ପ୍ରଚାର ଦ୍ବାରା ଭୋଟିଂ ପ୍ରତିଶତ ବଢିବା ନେଇ ଆଶା ରଖିଛନ୍ତି ସଙ୍ଗଠନର ସଭାପତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.