ନଟିଂହାମ: ଆଜି ଟ୍ରିଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଓ୍ବେଷ୍ଟଇଣ୍ଡିଜ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପର 10ତମ ମ୍ୟାଚ ଖେଳାଯାଉଛି । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ 288 ରନ କରି ବିପକ୍ଷ ଦଳକୁ 289ର ବିଜୟ ଲକ୍ଷ୍ୟ ଦେଇଛି ।
ତେବେ 2ୟ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ଓପନର ଭାବେ କ୍ରିସ୍ ଗେଲ୍ ଓ ଇଭିନ ଲୁଇସ ପାଭିଲିୟନକୁ ଆସି ବ୍ୟାଟିଂର ଯାଦୁ ଦେଖେଇ ପାରି ନାହାଁନ୍ତି । ମାତ୍ର ଏକ ରନ କରି ଲୁଇସ୍ କ୍ୟାଚ୍ ଆଉଟ ହୋଇଥିବା ବେଳେ ଗେଲ 21ରନ କରି ପାଭିଲିୟନ ଫେରି ଯାଇଛନ୍ତି । କଙ୍ଗାରୁ ଦଳ ଆଗରେ ତାଙ୍କର ବିସ୍ଫୋରକ ବ୍ୟାଟିଂ ଫେଲ ମାରିଛି ।
ଏହି ମ୍ୟାଚରେ ଗେଲ 17ଟି ବଲର ସାମ୍ନା କରି 4ଟି ଚୌକା ବଦଳରେ 21ରନ କରିଥିଲେ ।
ସୂଚନାଥାଉକି, ବିଶ୍ବକପରେ ଇଣ୍ଡିଜ ପାକିସ୍ତାନ ସହ ପ୍ରଥମ ମ୍ୟାଚ ମେ 31ରେ ଖେଳିଥିଲା । 7 ଓ୍ବିକେଟରେ ପାକକୁ ମାତ ଦେଇ ବିଜୟ ଅଭିଯାନ ଆରମ୍ଭ କରି ସାରିଛି ଓ୍ବେଷ୍ଟଇଣ୍ଡିଜ । ତେବେ ଏହି ମ୍ୟାଚରେ କ୍ରିସ୍ ଗେଲ୍ 34ବଲରେ 50ରନ କରି କ୍ୟାଚ ଆଉଟ ହୋଇଥିଲେ । ପାକ ବିପକ୍ଷରେ ଗେଲ 6ଟା ଚୌକା ଓ 3ଟା ଛକା ମାରି ଅର୍ଦ୍ଧଶତକ ହାସଲ କରିଥିଲେ ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ