ETV Bharat / briefs

ରାମଦେବଙ୍କ ବୟାନର ଜବାବ ଦେଲେ ଅସଦୁଦୀନ ଓବୈସୀ - election

ରବିବାର ରାମଦେବ ବାବା ଦେଶର ଜନସଂଖ୍ୟାକୁ ନେଇ ଏକ ବୟାନ ଦେଇଥିଲେ, ଯାହାର ଜବାବ ଦେଇଛନ୍ତି ଏଆଇଏମଆଇଏମର ଅଧ୍ୟକ୍ଷ ଅସଦୁଦ୍ଦିନ୍‍ ଓବେସୀ ।

ଫାଇଲ ଫଟୋ
author img

By

Published : May 28, 2019, 7:45 AM IST

ହାଇଦ୍ରାବାଦ: ଯୋଗ ଗୁରୁ ବାବା ରାମଦେବଙ୍କ ବୟାନର ଜବାବ ରଖିଛନ୍ତି ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସ୍ଲିମିନ୍‍(ଏଆଇଏମ୍‍ଆଇଏମ୍‍)ର ଅଧ୍ୟକ୍ଷ ଅସଦୁଦ୍ଦିନ୍‍ ଓବେସୀ । ତେବେ ଓବେସୀ କହିଛନ୍ତି ରାମଦେବଙ୍କ ବୟାନକୁ ଏତେ ଗୁରୁତ୍ବ କ’ଣ ପାଇଁ ଦିଆଯାଉଛି ।

ଅସଦୁଦ୍ଦିନ୍‍ ଓବେସୀ ଟ୍ବିଟ କରି କହିଛନ୍ତି, ‘ଲୋକମାନଙ୍କ ବିବାଦୀୟ ମନ୍ତବ୍ୟ ଉପରେ ରୋକ ଲଗାଇବା ପାଇଁ ଏପରି କିଛି ନିୟମ ନାହିଁ, କିନ୍ତୁ କ’ଣ ପାଇଁ ରାମଦେବ ବାବାଙ୍କ ବୟାନକୁ ଏତେ ଗୁରୁତ୍ବ ଦିଆଯାଉଛି ?’ ଏଥି ସହ ସେ କହିଛନ୍ତି, ‘ସେ ଯୋଗ କରିପାରନ୍ତି, ଏହା ଅର୍ଥ ନୁହେଁ ନରେନ୍ଦ୍ର ମୋଦି କେବଳ ଏଥିପାଇଁ ନିଜର ମାନବାଧିକାର ହରାଇବେ ? କାରଣ ସେ ତୃତୀୟ ସନ୍ତାନ ଅଟନ୍ତି ।’

ପ୍ରକାଶ ଥାଉ କି, ରବିବାର ରାମଦେବ ବାବା କହିଥିଲେ, ଦେଶର ଜନସଂଖ୍ୟା ଯେଉଁ ଭଳି ଭାବେ ବଢିବାରେ ଲାଗିଛି, ଏହାକୁ ରୋକିବାର ଗୋଟିଏ ଉପାୟ ଅଛି । ତାହା ହେଉଛି ଯେଉଁମାନେ ଦୁଇରୁ ଅଧିକ ସନ୍ତାନ ଜନ୍ମ କରିବେ ସେମାନଙ୍କ ତୃତୀୟ ସନ୍ତାନକୁ ଭୋଟ ଦେବାର ଅଧିକାର ସହ ନିର୍ବାଚନ ଲଢିବାର ଅଧିକାର ଏବଂ ମାନବାଧିକାର ଦିଆ ନଯାଉ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.