ୱାସିଂଟନ: ଆମେରିକା ସଂସଦର ଏକ କମିଟି ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ସଙ୍କଳ୍ପ ପାରିତ କରିଛନ୍ତି। ଏହା ଅଧୀନରେ ମହାତ୍ମା ଗାନ୍ଧୀ ଓ ଆମେରିକାରେ ମାର୍ଟିନ୍ ଲୁଥର୍ କିଙ୍ଗ୍ ଜୁନିଅରଙ୍କ ବିଚାରଧାରାକୁ ଆଗକୁ ବଢାଯିବ । ଯୁବକମାନଙ୍କ ମଧ୍ୟରେ ସେମାନଙ୍କ ବାର୍ତ୍ତାକୁ ସଠିକ୍ ଭାବରେ ପ୍ରତିଷ୍ଠିତ କରାଯିବ । ନିକଟରେ ଆମେରିକୀୟ ନାଗରିକ ଅଧିକାର ଆଇକନ୍ ଜନ୍ ଲୁଇଙ୍କର ଦେହାନ୍ତ ହୋଇଛି । ଏହି ଅବସରରେ ଏହି ପ୍ରସ୍ତାବକୁ ଆମେରିକୀୟ ସଂସଦୀୟ କମିଟି ପାରିତ କରିଛି।
ଏହି ପ୍ରସ୍ତାବକୁ ଭାରତୀୟ-ଆମେରିକୀୟ କଂଗ୍ରେସ କର୍ମୀ ଏମି ବେରା ମଧ୍ୟ ସମର୍ଥନ କରିଛନ୍ତି । ଏହା ପରେ ଗୃହ ବୈଦେଶିକ ବ୍ୟାପାର କମିଟି ଗାନ୍ଧୀ-କିଙ୍ଗ ଏକ୍ସଚେଞ୍ଜ ଆକ୍ଟକୁ ଅନୁମୋଦନ କରିଛି। ଏହା ଅଧିନରେ ଭାରତ ଓ ଆମେରିକାରେ ମହାତ୍ମା ଗାନ୍ଧୀ ଓ ମାର୍ଟିନ ଲୁଥର କିଙ୍ଗ ଜୁନିଅରଙ୍କ ବିଷୟରେ ଅଧିକ ପଢାଯିବ ।
ସଂକଳ୍ପରେ କୁହାଯାଇଛି ଯେ ଜନ୍ ଲୁଇସ୍ ସମାଜ ପାଇଁ ଲଢିଥିଲେ । ସେ କେବଳ ଆମେରିକା ନୁହଁନ୍ତି ବରଂ ଦୁନିଆର ଜଣେ ହିରୋ ଥିଲେ। ସେ ମାନବିକତା, ସମାନତା ଓ ନ୍ୟାୟ ପାଇଁ ସ୍ବର ଉତ୍ତୋଳନ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ପରି ମାର୍ଟିନ୍ ଲୁଥର୍ କିଙ୍ଗ ମଧ୍ୟ ସମାଜ ପାଇଁ କାର୍ଯ୍ୟ କରିଥିଲେ । ଜନ୍ ମଧ୍ୟ ତାହା କରିଥିଲେ । ତେଣୁ ଏପରି ପରିସ୍ଥିତିରେ ପରବର୍ତ୍ତୀ ପୀଢିକୁ ସେମାନଙ୍କ ବିଷୟରେ କହିବା ଆବଶ୍ୟକ। ଏହି ପ୍ରସ୍ତାବ ଅନୁଯାୟୀ ବର୍ତ୍ତମାନ ଉଭୟଙ୍କ ବିଷୟରେ ସିଲାବସରେ ପଢାଯିବ ।
ପ୍ରକାଶଥାଉକି, ଜନ୍ ଲୁଇସ୍ ଦୀର୍ଘ ଦିନର ଅସୁସ୍ଥତା ପରେ ମୃତ୍ୟୁ ବରଣ କରିଛନ୍ତି । ସେ 2009 ରେ ଭାରତ ଗସ୍ତ କରିଥିଲେ। ତେବେ ଜନ୍ ଲୁଇସଙ୍କ ଶେଷ ଦର୍ଶନ ପାଇଁ ଟ୍ରମ୍ପ ଯାଇନଥିଲେ । ଏହାପରେ ରାଜନୈତିକ ଦ୍ବନ୍ଦ ବୃଦ୍ଧି ପାଇଥିଲା ।