ETV Bharat / briefs

ରୋଗୀଙ୍କୁ ବୋହି ମାନବିକତାର ପରିଚୟ ଦେଲେ ଆମ୍ବୁଲାନ୍ସ କର୍ମଚାରୀ

ଜଙ୍ଗଲ ଭିତରେ ରୋଗୀଙ୍କୁ ଷ୍ଟ୍ରେଚରରେ 6 କିମି ପର୍ଯ୍ୟନ୍ତ ରୋଗୀଙ୍କୁ ବୋହି ମାନବିକତାର ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ ।

author img

By

Published : Jul 1, 2019, 11:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ଜିଲ୍ଲାର ସୀମାନ୍ତ ବ୍ଲକ ଆମ୍ବାଭୋନାଠାରେ ମାନବିକତାର ପରିଚୟ ଦେଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ସାନଜାମପାଳି ଗ୍ରାମର ଭୋଳା ଦୀପ । ନିଜ ପରିବାର ପ୍ରତିପୋଷଣ ପାଇଁ ଭୋଳା ଜଙ୍ଗଲ ଭିତରୁ ଜାମୁକୋଳି ସଂଗ୍ରହ କରିବାକୁ ଯାଇଥିଲେ । ମାତ୍ର ସାମାନ୍ୟ ଅସାବଧାନତା କାରଣରୁ ଜାମୁ ଗଛରୁ 20 ଫୁଟ ତଳକୁ ଖସିପଡିଥିଲେ । ଜଙ୍ଗଲରେ କେହି ନଥିବାରୁ ଦୀର୍ଘ ସମୟ ଧରି ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୌଭାଗ୍ୟବଶତଃ ଜଙ୍ଗଲକୁ ଆସିଥିବା ଲୋକେ ତାଙ୍କ ଚିତ୍କାର ଶୁଣି ତାଙ୍କ ପାଖରେ ପହଞ୍ଚିଥିଲେ । ତାଙ୍କୁ ଉଦ୍ଧାର କରିବାକୁ 108 ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ତେବେ ଘଞ୍ଚ ଜଙ୍ଗଲ ଥିବାରୁ ଗାଡିଟି ଆଗକୁ ଯାଇପାରିନଥିଲା । ଅଣ୍ଟା ଭାଙ୍ଗି ପଡିଥିବା ଭୋଳାଙ୍କୁ ଉଦ୍ଧାର କରିବା ପାଇଁ ଷ୍ଟ୍ରେଚର ଧରି ଜଙ୍ଗଲ ଭିତରକୁ ଦୀର୍ଘ ୩ କିଲୋମିଟର ପର୍ଯ୍ୟନ୍ତ ଚାଲିଯାଇଥିଲେ ୩ ଜଣ ଆମ୍ବୁଲାନ୍ସ କର୍ମଚାରୀ । ସେଠାରୁ ତାଙ୍କୁ ଉଦ୍ଧାର କରି ପୁଣି ୩ କିଲୋମିଟର ପର୍ଯ୍ୟନ୍ତ ବୋହି ଆମ୍ବୁଲାନ୍ସ ନିକଟକୁ ଆଣି ବରଗଡ ମୁଖ୍ୟ ଡାକ୍ତରଖାନାରେ ପହଞ୍ଚାଇଥିଲେ ।

ତେବେ ଭୋଳାଙ୍କୁ ଉଦ୍ଧାର କରିବାରେ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଅରୁଣ ଛତ୍ରିଆ, ଆଟେଣ୍ଡାଣ୍ଟ ରିଲୁ ପଶାୟତ ଓ ଡ୍ରାଇଭର ସରୋଜ ପାଇକ ସହଯୋଗ କରିଥିଲେ । ତେବେ ସରକାରଙ୍କ ମାଗଣା ଆମ୍ବୁଲାନ୍ସ ସେବା ଯୋଜନାରେ ଲୋକେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ବରଗଡ ଜିଲ୍ଲାର ଏହି ଆମ୍ବୁଲାନ୍ସ କର୍ମଚାରୀଙ୍କ ସେବା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ମାନବିକତାର ଏକ ନୂତନ ପରିଚୟ ସୃଷ୍ଟି କରିଥିବା ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟକୁ ଜିଲ୍ଲା ତଥା ଜିଲ୍ଲା ବାହାରେ ପ୍ରଶଂସା କରାଯାଉଛି । ଏଥିସହିତ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ରହିଛନ୍ତି ଏହି 3 ଜଣ ଆମ୍ବୁଲାନ୍ସ କର୍ମଚାରୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

||ବରଗଡ ||
  ବରଗଡ ଜିଲ୍ଲା ସୀମାନ୍ତ ବ୍ଲକ ଆମ୍ବାଭୋନା ଠାରେ ମାନବିକତାର ଉଦାହରଣ ସାଜିଛନ୍ତି ଏମ୍ବୁଲେନ୍ସ କର୍ମଚାରୀ | ଆମ୍ବାଭୋନା ବ୍ଲକ ଅନ୍ତର୍ଗତ ସାନଯାମପାଳି ଗ୍ରାମର ଭୋଳା ଦୀପ ନିଜ ପରିବାର ପୋଷଣ ପାଇଁ ଜଙ୍ଗଲ ଭିତରୁ ଜାମୁକୋଳି ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ହଠାତ ଅସାବଧାନତା ଯୋଗୁଁ ଜାମ୍ବୁ ଗଛରୁ ୨୦ ଫୁଟ ତଳକୁ ଖସିପଡିଥିଲେ | ତେବେ ନିଛାଟିଆ ଜଙ୍ଗଲ ଭିତରେ ଦୀର୍ଘ ସମୟ ଧରି ଯନ୍ତ୍ରଣାରେ ଛଟପଟ ହେଉଥିବ ବେଳେ ସୌଭାଗ୍ୟ ବଶତଃ ଜଙ୍ଗଲକୁ ଆସିଥିବା ଲୋକେ ତାଙ୍କୁ ଦେଖିଥିଲେ ଏବଂ ୧୦୮ ଏମ୍ବୁଲେନ୍ସ କୁ ଖବର କରିଥିଲେ | ଖବର ପାଇ ଏମ୍ବୁଲେନ୍ସ ଘଟଣା ସ୍ଥଳକୁ ଗଲାବେଳେ ଘଞ୍ଚ ଜଙ୍ଗଲ ମଧ୍ୟରେ ଆଉ ଆଗକୁ ଗାଡି ଯାଇପାରିନଥିଲା | ତେବେ ଅଣ୍ଟା ଭାଙ୍ଗି ପଡିରହିଥିବା ଭୋଳାଙ୍କୁ ଉଦ୍ଧାର କରିବା ପାଇଁ ଘଞ୍ଚ ଜଙ୍ଗଲ ଭିତରକୁ ଷ୍ଟ୍ରେଚର ଧରି ଦୀର୍ଘ ୩ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲେ ୩ ଜଣ ଏମ୍ବୁଲେନ୍ସ କର୍ମଚାରୀ ଏବଂ ତାଙ୍କୁ ଉଦ୍ଧାର କରି ପୁଣି ୩ କିଲୋମିଟର ପର୍ଯ୍ୟନ୍ତ ଭୋଲାଙ୍କୁ ବୋହିକି ୧୦୮ ଏମ୍ବୁଲେନ୍ସ ନିକଟକୁ ଆଣି ବରଗଡ ମୁଖ୍ୟ ଡାକ୍ତରଖାନାରେ ଆଣି ପହଞ୍ଚାଇଥିଲେ |  ତେବେ ଭୋଳାଙ୍କୁ ଉଦ୍ଧାର କରିବାରେ ୧୦୮ ଏମ୍ବୁଲେନ୍ସ ର ଫାର୍ମାଶିଷ୍ଟ ଅରୁଣ ଛତ୍ରିଆ , ଆଟାଣ୍ଡଣ୍ଟ ରିଲୁ ପସାୟତ ଓ ଡ୍ରାଇଭର ସରୋଜ ପାଇକ ସହଯୋଗ କରିଥିଲେ | ତେବେ ସରକାରଙ୍କ ମାଗଣା ଏମ୍ବୁଲେନ୍ସ ସେବା ଯୋଜନାରେ ଲୋକେ ଏମ୍ବୁଲେନ୍ସ କର୍ମଚାରୀଙ୍କ ଅବହେଳା କୁନେଇ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ବରଗଡ ଜିଲ୍ଲାର ଏମ୍ବୁଲେନ୍ସ କର୍ମଚାରୀଙ୍କ ଏପରି ସେବା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି | ଏହି ଏମ୍ବୁଲେନ୍ସ କର୍ମଚାରୀଙ୍କ ଏପରି ମାନବିକତା ର ପରିଚୟ ସୃଷ୍ଟି କରୁଥିବା କାର୍ଯ୍ୟକୁ ନେଇ ଜିଲ୍ଲା ତଥା ଜିଲ୍ଲା ବାହାରେ  ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ବେଳେ  ସୋସିଆଲ ମିଡିଆରେ ଖୁବ ଚର୍ଚାରେ ରହିଛନ୍ତି ଏହି ତିନି ଏମ୍ବୁଲେନ୍ସ କର୍ମଚାରୀ |
 ଭିଡିଓ ଏବଂ ବାଇଟ FTP ରେ ଯାଇଛି |
slug- odbgh_ambulance_7203682
 ବାଇଟ 1- ରିଲୁ ପସାୟତ ( ଏମ୍ବୁଲେନ୍ସ ଆଟାଣ୍ଡନ୍ସ )
 ବାଇଟ 2- ଅରୁଣ ଚ୍ଛତ୍ରିଆ ( ଏମ୍ବୁଲେନ୍ସ ର ଫାର୍ମାଶିଷ୍ଟ ) ହାଲୁକା ହଳଦିଆ ସାର୍ଟ 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.