ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଫନି ମୁକାବିଲା ପାଇଁ ସରକାର ପୁରା ଜୋରଦାର ପ୍ରସ୍ତୁତ ଚଳାଇଛନ୍ତି । ଫନିର ସଫଳ ମୁକାବିଲା ଓ କ୍ଷୟକ୍ଷତି ଯଥା ସମ୍ଭବ ଏଡାଇବା ପାଇଁ ସରକାର 12 ଜଣ ଆଇଏଏସଙ୍କ ବ୍ୟତିତ 11ଜଣ ଆଇପିଏସଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି ।
ଏପରିକି ବାତ୍ୟା ପରେ ବନ୍ୟା ହେବାର ଆଶଙ୍କା ଥିବାରୁ ଏବଂ ବନ୍ୟା, ବାତ୍ୟା ସମୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯେମିତି ସମସ୍ୟା ଦେଖାନଯାଏ, ସେଥିପାଇଁ ସରକାର ରାଜ୍ୟର ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟସେବା ସହ ଜଡିତ ସମସ୍ତ ଅଧିକାରୀ କର୍ମଚାରୀଙ୍କ ଛୁଟିକୁ ଆସନ୍ତା 15 ତାରିଖ ଯାଏଁ ବାତିଲ କରିଛନ୍ତି ।
ଏହାସହ ଯେଉଁ ମାନେ ଛୁଟିରେ ଅଛନ୍ତି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ