ETV Bharat / briefs

ଦେଶବ୍ୟାପୀ ଆନ୍ଦୋଳନରେ ସାମିଲ ହେଲେ ଏମସ ଡାକ୍ତର, ରୋଗୀ ହନ୍ତସନ୍ତ

ଅଲ ଇଣ୍ଡିଆନ ମେଡିକାଲ ଆସୋସିଏସନ(ଏମସ) ପକ୍ଷରୁ ସୋମବାର ଆରମ୍ଭ ହୋଇଥିବା ଏହି ଦେଶବ୍ୟାପୀ ଆନ୍ଦୋଳନରେ ଏମସ ଡାକ୍ତରମାନେ ସାମିଲ ହୋଇଛନ୍ତି । ଆଜି(ସୋମବାର) ଦିନ12ଟାରୁ ମଙ୍ଗଳବାର ସକାଳ 6ଟା ପର୍ଯ୍ୟନ୍ତ ଆନ୍ଦୋଳନରେ ବସିବେ ଏମସ ଡାକ୍ତର ।

author img

By

Published : Jun 17, 2019, 1:23 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରୁ ଆରମ୍ଭ ହୋଇଥିବା ଡାକ୍ତରଙ୍କ ନିଆଁ ଏବେ ସାରା ଦେଶକୁ ବ୍ୟାପିଛି । ଅଲ ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ସୋମବାର ଆରମ୍ଭ ହୋଇଥିବା ଏହି ଦେଶବ୍ୟାପୀ ଆନ୍ଦୋଳନରେ ଏମସ ଡାକ୍ତରମାନେ ସାମିଲ ହୋଇଛନ୍ତି। ତେବେ ଆନ୍ଦୋଳନ ପୂର୍ବରୁ ଏମସର କୌଣସି ଡାକ୍ତର ଏଥିରେ ସାମିଲ ହେବେ ନାହିଁ ବୋଲି ସିଧାସଳଖ ମନା କରି ଦେଇଥିଲେ ।

ସାରାଦେଶରୁ ପାଖାପାଖି 10 ଲକ୍ଷ ଡାକ୍ତର ନିଜ ସୁରକ୍ଷା ଦାବି କରି ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରେସିଡେଣ୍ଟ ଡାକ୍ତର ଆସୋସିଏସନ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ, ଏମସ ଡାକ୍ତର ଆଜି(ସୋମବାର) ଦିନ12ଟାରୁ ମଙ୍ଗଳବାର ସକାଳ 6ଟା ପର୍ଯ୍ୟନ୍ତ ଆନ୍ଦୋଳନରେ ବସିବେ ।

ଦିଲ୍ଲୀର ଆଇଏମଏ ବ୍ୟାନର ତଳେ ସାରା ଦେଶରୁ ପାଖାପାଖି 3 ଲକ୍ଷରୁ ଊର୍ଦ୍ଧ୍ବ ଡାକ୍ତର ଆନ୍ଦୋଳନ କରିଛନ୍ତି । ସରକାରୀ ହସ୍ପିଟାଲର ଡାକ୍ତରଙ୍କ ସହ ଆୟୁଷ ଡାକ୍ତର ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । 10 ଲକ୍ଷ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ରୋଗୀଙ୍କ ନାନା ସମସ୍ୟାର ସାମନା କରିବାକୁ ପଡିବ । କିନ୍ତୁ ହସ୍ପିଟାଲର ଜରୁରୀକାଳୀନ ବିଭାଗ, ଲେବର ରୁମ ଏବଂ ମୃତଦେହ ବ୍ୟବଚ୍ଛେଦ କାର୍ଯ୍ୟ ଜାରି ରହିବ ।

SLUG : LIGHTING DEATH 

FORMAT : SPL_PKG

REPORT : DEBASIS MOHAPATRA / BHADRAK 

DATE : 08.06.2019

ANCHORରାଜ୍ୟରେ ପ୍ରତିବର୍ଷ ଦେଖାଦେଇଥିବା  ପ୍ରାକୃତିକ ବିପର୍ଯ୍ୟୟରେ ଅକାଳରେ କେତେ ଜୀବନ ଝଡ଼ିଯାଉଛି। ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଉଥିବା  ଲୋକଙ୍କ ପରିବାର ପରିଜନଙ୍କୁ ସରକାରଙ୍କ ପକ୍ଷରୁ କ୍ଷତି ପୁରଣ ରାଶି ବାବଦରେ କିଛି ଅର୍ଥ ପ୍ରଦାନ କରାଯାଏ। କିନ୍ତୁ ଜଣେ ମହିଳା ବର୍ଷକ  ତଳେ ବଜ୍ରପାତରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ବଜ୍ରପାତରେ ମୃତ୍ୟ ବରଣ କରିଥିବା ଉଲ୍ଲେଖ  କରାଯାଇଛି। କିନ୍ତୁ ବିଡମ୍ବନା ବିଷୟ ଘଟଣା ବର୍ଷକ  ତଳେ ହୋଇଥିଲେ ମଧ୍ୟ ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ସରକାରୀ ସହାୟତା ଏପର୍ଯ୍ୟନ୍ତ ଦିଆଯାଇନାହିଁ। ମୃତ ମହିଳାଙ୍କ ପରିବାର ଲୋକ ଏହି ସହାୟତା ରାଶି ପାଇବା ପାଇଁ ରାଜସ୍ବ ନିରୀକ୍ଷକଙ୍କ ଠାରୁ ଆରମ୍ଭ କରି ଜ଼ିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନେହୁରା  କଲେ ମଧ୍ୟ ସରକାରୀ ବାବୁ ମାନେ କୌଣସି ଚାପ ବଶବର୍ତ୍ତୀ  ହୋଇ ସରକାରୀ ଅର୍ଥରାଶିକୁ ଅନୁମୋଦନ କରୁନଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ କାଉପୁର ପଞ୍ଚାୟତ ଅନ୍ତର୍ଗତ  ଏଡ଼ାଦେଇ ଗ୍ରାମରେ। 

Vo_1 : ଭଦ୍ରକ ଜିଲ୍ଲା କାଉପୁର  ପଂଚାୟତ ଏଡ଼ାଦେଇ ଗ୍ରାମର ମଞ୍ଜୁଲତା ତ୍ରିପାଠୀ। ବୟସ୍କା ମଞ୍ଜୁଲତା ନିଜର ପୁଅ, ବୋହୁ, ନାତି, ନାତୁଣୀ ଙ୍କ ସହ ଖୁସିରେ ସମୟ କାଟୁଥିଲେ। ଗତ ବର୍ଷ ଏପ୍ରିଲ ମାସ ଚାରି ତାରିଖ ଅପରାହ୍ନରେ ମଞ୍ଜୁଲତା  ଶୌଚ ହେଵା ପାଇଁ ନିଜ ଘର ପାଖ ନଦୀ ପଠାକୁ ଯାଇଥିଲେ। ହଠାତ ସେଇ ସମୟରେ ଯୋର ପବନ ବର୍ଷା ସାଙ୍ଗକୁ ବିଜୁଳି  ଘଡଘଡି ମାଡିଆସିଥିଲା। ଉପାୟ ନପାଇ ମଞ୍ଜୁଲତା ନିଜ ଜୀବନ ବଞ୍ଚାଇବା  ପାଇଁ  ପାଖରେ ଥିବା ଏକ ଚାଳ ଝୁପୁଡି ଘରେ ଆଶ୍ରୟ  ନେଇଥିଲେ। ହେଲେ ଦଇବ ତାଙ୍କ ଓପରେ ଦାଉସାଝିଥିଲା। ବଜ୍ରାଘାତରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ଖବର ପାଇ ଗ୍ରାମବାସୀମାନେ ଘଟଣାସ୍ଥଳରେ ପଂହଁଚି ତାଙ୍କୁ  ଭଦ୍ରକ ମୁଖ୍ୟଚିକିସ୍ୟାଳକୁ ନେଇଥିଲେ।ହେଲେ ସେତେବେଳକୁ ମଞ୍ଜୁଲତାଙ୍କର  ମୃତ୍ୟୁ ହୋଇସାରିଥିଲା। ପରେ ମଞ୍ଜୁଲତାଙ୍କର ଶବ ବ୍ୟବଛେଦ କରାଗଲା। ଶବ ବ୍ୟବଛେଦରେ ଡାକ୍ତରଙ୍କ ରିପୋର୍ଟ ଅନୁସାରେ ବଜ୍ରାଘାତରୁ ମଞ୍ଜୁଲତାଙ୍କ ମୃତ୍ୟୁ ଘଟିଛି ବୋଲି  ସ୍ପଷ୍ଟ ପ୍ରମାଣ ମିଳିଥିଲା। ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିମନ୍ତେ ସରକାରୀ ସହାୟତା ମିଳିଥାଏ। କିନ୍ତୁ ବର୍ଷେ  ହୋଇଯିବ  ନିଜ ମୃତ  ମାଆଙ୍କ ଶବ ବ୍ୟବଚ୍ଛେଦ  ରିପୋର୍ଟ ଧରି  ପୁଅ ଦେବବ୍ରତ ଆଜି ଅଫିସ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି। ଶୀଘ୍ର ସହାୟତା ରାଶି ପ୍ରଦାନ ପାଇଁ ପରିବାର ଲୋକ ଦାବି କରିଛନ୍ତି। 

Bite_1: ଦେବବ୍ରତ ତ୍ରିପାଠୀ (ପୁଅ, ଅଭିଯୋଗକାରୀ)

Bite_2: ନମିତାରାଣି ତ୍ରିପାଠୀ (ମୃତ ମହିଳାଙ୍କ ନାତୁଣି)

Vo_2 : ମଞ୍ଜୁଲତାଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ସରକାରୀ ସହାୟତା ଆଶାରେ ତାଙ୍କ ମୃତ୍ୟୁର ପ୍ରମାଣ ପତ୍ର ଧରି ଅଫିସ  ରୁ ସେ ଅଫିସ ଯାଇଥିଲେ।ତହସିଲଦାରଙ୍କ ଠାରୁ ଜିଲ୍ଲାପାଳ ପର୍ଯ୍ୟନ୍ତ କେହି ତାଙ୍କ କଥା ଶୁଣିନଥିଲେ। ସରଜମି ନତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ସରକାରୀ ଅଫିସର ବାବୁ ମାନେ କହିଥିବା କଥା ପରିବାର ଲୋକ ଅଭିଯୋଗ କରିଛନ୍ତି।ମାଙ୍କ ସୁଧିକ୍ରିୟାରେ ଧାର କରଜ କରିଥିବା ଟଙ୍କା ସୁଝି ପାରୁନାହାନ୍ତି ଦେବବ୍ରତ। ସରକାରୀ କାର୍ଯ୍ୟର ଏଭଳି ଅବହେଳାକୁ ଘୋର ନିନ୍ଦା କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀଙ୍କ। ଅନ୍ୟପଟେ ତଦନ୍ତ ପ୍ରକ୍ରିୟା ଚାଲୁରହିଛି ବୋଲି କହିଛନ୍ତି ବିଭାଗୀୟ କତୃପକ୍ଷ। ଖୁବ ଶୀଘ୍ର ସହାୟତା ରାଶି ପ୍ରଦାନ କରାଯିବା ନେଇ କହିଛନ୍ତି। ହେଲେ ଏନେଇ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ନାରାଜ ବିଭାଗୀୟ ବାବୁ। 

Bite_3: ଫକୀର ରାଉଳ (ଗ୍ରାମବାସୀ)

PTC ଯାଇଛି । 

FVO : ମୃତ୍ୟର ପ୍ରମାଣ ପତ୍ର ମିଳିଲା ପରେବି ଏକ ବର୍ଷ ହେବ ମିଳୁନାହିଁ ସରକାରୀ ସହାୟତା। ତେଣୁ ସରକାରଙ୍କ ତରଫରୁ ପ୍ରାକୃତିକ ବିପର୍ଯୟରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କୁ ସହାୟତା ନେଇ ଉଠିଛି ପ୍ରଶ୍ନ।

ftp ରେ ଭିଜୁଆଲ/ବାଇଟ ଏବଂ PTC ଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.