ETV Bharat / briefs

ଆଇଏସ ସ୍ତରରେ ଅଦଳବଦଳ, ବଦଳିଲେ 3ଜିଲ୍ଲାର ଜିଲ୍ଲାପାଳ

ବଦଳିଲେ 3ଜିଲ୍ଲାର ଜିଲ୍ଲାପାଳ, ରାଜେଶ ପ୍ରଭାକର ହେବେ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକ ।

ଫାଇଲ ଫଟୋ
author img

By

Published : Jun 29, 2019, 11:02 PM IST

Updated : Jun 29, 2019, 11:59 PM IST

ଭୁବନେଶ୍ବର: ନବୀନ ପଟ୍ଟନାୟକ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବା ପରେ କିଛିଦିନ ତଳେ ରାଜ୍ୟରେ ଏକାଥରକେ 33ଜଣ ଆଇଏଏସ ଅଫିସରଙ୍କୁ ଅଦଳ ବଦଳ କରାଯାଇଥିଲେ । ପୁଣି ଗତକାଲି 2019-20 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଆଗତ ହେବାପରେ ଆଜି ପୁଣି ଥରେ ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ କରିଛନ୍ତି ।

ନୂତନ ନିର୍ଦ୍ଦେଶାବଳୀ ଅନୁସାରେ ରାଜେଶ ପ୍ରଭାକରଙ୍କୁ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି କରାଯାଇଛି, ବର୍ତ୍ତମାନ ଏହି ପଦରେ ରୂପା ମିଶ୍ର ଅବସ୍ଥାପିତ ଅଛନ୍ତି। ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ମୁଖ୍ୟ ହେବେ ରଶ୍ମିତା ପଣ୍ଡା, ବର୍ତ୍ତମାନ ରଶ୍ମିତା ସୁନ୍ଦରଗଡର ଜିଲ୍ଲାପାଳ ଅଛନ୍ତି ।

ଢେଙ୍କାନାଳ ଜିଲ୍ଲାପାଳ ଥିବା ନିଖିଳ ପବନ କୁମାରଙ୍କୁ ସୁନ୍ଦରଗଡ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଢେଙ୍କାନାଳ ଜିଲ୍ଲାପାଳ ଭାବେ ଭୂମେଶ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ମନୀଷା ବାନାର୍ଜୀଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ଆଇଏଏସ ସ୍ତରରେ ଅଦଳବଦଳ। ପାଟିଲ ରାଜେଶ ପ୍ରଭାକର ହୋଇଛନ୍ତି ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକ। ସେ କାର୍ଯ୍ୟରେ ଯୋଗ ଦେବା ପରେ ରୁପା ମିଶ୍ର ଅବ୍ୟାହତି ନେବେ। ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଦାୟିତ୍ବ ନେବେ ରଶ୍ମିତା ପଣ୍ଡା। ସେ ଏବେ ସୁନ୍ଦରଗଡ ଜିଲ୍ଲା ପାଳ ଅଛନ୍ତି। ଢେଙ୍କାନାଳ ନିଖିଳ ପବନ କୁମାର ହ୍ରଲର ସୁନ୍ଦରଗଡ଼ ଜିଲ୍ଲାପାଳ। ମନୀଷା ବାନାର୍ଜୀ ହେଲେ ସୋନପୁର ଜିଲ୍ଲାପାଳ। ସୁନ୍ଦରଗଡ ପିଡ଼ି ଡିଆରଡିଏ ହେଲେ ଢେଙ୍କାନାଳ ଜିଲ୍ଲାପାଳ।
Last Updated : Jun 29, 2019, 11:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.