ETV Bharat / briefs

ଫନି ପରେ ବି ବାତ୍ୟା ଆଶ୍ରୟସ୍ଥଳୀରେ କଟୁଛି ଜୀବନ - shelter home

ଫନି ଯିବା ପରେ ବି ଆଶ୍ରୟସ୍ଥଳୀରେ ଜୀବନ କାଟୁଛନ୍ତି ଖୋର୍ଦ୍ଧା ବ୍ଲକ ରାୟପୁର ଗ୍ରାମର ଚାରି ବିପନ୍ନ ପରିବାର । ଅଳ୍ପ ଦିନ ପରେ ସ୍କୁଲ ଖୋଲିବାକୁ ଥିବାବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଶ୍ରେଣୀଗୃହ ଛାଡିବା କଥା ସେମାନଙ୍କ ଚିନ୍ତାକୁ ବଢାଇ ଦେଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jun 3, 2019, 11:58 PM IST

ଖୋର୍ଦ୍ଧା: ଫନିର ଯିବାର ମାସେ ପୂରିଛି । ହେଲେ ରଚିଯାଇଥିବା ତାଣ୍ଡବ ଅନେକଙ୍କ ସୁଖର ସଂସାରକୁ ଉଜାଡି ଦେଇଯାଇଛି । ଝାଟିମାଟି ଘରେ ଜୀବନ ବିତାଉଥିବା ଲୋକେ ଆଜି ବାସହରା । ବାତ୍ୟା ପୂର୍ବଦିନ ଠାରୁ ଏପର୍ଯ୍ୟନ୍ତ ସ୍କୁଲ ଶ୍ରେଣୀ ଗୃହରେ କାଟୁଛନ୍ତି ଜୀବନ । ଏ ହେଉଛନ୍ତି ଖୋର୍ଦ୍ଧା ବ୍ଲକ ରାୟପୁର ଗ୍ରାମର ଚାରି ବିପନ୍ନ ପରିବାର । ଫନି ପରେ ବି ସ୍କୁଲ ଘର ପାଲଟିଛି ଆଶ୍ରୟସ୍ଥଳୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସେପଟେ 50 କିଲୋ ଚାଉଳ, ଦୁଇ ହଜାର ଟଙ୍କା ଏବଂ ପଲିଥିନ ବାବଦକୁ 500ଟଙ୍କା ଯୋଗାଇ ଚୁପ୍ ବସିଛି ପ୍ରଶାସନ । ବାତ୍ୟା ବିପନ୍ନ ପୂର୍ବରୁ ସାଙ୍ଗରେ କେବଳ ପିନ୍ଧା ଲୁଗା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଣି ସ୍କୁଲ ଗୃହକୁ ଚାଲି ଆସିଥିବା ବେଳେ ଘରେ ଥିବା ଅବଶିଷ୍ଟ ସମ୍ପତି ବାତ୍ୟାରେ ଛାରଖାର ହୋଇଯାଇଛି ।

ଅପରପକ୍ଷେ ଅଳ୍ପ ଦିନ ପରେ ସ୍କୁଲ ଖୋଲିବାକୁ ଥିବାବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଶ୍ରେଣୀଗୃହ ଛାଡିବା କଥା ସେମାନଙ୍କ ଚିନ୍ତାକୁ ବଢାଇ ଦେଇଛି । ଏହି ପରିବାରର ଅସହାୟ ସ୍ଥିତିରେ ସରକାର ଯଦି ସେମାନଙ୍କ ରହିବା ପାଇଁ କିଛି ବିକଳ୍ପ ବ୍ୟବସ୍ଥା ନକରନ୍ତି ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Slug - ଫନି ଆଁରେ ଉଜୁଡିଗଲା ସୁନା ସଂସାର : ଏବେବି ବାତ୍ୟା ଆଶ୍ରୟ ସ୍ଥଳୀରେ କାଟୁଛି ଜୀବନ

Format-AVB

Place-khurda,3.6.19

Visual- mojo

ଆଙ୍କର : ଗତ ମାସ 3ତାରିଖରେ ବାତ୍ୟା ଫନି ଉଜଡ଼ି ଦେଲା ସୁନାର ସଂସାର । ଯେଉଁ ପରିବାର ଝାଟିମାଟି ଘରେ ହସ ଖୁସିରେ ଜୀବନ ବିତାଉଥିଲେ ସେମାନେ ଆଜି ବାତ୍ୟା ଆଁରେ ବାସହରା ହୋଇଯାଇଛନ୍ତି । ବାତ୍ୟା ପୂର୍ବଦିନ ଠାରୁ ଏପର୍ଯ୍ୟନ୍ତ ସ୍କୁଲ ଶ୍ରେଣୀ ଗୃହରେ ଜୀବନ କାଟୁଛନ୍ତି । ଜିଲା ପ୍ରଶାସନ ତରଫରୁ କେବଳ 50କିଲୋ ଚାଉଳ ,ଦୁଇ ହଜାର ଟଙ୍କା ଏବଂ ପଲଥିନ ବାବଦ 500ଟଙ୍କା ଯୋଗାଇ କାମ ସାରିଦେଇଛି । ବିପନ୍ନ ବାତ୍ୟା ପୂର୍ବରୁ ସାଙ୍ଗରେ କେବଳ ପିନ୍ଧା ଲୁଗା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଣି ସ୍କୁଲ ଗୃହକୁ ଚାଲି ଆସିଥିବା ବେଳେ ଘରେ ଥିବା ଅବଶିଷ୍ଟ ସମ୍ପତି ବାତ୍ୟା ଆଁରେ ଛାରଖାର ହୋଇଯାଇଛି । ଫନିର ତାଣ୍ଡବରେ ଝାଟିମାଟି ଘରେ ରହୁଥିବା ଖୋର୍ଦ୍ଧା ବ୍ଲକ ରାୟପୁର ଗ୍ରାମର ଚାରି ବିପନ୍ନଙ୍କ ପରିବାରଙ୍କ  ସ୍କୁଲ ଘର ଏବେ ପାଲଟିଛି ଆଶ୍ରୟ ସ୍ଥଳୀ । ଅନ୍ୟପକ୍ଷରେ ଆଉ ଅଳ୍ପ ଦିନ ପରେ ସ୍କୁଲ ଖୋଲିବାକୁ ଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ଶ୍ରେଣୀଗୃହ ଛାଡିବା କହିବା ଘଟଣା ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛି । ଏଭଳି ସ୍ଥିତିରେ ସରକାର ଯଦି ସେମାନଙ୍କ ରହିବା ପାଇଁ କିଛି ବିକଳ୍ପ ବ୍ୟବସ୍ଥା ନକରନ୍ତି ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି । 

ବାଇଟ1- ଦୁର୍ଗା ରାଉତ,କ୍ଷତିଗ୍ରସ୍ତ
         2- ପ୍ରତାପ ରାଉତରାୟ,କ୍ଷତିଗ୍ରସ୍ତ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.